Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଅସୁସ୍ଥତା ଯୋଗୁ ସୁଜ୍ଞାନୀ-ଚ୍ୟାଉପଟ୍ଟନାୟକଙ୍କ ଟିକେଟ କଟିଲା:ବେଦୁଙ୍କୁ କାହିଁକି ପ୍ରାର୍ଥୀ କରିଥିଲା BJD?

By admin • April 20, 2019 • ନ୍ୟୁଜ୍, ପଲିଟିକ୍ସ
Bed-Prakash-Ararwal

ବିଜେଡିର ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ୮୨ବର୍ଷ ବୟସରେ ପରଲୋକ ହୋଇଛି।୬ଥରର ବିଧାୟକ ବେଦୁବାବୁ ଭାବେ ଖ୍ୟାତ ବେଦପ୍ରକାଶ,ଏଥର ପାଟକୁରାରେ ବିଜେଡିର ବିଧାୟକ ପ୍ରାର୍ଥୀ ଥିଲେ।କିନ୍ତୁ ବୟସାଧିକ କାରଣରୁ ଅସୁସ୍ଥ ଥିବାରୁ ନିର୍ବାଚନ ଲଢ଼ିବାକୁ ଅମଙ୍ଗ ଥିଲେ ବେଦୁବାବୁ।ନାମାଙ୍କନ ପତ୍ର ଦାଖଲ କରିବାକୁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ ଅଫିସର ପ୍ରଥମ ମହଲାକୁ ଯାଇ ପାରିନଥିବା ବେଦୁବାବୁ,ଅସୁସ୍ଥତା ସତ୍ତ୍ୱେ ପ୍ରଚାର କରିବାକୁ ବାଧ୍ୟ ହେଉଥିଲେ।ପାଟକୁରା ନିର୍ବାଚନ କ୍ଷେତ୍ରରେ ଏଥର କଡା ଟକ୍କର ହେଉଥିବାରୁ ବେଦୁବାବୁ ପ୍ରଚାରରେ ଲଗାଇଲା ବିଜୁ ଜନତା ଦଳ।ବିରୋଧରେ ବିଜେପିର ବିଜୟ ମହାପାତ୍ର ଥିବାରୁ ବିଜେଡି ଚାହୁଁଥିଲା ବେଦପ୍ରକାଶଙ୍କ ପରି ଭେଟରାନ ପ୍ରଚାରର ମଙ୍ଗ ନିଜେ ଧରନ୍ତୁ।ହେଲେ ଟାଣ ଖରାରେ ଅସୁସ୍ଥ ହୋଇ ଅଧା ପ୍ରଚାରରୁ ହସ୍ପିଟାଲରେ ଆଡମିଶନ୍ ହୋଇଥିଲେ ବେଦପ୍ରକାଶ ଅଗ୍ରଓ୍ୱାଲ।ଶେଷରେ ଆଜି(ଶନିବାର) ସକାଳୁ ମେଳାପି ବେଦୁବାବୁଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି।ଫଳରେ ପଞ୍ଜିକୃତ ରାଜନୈତିକ ଦଳ ବିଜେଡିର ପ୍ରାର୍ଥୀଙ୍କ ମୃତ୍ୟୁ ହେବା କାରଣରୁ ପାଟକୁରାରେ ଏବେ ବିଧାନସଭା ନିର୍ବାଚନ ସ୍ଥଗିତ ରହିଲା!
ପୁଅ ବବୁଲଙ୍କ ପାଇଁ ଟିକେଟ ମାଗିଥିଲେ
ଅନ୍ୟପକ୍ଷରେ ବିଜୁ ପଟ୍ଟନାୟକଙ୍କ ଉତ୍କଳ କଂଗ୍ରେସରୁ ୧୯୭୪ରୁ କେନ୍ଦ୍ରାପଡ଼ା ଆସନରୁ ନିଜର ବିଧାୟକ ଜୀବନ ଆରମ୍ଭ କରିଥିବା ବେଦପ୍ରକାଶ ଏଥର ନିର୍ବାଚନ ଲଢ଼ିବାକୁ ଅମଙ୍ଗ ଥିଲେ।ଅସୁସ୍ଥତା ଯୋଗୁ ତାଙ୍କ ସ୍ଥାନରେ ପୁଅ ସଞ୍ଜୟ ଓରଫ ବବୁଲଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ନେତୃତ୍ୱକୁ ଜଣାଇଲେ।ବେଦୁଙ୍କ ପରିବାର ମଧ୍ୟ ନବୀନ ନିବାସ ଆସି ପୁଅ ବବୁଲଙ୍କୁ ପ୍ରାର୍ଥୀ କରିବାକୁ ଅନୁରୋଧ କରିଥିଲେ।ହେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପାଟକୁରା ଲାଗି ବେଦୁଙ୍କୁ ପ୍ରାର୍ଥୀ କରିଥିଲେ।ତେବେ ବଂଶବାଦ ରାଜନୀତି ଯୋଗୁ ଲଗାତର ୪ଥର ମୁଖ୍ୟମନ୍ତ୍ରୀ ହେଉଥିବା ନବୀନ ଯେ ପୁଅମାନଙ୍କୁ ଟିକେଟ ଦିଅନ୍ତି ନାହିଁ ସେ କଥା ନୁହେଁ।ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ,ପୂର୍ବରୁ ପ୍ରଫୁଲ ଘଡ଼ାଇଙ୍କ ପୁଅ ପ୍ରିତିରଞ୍ଜନଙ୍କୁ ଓ କଳ୍ପତରୁ ଦାସଙ୍କ ପୁଅ ପ୍ରଣବଙ୍କୁ ବିଜେଡି ଟିକେଟ ଦେଇଛନ୍ତି।ସେହିପରି ଆନନ୍ଦ ଆଚାର୍ଯ୍ୟଙ୍କ ପୁଅ ଦେବେଶ ବରଗଡ଼ରେ ଏବଂ ସିମୁଳିଆରେ ପର୍ଶୁରାମ ପାଣିଗ୍ରାହୀଙ୍କ ପୁଅ ଜ୍ୟୋତିପ୍ରକାଶ ବିଜେଡି ଟିକେଟରେ ବିଧାୟକ ହୋଇଛନ୍ତି।ଆସନ୍ତୁ ନଜର ପକାଇବା୨୦୧୯ନିର୍ବାଚନରେ ବାପାଙ୍କ ସ୍ଥାନରେ ପୁଅମାନଙ୍କୁ କିପରି ଦଳୀୟ ପ୍ରାର୍ଥୀ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

କେବଳ ପୁଅ ନହେଁ, ସ୍ୱାମୀମାନଙ୍କ ସ୍ଥାନରେ ସ୍ତ୍ରୀମାନଙ୍କୁ କୋରାପୁଟ ଓ ଭଦ୍ରକ ଲୋକସଭାର ବିଜେଡି ଟିକେଟ ମିଳିଛି।

କେବଳ ପୁଅ ଓ ସ୍ତ୍ରୀଙ୍କ ମଧ୍ୟରେ ବିଜେଡିର ବଂଶବାଦ ରାଜନୀତି ସୀମିତ ନାହିଁ। ଗୋଟିଏ ପରିବାର ୨ଜଣଙ୍କୁ ଟିକେଟ ମିଳିଛି। ସେମାନେ ହେଲେ

ସେହିଭଳି ଆସ୍କାର ପୂର୍ବତନ ସାଂସଦ ଲଡୁକିଶୋର ସ୍ୱାଇଁଙ୍କ ସ୍ତ୍ରୀ ମଞ୍ଜୁଲତା ସ୍ୱାଇଁ ଆସ୍କା ବିଧାନସଭା ଆସନରୁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି।ଆସ୍କାର ଅନ୍ୟତମ ପୂର୍ବତନ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ଲତିକା ପ୍ରଧାନଙ୍କୁ କବିସ୍ୱର୍ଯ୍ୟନଗର ଆସନରୁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି।ଏହାସହ ରାଜ୍ୟସଭାର ୬ଜଣ ସାଂସଦଙ୍କୁ ବିଧାନସଭା ଏବଂ ଲୋକସଭାରେ ପ୍ରାର୍ଥୀ କରିଛି ବିଜେଡି।
ଅନ୍ୟପକ୍ଷରେ ୮୨ବର୍ଷ ବର୍ଷିୟା ଭି.ସୁଜ୍ଞାନୀ ଦେଓଙ୍କୁ ବିଜେଡି ପ୍ରାର୍ଥୀ କଲା ନାହିଁ।କୁହାଗଲା ୧୦ଥରର ବିଧାୟକ ଭି.ସୁଜ୍ଞାନୀ ଦେଓଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁ ବିଜେଡି ତାଙ୍କୁ ପ୍ରାର୍ଥୀ କରୁନାହିଁ।ଏପରିକି ବ୍ରହ୍ମପୁରର ୫ଥରର ବିଧାୟକ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟଙ୍କୁ ବୟସାଧିକ କାରଣ ଦେଖାଇ ବିଜେଡି ଟିକେଟ ଦେଇନାହିଁ।ବୟସାଧିକ କାରଣରୁ ଭଦ୍ରକର ୮ଥରର ସାଂସଦ ଅର୍ଜୁନ ସେଠୀଙ୍କୁ ମଧ୍ୟ ବିଜେଡି ଟିକେଟ ଦେଲାନାହିଁ।ତାହେଲେ ଅସୁସ୍ଥ ବେଦପ୍ରକାଶଙ୍କୁ ୮୨ବର୍ଷ ବୟସରେ ବିଜେଡି କାହିଁକି ପାଟକୁରାରୁ ଲଢ଼ାଉ ଥିଲା?

ପାଟକୁରା ସହ ଛଳନା!
ଅବଶ୍ୟ ପାଟକୁରାବାସୀଙ୍କ ସହ ପୂର୍ବରୁ ମଧ୍ୟ ନବୀନ ପଟ୍ଟନାୟକ ଛଳନା କରିଛନ୍ତି।୧୯୮୦ରୁ ପାଟକୁରାରୁ ଲଗାତର ୪ଥର ଜିତୁଥିବା ବିଜୟ ମହାପାତ୍ରଙ୍କୁ ଛଳନା କରି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ବିଜେଡିରୁ ନିଲମ୍ବନ କରିଥିଲେ। ଫଳରେ ବିଜୟ ମହାପାତ୍ର ୨୦୦୦ରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ପାଇନଥିଲେ।କିନ୍ତୁ ବିଜୟଙ୍କ ସମର୍ଥନ ଥିବା ତ୍ରିଲୋଚନ ବେହରାଙ୍କୁ ପାଟକୁରା ଭୋଟର ପ୍ରାୟ ୪୦ହଜାର ଭୋଟ ବ୍ୟବଧାନରେ ଜିତାଇ ଥିଲେ।ପାଟକୁରାରେ ଏଥର ବିଜେପି ସ୍ଥିତି ସୁଦୃଢ଼ ଥିବା ଜାଣିବା ପରେ ବିଜୟଙ୍କ ବାଟ ଓଗାଳିବା ଲାଗି ବିଜେଡି,ଅସୁସ୍ଥ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରନଥିଲା ତ? ଅସୁସ୍ଥ ବେଦୁବାବୁଙ୍କୁ ପ୍ରାର୍ଥୀ କରାଇ ପାଟକୁରା ନିର୍ବାଚନକୁ ସ୍ଥଗିତ ରଖିବା କଣ ବିଜୁ ଜନତା ଦଳର ଥିଲା ଅସଲ ଉଦ୍ଦେଶ୍ୟ?
ପଢ଼ନ୍ତୁ-CBI ନିର୍ଦ୍ଦେଶକରୁ ବଞ୍ଚିତ କଲେ ଓଡ଼ିଶା ସରକାର:ଲୋକସଭାର ଏଣ୍ଟ୍ରି ପାସ୍ ଦେବେ କି କଟକ ଭୋଟର?

Bed Prakash AgarwalBIJOY MOHAPATRANaveen PatnaikOdisha PoliticsPatkura
Tweet
0
ଶିବସେନାରେ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା; କହିଲେ କଂଗ୍ରେସରେ ଗୁଣ୍ଡାଙ୍କୁ ମିଳୁଛି ପ୍ରାଧାନ୍ୟ
ହିଂସାରେ ଥରୁଛି ଓଡ଼ିଶା:ବୈଜୟନ୍ତଙ୍କ ଅଭିଯୋଗ ‘ଅପରାଧିଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି CMଙ୍କ ବ୍ୟକ୍ତିଗତ ସଚିବ’

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.