Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

CBI ନିର୍ଦ୍ଦେଶକରୁ ବଞ୍ଚିତ କଲେ ଓଡ଼ିଶା ସରକାର:ଲୋକସଭାର ଏଣ୍ଟ୍ରି ପାସ୍ ଦେବେ କି କଟକ ଭୋଟର?

By admin • April 18, 2019 • ନ୍ୟୁଜ୍, ପଲିଟିକ୍ସ
Prakash-Naveen

ଓଡ଼ିଶା ରାଜନୀତିର ହାର୍ଟ ହେଉଛି କଟକ।ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ,ବିଜୁ ପଟ୍ଟନାୟକ ଏବଂ ଜେ.ବି.ପଟ୍ଟନାୟକ କଟକ ଲୋକସଭାକୁ ପ୍ରତିନିଧିତ୍ୱ କରିଛନ୍ତି।ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଭୂମି ହେଉଛି କଟକ। ପ୍ରତିଥର ପରି ଏଥର ମଧ୍ୟ କଟକ ଲୋକସଭା ଆସନ ଉପରେ ସାରା ଓଡ଼ିଶାର ନଜର ରହିଛି।ସେଥିପାଇଁ ୨୩ତାରିଖରେ ନିର୍ବାଚନ ହେବାକୁ ଥିବା କଟକରେ ମାରାଥନ ପ୍ରଚାର ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ରାଷ୍ଟ୍ରୀୟ ନେତୃତ୍ୱ।ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଭର୍ତ୍ତୃହରି ମହତାବଙ୍କୁ ଷଷ୍ଠ ଥର ବିଜୟୀ କରାଇବାକୁ ନବୀନ ପଟ୍ଟନାୟକ ରୋଡ ସୋ କରୁଛନ୍ତି।ଅନ୍ୟପଟେ ପ୍ରକାଶ ମିଶ୍ରଙ୍କୁ ଜିତାଇବା ଲାଗି ବିଜେପି ସଭାପତି ଅମିତ ଶାହ କଟକର ଗଳିକନ୍ଦିରେ ବୁଲୁଛନ୍ତି। ଯଦିଓ ୧୧ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି,କିନ୍ତୁ କଂଗ୍ରେସ ପ୍ରାର୍ଥୀ ପଞ୍ଚାନନ କାନୁନଗୋ,ପ୍ରଚାରରେ ପଛରେ ପଡ଼ିଗଲା ପରି ଲାଗୁଛନ୍ତି।

ମିଥ୍ୟା ମାମଲାରେ ପ୍ରକାଶଙ୍କୁ ଛନ୍ଦି ଥିଲେ
ତେବେ କଟକରେ ଲଢ଼େଇ ଏଥର ବ୍ୟକ୍ତିଗତ। ବିଜେପି ପ୍ରାର୍ଥୀ ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଶତ୍ରୁତା କାହାରିକୁ ଅଛପା ନାହିଁ।ଜଣେ ସଚ୍ଚୋଟ IPS ଅଫିସର ଭାବେ ପ୍ରକାଶଙ୍କ ଖ୍ୟାତି ରହିଛି।କିନ୍ତୁ ନବୀନ ପଟ୍ଟନାୟକଙ୍କ ସରକାର,କିଭଳି ପ୍ରକାଶଙ୍କୁ CBI ନିର୍ଦ୍ଦେଶକ କରାଇ ନଦେଇ ଓଡ଼ିଶା ପ୍ରତି ଅବହେଳା କରିଛନ୍ତି ସେ କଥା ସମସ୍ତେ ଜାଣିଛନ୍ତି।ଏକ ମନଗଢ଼ା ଦୁର୍ନୀତି ମାମଲାରେ ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନର ସିଏମଡି ପ୍ରକାଶ ମିଶ୍ରଙ୍କୁ ଛନ୍ଦିଥିଲେ ବିଜେଡି ସରକାର।ଅଣଓଡ଼ିଆ IPS କେ.ବି.ସିଂଙ୍କୁ ବ୍ୟବହାର କରି ଭିଜଲାନ୍ସ ବିଭାଗକୁ ପ୍ରକାଶଙ୍କ ପଛରେ ଲଗାଇ ଥିଲେ ଓଡ଼ିଶା ସରକାର।୨୦୦୬ରୁ ୨୦୦୯ ଯାଏଁ ପ୍ରକାଶଙ୍କ କାର୍ଯ୍ୟକାଳରେ ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନରେ ପ୍ରାୟ ୫୯କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣି ୨୦୧୪ସେପ୍ଟମ୍ବର ୨୦ରେ ପ୍ରକାଶଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରିଥିଲା।

କୋର୍ଟରେ ଭତ୍ସିତ ହେଲେ ଓଡ଼ିଶା ସରକାର
ଅପରପକ୍ଷରେ ଓଡ଼ିଶା ହାଇକୋର୍ଟ ଭିଜଲାନ୍ସ ବିଭାଗର ମିଥ୍ୟା ଅଭିଯୋଗକୁ ଋଦ୍ଦ କରି,ପ୍ରକାଶଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ। ଜଷ୍ଟିସ ଏସ୍.ସି.ପରିଜାଙ୍କ କଡା ଟିପ୍ପଣୀ ଥିଲା ଯେ ଏହା ଏକ ସାଧାରଣ କଥା ହୋଇଗଲାଣି,ନିଷ୍ଟାବାନ ଏବଂ ସାଧୁ ଅଫିସରମାନେ ରାଜନୀତି ଆକ୍ରୋଶର ଶିକାର ହେବା।ଏହାସହ ଭିଜଲାନ୍ସ ବିଭାଗକୁ କଡା ଶଦ୍ଦରେ ଭତ୍ସନା କରିଥିଲେ। ସୁପ୍ରିମକୋର୍ଟରେ ମଧ୍ୟ ଓଡ଼ିଶା ସରକାରଙ୍କୁ ତିରସ୍କାର ମିଳିବା ସହ ସଚ୍ଚୋଟ ପ୍ରକାଶଙ୍କୁ ଫସା ଯାଉଥିବାର ପ୍ରମାଣିତ ହୋଇଥିଲା।ଭିଜଲାନ୍ସ ବିଭାଗର ଦାୟିତ୍ୱରେ ଥିବା ନବୀନଙ୍କ ଏହା ଥିଲା ବ୍ୟକ୍ତିଗତ ପରାଜୟ।କିନ୍ତୁ ଚିଟଫଣ୍ଡ ଦୁର୍ନୀତିକୁ ନେଇ ଭୟବୀତ ଥିବା ବିଜେଡି,ପ୍ରକାଶ ମିଶ୍ରଙ୍କୁ କୋର୍ଟରେ ବ୍ୟସ୍ତ ରଖାଇ CBI ନିର୍ଦ୍ଦେଶକ ପଦରୁ ବଞ୍ଚିତ କରାଇବାରେ ସଫଳ ହୋଇଥିଲା।

ବିଜେଡି ଟଙ୍କାକୁ ଧରିଥିଲେ!
୨୦୧୪ନିର୍ବାଚନ ବେଳେ ଜଣେ ବିଜେଡି ନେତାଙ୍କ ପୁତୁରା,ଆମ୍ବୁଲାନସରେ ଟଙ୍କା ନେଇ ଯାଉଥିବା ବେଳେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର କଠୋର ମନୋଭାବ ଦେଖାଇଥିଲେ।ସେଥିପାଇଁ ପ୍ରକାଶଙ୍କୁ ପୋଲିସ ଡିଜି ପଦରୁ ତଡ଼ା ଖାଇବାକୁ ପଡିଥିଲା।ତେବେ ବର୍ତ୍ତମାନର ସ୍ଥିତି ଅଲଗା। କଟକ ଲୋକସଭାର ଆସନ ଅଧୀନରେ ଥିବା କଟକ-ବାରବାଟୀ,କଟକ-ଚୌଦ୍ୱାର,କଟକ-ସଦର,ଆଠଗଡ଼,ବଡମ୍ବା-ନରସିଂହପୁରରେ ବିଜେପି ସ୍ଥିତି ଭଲ ରହିଛି।ଅନ୍ୟପଟେ ବାଙ୍କୀ ଓ ଖଣ୍ଡପଡ଼ାରେ ବିଜେଡି ପଲ୍ଲା ଭାରି ରହିଛି।ହେଲେ ପୋଲିସ ବିଭାଗରେ ପ୍ରକାଶଙ୍କ ପ୍ରତି ଏବେବି ଯଥେଷ୍ଟ ସମ୍ମାନ ରହିଛି।ଯାହା ଖବର ରହିଛି ପୋଲିସ ମହାସଂଘ,ଗୁଇନ୍ଦା ବିଭାଗ ଏବଂ ସମସ୍ତ ଥାନାର କର୍ମଚାରୀ,ନିଜର ପୂର୍ବତନ ମୁଖ୍ୟ ପ୍ରକାଶଙ୍କ ଜିତିବା ଚାହୁଁଛନ୍ତି।ତେଣୁ CBI ନିର୍ଦ୍ଦେଶକ ହେବାରୁ ବଞ୍ଚିତ ହୋଇଥିବା ପ୍ରକାଶଙ୍କ ସଂସଦର ଏଣ୍ଟ୍ରି ପାସକୁ,ଋଦ୍ଦ କରିବାରେ ପ୍ରୟାସ କରୁଥିବା ବିଜେଡି ସଫଳ ହେବେ ତ?
ପଢ଼ନ୍ତୁ-ଫିଟନେସ୍ ସମସ୍ୟାରେ ଥିବା ପାକିସ୍ତାନ ଟିମକୁ ଆକ୍ରମ କହିଲେ‘ବିରିୟାନୀ ଖାଇଲେ,ଜିତି ହେବନି ବିଶ୍ୱକପ’

2019 ElectionsBhartruhari MahtabCuttack LokasabhaNaveen PatnaikPrakash Mishra
Tweet
1
ବଲାଙ୍ଗିରରେ ଶୁଭୁଛି ରାଜସ୍ଥାନ ସ୍ଲୋଗାନ: ସଂଗୀତାଙ୍କୁ ସୁହାଇବ କି ମୋଦି ହାଓ୍ୱା?
ଶିବସେନାରେ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା; କହିଲେ କଂଗ୍ରେସରେ ଗୁଣ୍ଡାଙ୍କୁ ମିଳୁଛି ପ୍ରାଧାନ୍ୟ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

1 Comment

  • Reply Dulu April 18, 2019 at 10:30 pm

    CBI is under state Government ????
    Mostly No, then which Government decided n executed ????

Leave a Reply Cancel Reply

Video

https://www.youtube.com/watch?v=hER96lgu8yk

Latest News

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

    March 11, 2020
  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

    March 10, 2020
  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

    December 18, 2019
  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

    December 17, 2019
  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

    December 12, 2019

Subscribe & Follow

Find us on Facebook

Popular Posts

BIJU-ARUN

ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

On November 14, 2018
01
Prakash-Mishra

ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

On November 19, 2018
02
MAHANGA MOOD

ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

On November 4, 2018
03
Facebook Twitter

CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

Copyright © 2018. All rights reserved.