Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବଲାଙ୍ଗିରରେ ଶୁଭୁଛି ରାଜସ୍ଥାନ ସ୍ଲୋଗାନ: ସଂଗୀତାଙ୍କୁ ସୁହାଇବ କି ମୋଦି ହାଓ୍ୱା?

By admin • April 16, 2019 • ନ୍ୟୁଜ୍, ପଲିଟିକ୍ସ
BOLANGIR-MODI-CRAZE

ବଲାଙ୍ଗିର ଲୋକସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଅଧିକ,କାରଣ ସେଠାକାର ସ୍ଥିତି ମଧ୍ୟ ରୋଚକ। ଏଠି ନିର୍ବାଚନ ମାନେ ଦୁଇଟି ବିରାସତ୍ ମଧ୍ୟରେ ଲଢେଇ। ପାଟଣା ମହରାଜ ସ୍ୱର୍ଗତ ଆର୍.ଏନ୍.ସିଂହଦେଓ ଏବଂ ସୁନାମଧନ୍ୟ ଆଇନଜୀବୀ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ବିରାସତ ମଧ୍ୟରେ ନିର୍ବାଚନୀ ଲଢେଇ।ଏବେ ସେହି ବିରାସତର ୩ପରିବାର ମଧ୍ୟରେ ରାଜନୀତି ସୀମିତ।ବଲାଙ୍ଗିର ରାଜ ପରିବାରରୁ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ବର୍ତ୍ତମାନର ସାଂସଦ କଳିକେଶ ନାରାୟଣ ସିଂହଦେଓ।ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି କଳିକେଶଙ୍କ ଭାଉଜ ସଂଗୀତା ସିଂହଦେଓ।ସେପଟେ ଦିଅର-ଭାଉଜଙ୍କୁ ଟକ୍କର ଦେବାକୁ,କଂଗ୍ରେସ ଭରସା କରିଛି ମିଶ୍ର ପରିବାରର ୟଙ୍ଗ ଫେସ୍ ସମରେନ୍ଦ୍ର ମିଶ୍ରଙ୍କ ଉପରେ।ଆସନ୍ତା ୧୮ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବଲାଙ୍ଗିରରେ ୧୭ଲକ୍ଷ ୧୩ହଜାର ୯୯୬ ମତଦାତା ଅଂଶଗ୍ରହଣ କରିବେ।ବଲାଙ୍ଗିର ଜିଲ୍ଲାର ୫ଟି ବିଧାନସଭା ଓ ସୁବର୍ଣ୍ଣପୁର ଜିଲ୍ଲାର ୨ଟି ବିଧାନସଭାକୁ ନେଇ ଗଠିତ ଏହି ଲୋକସଭାରେ ଲଢ଼େଇ ମୁଖ୍ୟତଃ ବିଜେଡି-ବିଜେପି ମଧ୍ୟରେ ହେବ ବୋଲି ଚର୍ଚ୍ଚା ହେଉଛି।ତେବେ ଲୋକସଭା ନିର୍ବାଚନର ରେକର୍ଡ କଳିକେଶଙ୍କ ସପକ୍ଷରେ ରହୁଛି।ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ୨୦୦୯ରୁ ଲଗାତର ୨ଥର ଜିତୁଛନ୍ତି କଳିକେଶ।ଗତ ଦୁଇଟି ନିର୍ବାଚନରେ ସଂଗୀତା ସିଂହଦେଓ ପରାଜିତ ହେଉଥିବା ବେଳେ,୨୦୦୯ରେ ସମରେନ୍ଦ୍ରଙ୍କ ବାପା ନରସିଂହ ମିଶ୍ର ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଛନ୍ତି।

ମୋଦିଙ୍କ ନାଆ’ରେ ପାର ହୋଇଯିବେ!
ଅନ୍ୟପକ୍ଷରେ ୧୯୯୮,୧୯୯୯ ଏବଂ ୨୦୦୪ରେ  ଲଗାତର ୩ଥର ଜିତିଥିବା ସଂଗୀତା ସିଂହଦେଓ ଏଥର ପୁଣି ଲୋକସଭାକୁ ଯିବା ଲକ୍ଷ୍ୟରେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଆଧାରରେ ବଲାଙ୍ଗିରରେ ବିଜେପି ଭଲ କରିବ ବୋଲି ଆଶା କରାଯାଉଛି।ସେପଟେ ଗତ ପଞ୍ଚାୟତ ନିର୍ବାଚନରେ ଉଭୟ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରେ ବିଜେପି ଜିଲ୍ଲା ପରିଷଦ ଗଠନ କରିଛି।ଏହି ଲୋକସଭା ଅଧିନରେ ଥିବା ୪୬ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ଖାତାକୁ ଯାଇଛି ୩୩ଟି ସିଟ୍।ବିଜେଡି ୧୧ଟି ଏବଂ କଂଗ୍ରେସ ମାତ୍ର ୨ଟି ଆସନରେ ବିଜୟୀ ହୋଇଥିଲା।ସେଥିପାଇଁ ଉତ୍ସାହୀ ବିଜେପିର ରଣନୀତି ଏବେ ଭିନ୍ନ ଥିଲା ପରି ଲାଗୁଛି। ଓଡ଼ିଶାରୁ ଅଧିକା ଆସନ ଜିତିବା ଷ୍ଟ୍ରାଟେଜୀରେ ଥିବା କେନ୍ଦ୍ର ବିଜେପି ବଲାଙ୍ଗିରକୁ ଟାର୍ଗେଟ କରିଛି।ମୋଦି ମଧ୍ୟ ସଂଗୀତାଙ୍କ ପାଇଁ ପ୍ରଚାରରେ ଆସି ସୁବର୍ଣ୍ଣପୁରରେ ଜନସଭା କରିଛନ୍ତି। ପୂର୍ବରୁ ବଲାଙ୍ଗିରରେ ମଧ୍ୟ ଜନସଭା କରିଥିଲେ ମୋଦି।ତେବେ ପାଟଣା ମହରାଜା କନକ ବର୍ଦ୍ଧନ ସିଂହଦେଓଙ୍କ ତୁଳନାରେ ରାଣୀ ସଂଗୀତା ସିଂହଦେଓଙ୍କ ଲୋକପ୍ରିୟତା ନାହିଁ କହିଲେ ଚଳେ।ସଂଗୀତାଙ୍କ ସ୍ୱାମୀ କନକ ବର୍ଦ୍ଧନଙ୍କୁ ପାଟଣାଗଡ଼ରୁ ଲଗାତର ୫ଟି ନିର୍ବାଚନରେ ଜିତାଇ ଆସୁଛନ୍ତି ଲୋକେ। ଅନ୍ୟପଟେ ସଂଗୀତାଙ୍କୁ ନେଇ ବିଜେପିର ନେତା-କର୍ମୀମାନେ ମଧ୍ୟ ଅସନ୍ତୁଷ୍ଟ।ଯାହର ଫାଇଦା ନେଉଛନ୍ତି କଳିକେଶ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କଳିକେଶଙ୍କ ଲାଗି ପ୍ରଚାର କରିବା ପରେ ବିଜେଡି ସ୍ଥିତି ମଜଭୁତ ହୋଇଛି।

ଓଡ଼ିଶାରେ ରାଜସ୍ଥାନର ସ୍ଲୋଗାନ
ଅପରପକ୍ଷରେ ବଲଙ୍ଗିର ଭୋଟର କହୁଛନ୍ତି ଉପରେ ପଦ୍ମକୁ ଦେଲେ ଦିଲ୍ଲୀରେ ମୋଦି ସରକାର ଆସିବ।ଯଦିଓ ସେମାନଙ୍କ ପସନ୍ଦ ସଂଗୀତା ସିଂହଦେଓ ନୁହଁନ୍ତି।କିନ୍ତୁ ବଲାଙ୍ଗିର-ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି ମୋଦି ଜରୁରୀ-ସଂଗୀତା ମଜବୁରୀ।ଏଭଳି ସ୍ଲୋଗାନ ମଧ୍ୟ ଗତ ଡିସେମ୍ବରରେ ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ଶୁଣିବାକୁ ମିଳିଥିଲା। ରାଜସ୍ଥାନର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ରାଣୀ ବସୁନ୍ଧରା ରାଜେଙ୍କ ଉପରେ ଭୋଟର ନାରାଜ ଥିଲେ।କିନ୍ତୁ ନରେନ୍ଦ୍ର ମୋଦିଙ୍କୁ ଭଲ ପାଉଥିଲେ। ସେହି ସମୟରେ ରାଜସ୍ଥାନରେ ଶୁଣିବାକୁ ମିଳୁଥିଲା ମୋଦି ତୁଝୁସେ ବୈର ନହିଁ,ପର ରାନୀ ତେରା ଖୈର ନହିଁ।ରାଜସ୍ଥାନର ଫଳାଫଳ ମଧ୍ୟ ସେଇଆ ହୋଇଥିଲା।ଯଦିଓ ବସୁନ୍ଧରା ଗାଦିଚ୍ୟୁତ ହୋଇଥିଲେ ତେବେ ମୋଦିଙ୍କ ପ୍ରଚାର ଫଳରେ ରାଜସ୍ଥାନରେ କଂଗ୍ରେସକୁ ବିଜେପି କଡ୍ଡା ଟକ୍କର ଦେଇଥିଲା।ଏବେ ବଲାଙ୍ଗିର ମଧ୍ୟ ସମାନ ସ୍ଥିତି।ଭୋଟରଙ୍କ ପସନ୍ଦରେ ନରେନ୍ଦ୍ର ମୋଦି ରହିଛନ୍ତି। ତେଣୁ ସଂଗୀତାଙ୍କୁ ପସନ୍ଦ କରୁନଥିଲେ ମଧ୍ୟ ବାଧ୍ୟବାଧକତାରେ ବିଜେପିକୁ ଭୋଟ ଦେଇପାରନ୍ତି ବୋଲି ବଲାଙ୍ଗିରରେ ଆଲୋଚନା ହେଉଛି।
ପଢ଼ନ୍ତୁ-BJDକୁ ସଂଖ୍ୟା ଗରିଷ୍ଠତା ନମିଳିଲେ,ନବୀନ ଯିବେ ଲୋକସଭା!

2019 LOKASABHA ELECTIONSBolangirKalikesh Singh DeoNarendra ModiSangeeta Singh Deo
Tweet
0
BJDକୁ ସଂଖ୍ୟା ଗରିଷ୍ଠତା ନମିଳିଲେ,ନବୀନ ଯିବେ ଲୋକସଭା!
CBI ନିର୍ଦ୍ଦେଶକରୁ ବଞ୍ଚିତ କଲେ ଓଡ଼ିଶା ସରକାର:ଲୋକସଭାର ଏଣ୍ଟ୍ରି ପାସ୍ ଦେବେ କି କଟକ ଭୋଟର?

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.