Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ରୋହିତଙ୍କୁ କାହିଁକି ୨୦୧୧ବିଶ୍ୱକପରେ ସ୍ଥାନ ମିଳି ନଥିଲା? ସିକ୍ରେଟ୍‌ ଖୋଲିଲେ କୋଚ୍‌

By admin • June 22, 2019 • ନ୍ୟୁଜ୍
Rohit-Sharma

ଇଣ୍ଡିଆନ କ୍ରିକେଟ ଟିମର ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା।ଚଳିତ ବିଶ୍ୱକପରେ ଟିମ୍‌ ଇଣ୍ଡିଆର ଷ୍ଟାର ଓପନର।ଏପର୍ଯ୍ୟନ୍ତ ୩ଟି ମ୍ୟାଚରେ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ କରିଛନ୍ତି।ଦିନିକିଆରେ ତିନି ତିନିଟି ଦ୍ୱଶତକ ବି ନିଜ ନାଁରେ କରିଛନ୍ତି ରୋହିତ। ସେ କ୍ରିଜରେ ଠିଆ ହେଲେ ପ୍ରତିପକ୍ଷ ବୋଲରଙ୍କ ହାଲ୍‌ ବେହାଲ ହୋଇଯାଏ।ଥରେ ଜମିଗଲେ ଆକାଶ ଚୁମ୍ବି ଛକା ମାରିବାରେ ମାହିର ରୋହିତ।କିନ୍ତୁ ଜାଣିଛନ୍ତି, ଟିମ୍‌ ଇଣ୍ଡିଆର ଏହି ଧୁରନ୍ଧର ଓପନରଙ୍କୁ ୨୦୧୧ର ଐତିହାସିକ ବିଶ୍ୱକପରେ ସ୍ଥାନ ମିଳି ନଥିଲା।୨୦୧୧ରେ ଭାରତ ୨୮ ବର୍ଷ ପରେ ବିଶ୍ୱବିଜେତା ହୋଇଥିଲା।କଣ ପାଇଁ ରୋହିତଙ୍କୁ ଦଳରେ ସ୍ଥାନ ମିଳି ନଥିଲା।ଏହି ସିକ୍ରେଟର ରାଜ ଖୋଲିଛନ୍ତି ତାଙ୍କ ପିଲା ଦିନର କୋଚ୍‌ ଦୀନେଶ ଲାଡ୍‌।

ଦୀନେଶ ଲାଡ୍

ଦୀନେଶ ଲାଡ କହିଛନ୍ତି,ରୋହିତ ଏବେ ଅଭିଜ୍ଞ କ୍ରିକେଟର।ଏବେ ଯେମିତି ଖେଲୁଛନ୍ତି ପିଲା ବେଳରୁ ତାଙ୍କ ଖେଳ ଷ୍ଟାଇଲ୍‌ ସେଭଳି ଥିଲା।ଟିମ୍‌ ଇଣ୍ଡିଆରେ ଏଣ୍ଟ୍ରି ମିଳିବା ପରେ ବ୍ୟାଟିଂରେ କମାଲ ଦେଖାଇଥିଲେ ରୋହିତ।୨୦୦୭ରୁ ୨୦୦୯ ଭିତରେ ଭଲ ଖେଳିଥିଲେ।ଏହି ସମୟ ଭିତରେ ଜିମ୍ବାଓ୍ୱେ ବିପକ୍ଷରେ ବିସ୍ପୋରକ ଦ୍ୱିଶତ ମାରିଥିଲେ ହିଟ୍‌ ମ୍ୟାନ୍‌। କିନ୍ତୁ ୨୦୦୯ ପରେ ତାଙ୍କ ପ୍ରଦର୍ଶନ ନିମ୍ନଗାମୀ ହୋଇଥିଲା।ଟଙ୍କା ଓ ପ୍ରସିଦ୍ଧି ପାଇଁ କ୍ରିକେଟକୁ ରୋହିତ ଅବହେଳା କରିଥିବା ଦୀନେଶ ଲାଡ କରିଛନ୍ତି।ଯାହାର ଫଳ ୨୦୧୧ରେ ତାଙ୍କୁ ମିଳିଥିଲା।ବିଶ୍ୱକପ୍‌ ଟିମ୍‌ରେ ସ୍ଥାନ ପାଇ ନଥିଲେ ରୋହିତ।
ଅବଶ୍ୟ ଅର୍ଥ ପାଇଁ ନିଜ କ୍ୟାରିୟରକୁ ନଷ୍ଟ କରି ଦେଇଥିବା ଅନେକ ବ୍ୟକ୍ତି ଅଛନ୍ତି। ଯେମିତି ବିଜେପିର ଦିବଙ୍ଗତ ନେତା ଦିଲ୍ଲୀପ ସିଂ ଜୁଦେବ,ଟଙ୍କା ଲାଞ୍ଜ ନେଇ କ୍ୟାମେରାରେ ଧରା ପଡ଼ିଥିଲେ।ଲାଞ୍ଜ ଗ୍ରହଣ କଲାବେଳେ ଦିଲ୍ଲୀପ କହିଥିଲେ ଯେ ପୈସା ଖୁଧା ତୋ ନେହି,ମଗର ଖୁଧା କି କସମ,ଖୁଧା ସେ ଭି କୁଛ କମ ନେହି।ଫଳରେ ବିଜେପିର ସେହି ଟାଣୁଆ ନେତା ଦିଲ୍ଲୀପ ଜୁଦେବ,ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ହୋଇ ପାରିନଥିଲେ।ସେହିଭଳି ରନ ପଛରେ ନ ଦୌଡି ଟଙ୍କା ପଛରେ ଦୌଡିବାରୁ ରୋହିତଙ୍କ କ୍ୟାରିୟରରେ କଳା ବାଦଲ ଘୋଟିଥିଲା।

Rohit-Virat

୨୦୧୧ବିଶ୍ୱକପ୍‌ ଟିମରେ ସୁଯୋଗ ନ ମିଳିବା ପରେ ରୋହିତଙ୍କୁ ତାଙ୍କ ଘରକୁ ଡାକିଥିଲେ ଦୀନେଶ ଲାଡ।କିଛି ପରାମର୍ଶ ଦେଇଥିଲେ।କ୍ରିକେଟ ପ୍ରତି ଧ୍ୟାନ ନଥିବା ପ୍ରସଙ୍ଗରେ ରୋହିତଙ୍କୁ ଅବଗତ କରାଇଥିଲେ।ଅଭ୍ୟାସ ଉପରେ ଫୋକସ୍ କରିବାକୁ କହିଥିଲେ।କୋହଲିଙ୍କ ଉଦାହରଣ ଦେଇ ରୋହିତଙ୍କ ଆଗରେ ତୁଳନାତ୍ମକ ଚିତ୍ର ରଖିଥିଲେ ଦୀନେଶ।ଅନ୍ତର୍ଜାତୀୟ କ୍ରିକେଟରେ ରୋହିତଙ୍କ ପରେ କୋହଲି ଆସିଥିଲେ।ପ୍ଲେଇଂ ଇଲେଭେନ୍‌ରେ ସ୍ଥାନ ପକ୍କା କରି ୨୦୧୧ ବିଶ୍ୱକପ୍‌ ଟିକେଟ ନେଇଥିଲେ କୋହଲି।
କୋଚଙ୍କ ଏହି ପଦେ କଥା ବୋଝେ ନିଜ କ୍ୟାରିୟରକୁ ପୁଣି ସଜାଡିବା ପାଇଁ ରୋହିତଙ୍କୁ ଚେତେଇ ଦେଇଥିଲା।କୋଚଙ୍କ କଥାକୁ ଗମ୍ଭୀରତାର ସହ ନେଇଥିଲେ ରୋହିତ।ସବୁ ଠିକ୍‌ ଠାକ୍‌ ଚାଲିଲା।ରେଜଲ୍ଟ ବି ମିଳିଲା।ତା ପରଠୁ ଟିମ୍‌ ଇଣ୍ଡିଆ ପାଇଁ ଅନେକ ମ୍ୟାଚ୍‌ ଓ୍ଵିନିଂ ଇନିଂସ ଖେଳିଛନ୍ତି ରୋହିତ।୨୦୧୧ବିଶ୍ୱକପ୍‌ ଟିକେଟ ପାଇ ନଥିବାରୋହିତ ୨୦୧୫ ଓ ୨୦୧୯ ବିଶ୍ୱକପ୍‌ ଓପନିଂ ଭାର ନିଜ କାନ୍ଧରେ ବୋହିଛନ୍ତି।

2011 World CupDINESH LADIndian Cricket TeamROHIT SHARMA
Tweet
0
ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱ ପଛରେ କିଏ? BJPର ରାଜ୍ୟସଭା ପ୍ରାର୍ଥୀଙ୍କୁ BJDର ସମର୍ଥନ
ମହାରଥୀ-ଜଗଦ୍ଦେବଙ୍କ ପରି ବାବୁଙ୍କୁ ବାଡେଇ BJDବିଧାୟକ ଗିରଫ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.