Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବିଧାନସଭାକୁ ଫେରୁ ନାହଁନ୍ତି ବିରୋଧି ଦଳ ନେତା!ବଲାଙ୍ଗିରରେ ଅର୍କେଶଙ୍କ ହେବ କି ଜିତାପଟ?

By admin • April 14, 2019 • ନ୍ୟୁଜ୍, ପଲିଟିକ୍ସ
Arkesh-Narasingh

ବଲାଙ୍ଗିର ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର। ଆସନ୍ତା ୧୮ତାରିଖରେ ମତଦାନ ହେବାକୁ ଥିବା ବଲାଙ୍ଗିରରେ ଏବେ ପୁଣି ଲଢ଼େଇ ରାଜା ପରିବାର ବନାମ ମିଶ୍ର ଫ୍ୟାମିଲି।୪ଥରର ବିଧାୟକ ଅନୁଭବୀ ନରସିଂହ ମିଶ୍ର,କଂଗ୍ରେସ ଟିକେଟରେ ଲଢୁଛନ୍ତି।ତାଙ୍କୁ ଟକ୍କର ଦେଉଛନ୍ତି ନିର୍ବାଚନରେ ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓ। ନରସିଂହ ମିଶ୍ରଙ୍କ ମୁଖ୍ୟ ପ୍ରତିଶ୍ରୁତି, କଂଗ୍ରେସ  ଜିତିଲେ ଧାନର ସହାୟକ ମୂଲ୍ୟ ୨୬ଶହ ୫୦ଟଙ୍କା ହେବ।ସେପେଟ ବିଧାୟକ ନହୋଇ ମଧ୍ୟ ଅର୍କେଶ,ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବା ଏବଂ ଆଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଉଦ୍ୟମ କରିଛନ୍ତି ବୋଲି ପ୍ରଚାର କରୁଛନ୍ତି। ଅନ୍ୟପଟେ ଲୋୟର ସୁକତେଲ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଇବାର ଆଶା ଦେଖାଇ ବିଜେପି ଭରସା କରିଛି ନୂଆ ଚେହେରା ଅନନ୍ତ ଦାସଙ୍କ ଉପରେ।ଯଦିଓ ନରେନ୍ଦ୍ର ମୋଦିଙ୍କ ହାଓ୍ୱା ରହିଛି ତେବେ ଅନନ୍ତଙ୍କ ଦୁର୍ବଳ ସଂଗଠନ ସେ ସବୁର ଫାଇଦା ନନେଇ ପାରେ!

ନରସିଂହଙ୍କ ବିରୋଧରେ ଇତିହାସ
ଇତିହାସ ଡରାଉଛି ନରସିଂହ ମିଶ୍ରଙ୍କୁ।ରେକର୍ଡ କହୁଛି ଯିଏ ବିରୋଧି ଦଳ ନେତା ହୋଇଛନ୍ତି,ତାଙ୍କ ରାଜନୈତିକ କ୍ୟାରିଅରରେ କଳାବାଦଲ ଘୋଟିଛି।ଗତ୨୦ବର୍ଷରେ ବିରୋଧି ଦଳ ନେତା ପଦରେ ବସିଥିବା ବିଧାୟକ ବିଧାନସଭାକୁ ପ୍ରବେଶ କରି ପାରୁନାହାଁନ୍ତି। ସେମାନେ ହେଲେ..
୧-ସଚ୍ଚିଦାନନ୍ଦ ଦଲାଲ(ବିଜେଡି)୧୯୯୮-୨୦୦୦
୨-ରମାକାନ୍ତ ମିଶ୍ର(କଂଗ୍ରେସ)୨୦୦୦-୨୦୦୪
୩-ଜେବି ପଟ୍ଟନାୟକ(କଂଗ୍ରେସ)୨୦୦୪-୨୦୦୯
୪-ରାମଚନ୍ଦ୍ର ଉଲ୍ଲକା(କଂଗ୍ରେସ)୨୦୦୯
୫-ଭୂପିନ୍ଦର ସିଂ(କଂଗ୍ରେସ)୨୦୦୯-୨୦୧୪
୬-ସୁରେନ୍ଦ୍ର ସିଂ ଭୋଇ(କଂଗ୍ରେସ) ୨୦୧୪
୭-ନରସିଂହ ମିଶ୍ର(କଂଗ୍ରେସ)୨୦୧୪

ରାଜ ପରିବାରର କଣ୍ଟ୍ରୋଲ
ଅନ୍ୟପଟେ ବଲାଙ୍ଗିର ହେଉଛି ରାଜ ପରିବାରର କର୍ମକ୍ଷେତ୍ର। ଅର୍କେଶଙ୍କ ଜେଜେ ବାପା ଆର.ଏନ୍.ସିଂହଦେଓ ବଲାଙ୍ଗିରରୁ ଲଗାତର ୩ଥର ଜିତି ୧୯୬୭ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ।ପରେ ଅର୍କେଶଙ୍କ ବାପା ଅନଙ୍ଗ ଉଦୟ ସିଂହଦେଓ ବାଲାଙ୍ଗିରରୁ ଲଗାତର ୫ଥର ଜିତିଛନ୍ତି। କିନ୍ତୁ ଗତ ନିର୍ବାଚନରେ ଅନଙ୍ଗଙ୍କ ଜିତିବା ସ୍ପିଡରେ ବ୍ରେକ ଲଗାଇ ଥିଲେ ନରସିଂହ।୨୦୧୪ରେ ନରସିଂହ ୧୨ ହଜାର ୨୫୪ ଭୋଟ ବ୍ୟବଧାନରେ ଅନଙ୍ଗଙ୍କୁ ପରାସ୍ତ କରିଥିଲେ। ତେବେ ଗତ ନିର୍ବାଚନରେ ନରସିଂହଙ୍କୁ ଜିତାଇ ଥିବା ଲକ୍ଷ୍ମଣ ମେହେରଙ୍କ ପରି ନେତା ଏବେ ବିଜେଡି ଶିବିରରେ। ସେପଟେ ବଲାଙ୍ଗିର ଲୋକସଭା ଆସନରେ ପୁଅ ସମରେନ୍ଦ୍ର ମିଶ୍ର ପ୍ରାର୍ଥୀ ହେବା ପରେ ବାପା ନରସିଂହଙ୍କୁ ଆଡ ନଜରରେ ଦେଖୁଛନ୍ତି କଂଗ୍ରେସ କର୍ମୀ।ପୁଣି ଦେଓଗାଁ ବ୍ଲକରେ ଲକ୍ଷ୍ମଣ ମେହେରଙ୍କ ପକେଟ ଭୋଟ୍ ଅର୍କେଶଙ୍କ ପାଇଁ ଫାଇଦା ଆଣିପାରେ। ଏହାସହ ଅର୍କେଶଙ୍କ ସ୍ତ୍ରୀ ଓ ବାପା-ମା’ଙ୍କ ପ୍ରଚାର ବିଜେଡିକୁ ସୁବିଧା ଜନକ ସ୍ଥିତିରେ ପହଞ୍ଚାଇଛି।
କଳିକେଶଙ୍କ ଠାରୁ ହାରିଥିଲେ
ସେଥିପାଇଁ ବଲାଙ୍ଗିରରେ ଏବେ ଆଲୋଚନା ବାପା ଅନଙ୍ଗ ଉଦୟଙ୍କୁ ସିନା ନରସିଂହ ମିଶ୍ର ପରାସ୍ତ କରିଛନ୍ତି।କିନ୍ତୁ ୨୦୦୯ ଲୋକସଭା ନିର୍ବାଚନରେ ଯେମିତି ଅନଙ୍ଗଙ୍କ ପୁଅ କଳିକେଶଙ୍କ ଠାରୁ ନରସିଂହ ପରାଜିତ ହୋଇଥିଲେ,ଏଥର ମଧ୍ୟ ନିର୍ବାଚନ ଦୌଡରେ ସାନ ପୁଅ ଅର୍କେଶଙ୍କ ଠାରୁ ପଛରେ ପଡିବେ!
ପଢ଼ନ୍ତୁ-ଲାରାଙ୍କ ରେକର୍ଡକୁ ହେଡନ୍ ଭାଙ୍ଗିଲେ:କିନ୍ତୁ ମାତ୍ର ୬ମାସରେ ପୁଣି ବିଶ୍ୱ ବିଜେତା ହେଲେ ଲାରା

2019 ElectionsArkesh Narayan Singh DeoBolangirNarasingha MishraOdisha Opposition Leaders
Tweet
0
ନବୀନଙ୍କ ଟଙ୍କିକିଆ ଚାଉଳ ବ୍ରାଣ୍ଡକୁ,କାଉଣ୍ଟର କରିବ ଧର୍ମେନ୍ଦ୍ରଙ୍କ ମାଗଣା ଡାଲି-ଲୁଣ
BJDକୁ ସଂଖ୍ୟା ଗରିଷ୍ଠତା ନମିଳିଲେ,ନବୀନ ଯିବେ ଲୋକସଭା!

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.