Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ମହାରଥୀ-ଜଗଦ୍ଦେବଙ୍କ ପରି ବାବୁଙ୍କୁ ବାଡେଇ BJDବିଧାୟକ ଗିରଫ

By admin • June 24, 2019 • ନ୍ୟୁଜ୍, ପଲିଟିକ୍ସ

ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜେଡି ବିଧାୟକ ସରୋଜ ମେହେର ଗିରଫ।ପାଟଣାଗଡ ବିଧାୟକ ସରୋଜଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ।ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଦୁର୍ବ୍ୟବହାର ମାମଲାରେ ଗିରଫ ହୋଇଛନ୍ତି ବିଧାୟକ।ରାସ୍ତାକାମକୁ ନେଇ ବିଧାୟକ ସରୋଜ,ଯନ୍ତ୍ରୀଙ୍କୁ ରୋଡରେ ଉଠବସ୍ କରାଇଥିଲେ।ସେହି ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଧାୟକଙ୍କୁ ଖୋଜୁଥିଲା ପୋଲିସ୍ ।ଗିରଫରୁ ବର୍ତ୍ତିବା ପାଇଁ ବିଜେଡି ବିଧାୟକ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲେ ।ଶେଷରେ ପାଟଣାଗଡ ବିଧାୟକଙ୍କୁ (ଜୁନ ୨୪)ରେ ଗିରଫ କରିଛି ପୋଲିସ୍ ।
ବିଜେପି ହେଭିୱେଟ୍ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ହରାଇ ଚହଳ ପକାଇଥିଲେ ସରୋଜ ମେହେର ।କିନ୍ତୁ ସରୋଜ, ବିଧାୟକ ଜୀବନର ପ୍ରଥମ ଦିନ ବିଧାନସଭାରେ କଟାଇବା ପରିବର୍ତ୍ତେ ଜେଲରେ କଟାଇପାରନ୍ତି ।ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଜୁନ୍୨୫ରୁ ଆରମ୍ଭ ହେଉଅଛି ।ତେବେ ବିଧାୟକ ପଦର ଶପଥ ନେଇଥିବାସରୋଜଙ୍କୁ ଅଧିବଶେନର ପୂର୍ବଦିନ ପୋଲିସ୍ ଗିରଫ କରିଛି ।

ଅପରପକ୍ଷରେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବାବିଜେଡି ବିଧାୟକଙ୍କର ଏକ ଅଭ୍ୟାସରେ ପରିଣତ ହେଲାପରି ଲାଗୁଛି ।ପୂର୍ବରୁ ସଦ୍ୟ ସମାପ୍ତ ନିର୍ବାଚନ ସମୟରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ମଧ୍ୟ ସରକାରୀ କର୍ମଚାରୀଙ୍କୁ ତାଙ୍କ ଫାର୍ମ ହାଉସରେ ମାଡ ମାରିଥିଲେ ।ଗତ ଅପ୍ରେଲ ୨୧ ତାରିଖରେ ବିଜେଡି ବିଧାୟକ ମହାରଥୀ ଲୋକଙ୍କୁ ଟଙ୍କା ବାଣ୍ଟୁଥିଲେ ।ସେହି ସମୟରେ ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ ଦାୟିତ୍ୱରେ ଥିବା ରବି ନାରାୟଣ ପାତ୍ର ମହାରଥୀଙ୍କୁ ଅଟକାଇଥିଲେ ।ଏଥିରେ ଉତ୍ୟକ୍ତ ହୋଇ ମହାରଥୀ ରବି ନାରାୟଣଙ୍କ ସମେତ ସେଠାରେ ଉପସ୍ଥିତ ଥିବା ପୋଲିସ୍ କର୍ମଚାରୀଙ୍କୁ ମାଡ ମାରି ଲହୁଲୁହାଣ କରିଥିଲେ ।ଫଳରେ ଅପ୍ରେଲ ୨୨ ତାରିଖରେ ସରକାରୀ କର୍ମଚାରୀଙ୍କୁ ମାଡ ଅଭିଯୋଗରେ ପୁରୀ ପୋଲିସ୍ ତାଙ୍କୁ ଗିରଫ କରିଥିଲା ।
ସରକାରୀ କର୍ମଚାରିଙ୍କୁ ମାଡ ମାରିବା ଅଭିଯୋଗରେ ବିଜେଡିର ଅନ୍ୟ ଜଣେ ବିଧାୟକ ମଧ୍ୟ ସଂପୃକ୍ତ।ପୂର୍ବତନ ବୋଲଗଡ-ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ତହସିଲଦାରଙ୍କୁ ମାଡ ମାରିଥିବାର ଅଭିଯୋଗ ଆସିଥିଲା ।ଏପରିକି ବିଜେଡିର ଦବଙ୍ଗ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନବକଳେବର ସମୟରେ ପୁରୀ ଏସ୍.ପିଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ବି ହୋଇଥିଲା ।ଶ୍ରୀମନ୍ଦିର ଭିତରେ ପୁରୀର ତତ୍କାଳୀନ ଏସ୍ପି ଆଶିଷ ସିଂ ଓ ବିଜେଡି ବିଧାୟକଙ୍କ ମଧ୍ୟରେ ମାରପିଟ୍ ହୋଇଥିବାର ଖବର ଆସିଥିଲା ।
ଏହିଭଳି ଭାବେ ସରକାରୀ କର୍ମଚାରୀଙ୍କୁ ବିଧାୟକମାନଙ୍କର ଦୁର୍ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି ।ବିଜେପି ବିଧାୟକ ମଧ୍ୟ ଏଥିରୁ ମୁକ୍ତ ନାହାଁନ୍ତି ।ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାମରେ ମଧ୍ୟ ବାରମ୍ବାର ଏଭଳି ଅଭିଯୋଗ ଆସିଛି ।

Jayakanta SabarPradeep moharathyPrasanta jagdebSantosh meher
Tweet
0
ରୋହିତଙ୍କୁ କାହିଁକି ୨୦୧୧ବିଶ୍ୱକପରେ ସ୍ଥାନ ମିଳି ନଥିଲା? ସିକ୍ରେଟ୍‌ ଖୋଲିଲେ କୋଚ୍‌
ଲାବ୍ରୋଟାରୀରୁ ନୁହେଁ,ଗ୍ୟାରେଜରୁ ନିର୍ମାଣ ହେଲା ଇକୋ ଫ୍ରେଣ୍ଡଲି AC:ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.