Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଲାବ୍ରୋଟାରୀରୁ ନୁହେଁ,ଗ୍ୟାରେଜରୁ ନିର୍ମାଣ ହେଲା ଇକୋ ଫ୍ରେଣ୍ଡଲି AC:ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

By admin • June 25, 2019 • ନ୍ୟୁଜ୍

ନିଜସ୍ୱ ଜ୍ଞାନକୌଶଳରେ ଏୟାର କଣ୍ଡିସନର(AC) ତିଆରି କରିଛନ୍ତି।ଉଦ୍ଭାବକଙ୍କ ଠିକଣା ଓ କାହାଣୀ ଶୁଣିଲେ ଆପଣଙ୍କ ଆଶ୍ଚର୍ଯ୍ୟ ସୀମା ରହିବ ନାହିଁ।ACର ଉଦ୍ଭାବକ ଜଣେ ଇଞ୍ଜିନିୟରନୁହଁନ୍ତି।ଗ୍ୟାରେଜ୍ ମେକାନିକ୍ କେ. ଅଖତର ଅଲ୍ଲୀଙ୍କ ନିରନ୍ତର ପ୍ରଚେଷ୍ଠା ହିଁରେ ତିଆରି ହୋଇଛି କମ ମୂଲ୍ୟରେ AC।ତାମିଲିନାଡୁ ତ୍ରିରୁଚିରାପଲ୍ଲୀର ଲାଲଗୁଡି  ରାସ୍ତାରେ ଛୋଟ ଗ୍ୟାରେଜ୍ ହିଁ ଅଖତର ଅଲ୍ଲୀଙ୍କ କର୍ମସ୍ଥଳୀ।ଏହି ଗ୍ୟାରେଜରେ ବିଶ୍ୱକର୍ମା ସାଜି ନିଜର ଭାବନାକୁ  ବାସ୍ତବତାର ରୂପ ଦିଅନ୍ତି ଅଖତର ଅଲ୍ଲୀଙ୍କୁ।
ବେମାର ସ୍ତ୍ରୀ ପାଇଁ ନିଜ ପ୍ରଚେଷ୍ଠାରେ AC ତିଆରି କରିଛନ୍ତି।ଏହି ପ୍ରତିଭାବାନବ୍ୟକ୍ତି ଜିଲ୍ଲା ଓ ରାଜ୍ୟସ୍ତରରେ ଅନେକ ଥର ପୁରଷ୍କୃତ ହୋଇଛନ୍ତି।ବହୁ ଉପକରଣ ଉଦ୍ଭାବକ ଅଖତର ଅଲ୍ଲୀଙ୍କ ସର୍ବଶେଷ୍ଠ କୃତି ଉପକରଣAC ୪୦ବର୍ଷ କାମ କରିବ।ଆଉ ରୁମର ତାପମାତ୍ରା ୧୦ଡିଗ୍ରୀ ସେଣ୍ଟିଗ୍ରେଡ୍ କମାଇ,ବାହର ଅପେକ୍ଷା ଥଣ୍ଡାସୃଷ୍ଟି କରୁଛି।ବଜାରରେ ଉପଲବ୍ଧ ACସହ ଗୁଣାତ୍ମକ ମାନରେ ସମକକ୍ଷ ଏବଂ କମ ମୂଲ୍ୟ ହୋଇଥିବାରୁ ଚାହିଦା ଅଧିକ ରହିଛି।

ବେମାର ସ୍ତ୍ରୀଙ୍କୁ ଗିଫ୍ଟ
ରୋଗୀଣାଅଖତର ଅଲିଙ୍କ ସ୍ତ୍ରୀ ଚିକିତ୍ସିତ ହେଉଥିବା ହସ୍ପିଟାଲରେ AC ଲାଗିଥିଲା।ତେବେ ଘରକୁ ଫେରିବା ପରେ ଅସହ୍ୟ ଗରମ ସହି ନପାରି ସ୍ୱାମୀକୁACଟିଏ  କିଣିବା ପାଇଁ ନିବେଦନ କରିଥିଲେ।ସ୍ତ୍ରୀର ଯନ୍ତ୍ରଣା ସହି ପାରୁନଥିଲେ ମଧ୍ୟ ସ୍ୱଳ୍ପ ଆୟ ଯୋଗୁ AC କିଣିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା।ମାତ୍ର ସେ ହାର ମାନିନଥିଲେ,ନିଜ ପ୍ରଚେଷ୍ଠାରେ ସ୍ତ୍ରୀର ଆବଶ୍ୟକତା ପୂରଣ ପାଇଁ ଚେଷ୍ଠା ଜାରି ରଖିଲେ ଅଖତର ଅଲ୍ଲୀ।ପରୀକ୍ଷା-ନିରୀକ୍ଷଣ କରି ଆଗେଇ ଚାଲିଲେ।ଦୁଇଟି ପାଣି କେନ୍,ଗୋଟିଏ ବାଉଁଶ ଝୁଡି,ନଳୀ,ପାଣିଓ ବେଣାଚେରକୁ ବ୍ୟବହାର କରି ଶୀତତାପ ନିୟନ୍ତ୍ରଣ ମେସିନ୍ କଲେ ଅଖତର ଅଲ୍ଲୀ।

ACନିର୍ମାଣ ପାଇଁ ଅଲ୍ଲୀ କୌଶଳ….
୧-ଦୁଇଟି ପ୍ଲାଷ୍ଟିକ ପାଣି କେନର ଉପର ଭାଗକୁ କାଟି ଦେଲେ।ଗୋଟିକରେ ପଥର,ଇଟା, ଏବଂ ୧୨ଲିଟର ପାଣି ଭର୍ତି କରିବା ସହ ଏହାର ଅଗ୍ରଭାଗରେ ବେଣା ଚେର(ଘାସ) ଥିବା ବାଉଁଶ ଝୁଡ଼ିଟିକୁ ଆବରଣ କଲେ।ଅନ୍ୟ କେନଟିରେ ମଧ୍ୟ ଇଟା-ପଥର ସହ ପାଣି ଭର୍ତ୍ତି କରିଦେଲେ।
୨-ଗୋଟିଏ ପତଳା ନଳୀ ଦ୍ୱାରା ଉଭୟ ପାଣି କେନକୁଯୋଡି ମୋଟର ସହ ସଂଯୋଗ କଲେ।ମୋଟର ଚାଲିବା ଦ୍ୱାରା ଉଭୟ କେନରେ ଥିବା ପାଣି ଗତି କଲା।
୩-ସେହି ପତଳା ନଳୀଟି ତୋରଣ ପରି କେନ ଉପରେ ଥିବା ବେଣାଚେର(ଘାସ) ଉପରକୁ ପାଣି ଫିଙ୍ଗୁଥିଲା।ସେହି ସମୟରେଘର ଭିତରେ ଥିବା ସିଲଂଫ୍ୟାନଟି ଚାଲିବା ଦ୍ୱାରା ଥଣ୍ଡା ପବନକୁ ଚାରିଆଡକୁ ବିଛୁରିତ କରିଥାଏ।
4-ଏହି ଇକୋ ଫ୍ରେଣ୍ଡଲି ଶୀତତାପ ନିୟନ୍ତ୍ରଣକାରୀ ମେସିନ୍ ପାଇଁ କେନ ଭିତରେ ଥରେ ପାଣି ଓ ଘାସ ଭର୍ତ୍ତି କଲେ ତାହା ଅନେକ ଦିନ ପାଇଁ କାମ କରିଥାଏ।

ତାପମାତ୍ରା 10ଡିଗ୍ରୀ ହ୍ରାସ
ଉତ୍ତପ୍ତ ସହର ତ୍ରିଚିରେ ତାପମାତ୍ର ୩୭ଡିଗ୍ରୀ ତାପମାତ୍ରା ରହୁଥିବା ଥିଲା ବେଳେ ସେହି ହ୍ୟାଣ୍ଡମେଡ AC ଯୋଗୁ ଅଖତର ଅଲ୍ଲୀଙ୍କ ଘରର ତାପମାତ୍ରା ୨୭ଡିଗ୍ରୀ ରହୁଥିଲା।ଏହାକୁ ତିଆରି କରିବାକୁ ମାତ୍ର ୩ହଜାର ୫ଶହ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସ୍ତ୍ରୀଙ୍କ ଆବଶ୍ୟକତା ଆଗରେ ଏହାକୁ ଟଙ୍କାରେ ମାପିବା କାଠିକର।ବର୍ତ୍ତମାନ ହ୍ୟାଣ୍ଡମେଡ AC ପାଇଁ ଅଖତର ଅଲ୍ଲୀଙ୍କୁ 10ଟି ଅର୍ଡର ମିଳିଛି। ଗୋଟିଏ କେନରେ AC ମେସିନ୍ ପାଇଁ ଅଖତର ଅଲ୍ଲୀ 2ହଜାର 5ଶହ ଟଙ୍କା ନେଉଛନ୍ତି। ଦୁଇଟି କେନର ହ୍ୟାଣ୍ଡମେଡ AC ପାଇଁ ଅଖତର ଅଲ୍ଲୀଙ୍କ ରେଟ୍ ହେଉଛି ୩ହଜାର ୫ଶହ ଟଙ୍କା।
ବହୁ ପ୍ରତିଭାର ଅଧିକାରୀ 58ବର୍ଷିୟ ଅଖତର ପିଲାଟି ବେଳୁ ସଂଗ୍ରାମ କରୁଛନ୍ତି।ମାତ୍ର ୧୦ବର୍ଷ ବୟସରେ ସେ ପାଠ ପଢ଼ା ଛାଡି ପରିବାର ଚଳାଇବା ପାଇଁ ଗ୍ୟାରେଜରେ କାମ କରୁଥିଲେ।ସାଇକେଲ ମରାମତି କରି ସଂଚୟ କରିଥିବା ଅର୍ଥରେ ସେ ନିଜେ ଗୋଟିଏ ଗ୍ୟାରେଜ କରିଥିଲେ।ତାଙ୍କ ଉଦ୍ଭାବନର ଆଉ ଏକ ନମୁନା ହେଉଛି  ଟାୟାର ପମ୍ପଚର ମେସିନ୍।ଯାହାକୁ ସେ ୮ ବର୍ଷ ତଳେ ତିଆରି କରି ଲୋକଲୋଚନକୁ ଆସିଥିଲେ।
ତଥ୍ୟ-ଦେବେନ୍ଦ୍ର ନାୟକ

Akhtar AliTamilnadu
Tweet
0
ମହାରଥୀ-ଜଗଦ୍ଦେବଙ୍କ ପରି ବାବୁଙ୍କୁ ବାଡେଇ BJDବିଧାୟକ ଗିରଫ
ସଫଳ କ୍ରିକେଟରଙ୍କ କ୍ୟାରିୟର ସରିଗଲା;କିନ୍ତୁ ଖେଳି ପାରିଲେନି ବିଶ୍ୱକପ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.