କଂଗ୍ରେସକୁ ହରାଇବ କଂଗ୍ରେସ : ସିଦ୍ଧୁଙ୍କ ଫୋକସରେ ଦଳୀୟ ଶୃଙ୍ଖଳା

ଚଳିତ ମାସ ଅର୍ଥାତ ଫେବୃଆରୀ ୨୦’ରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବ। ନିର୍ବାଚନ ଯେତେ ପାଖେଇ ଆସୁଛି ଦଳୀୟ କନ୍ଦଳରେ ଛନ୍ଦି ହୋଇପଡ଼ୁଛି ଶାସକ ଦଳ କଂଗ୍ରେସ। ଗତବର୍ଷ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ କ୍ୟାପଟେନ୍ ଅମରିନ୍ଦର ସିଂ ଦଳ ଛାଡ଼ିଥିଲେ।ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଦଳୀୟ କନ୍ଦଳକୁ ପ୍ରଶ୍ନ କରିଛନ୍ତି।”ପଞ୍ଜାବରେ କଂଗ୍ରେସକୁ କେହି ହରାଇ ପାରିବେ ନାହିଁ। କେବଳ କଂଗ୍ରେସ ହିଁ କଂଗ୍ରେସକୁ ହରାଇ ପାରିବ” ବୋଲି ସିଦ୍ଧୁ କହିଛନ୍ତି।

ନବଜୋତ ସିଂ ସିଦ୍ଧୁ
ସିଦ୍ଧୁଙ୍କ ଟାର୍ଗେଟରେ କିଏ?
ଦଳ ପକ୍ଷରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂ ଚନ୍ନିଙ୍କ ନାମ CM ଚେହେରା ଭାବେ ଘୋଷଣା ପରେ ସିଦ୍ଧୁଙ୍କର ବିବାଦୀୟ ମନ୍ତବ୍ୟ ଦେବାର ପର୍ବ ଆରମ୍ଭ ହୋଇଥିଲା। ନାଟକୀୟ ଢଙ୍ଗରେ ପିସିସି ସଭାପତିରୁ ଇସ୍ତଫା ଦେଇ ପୁଣି ଦଳକୁ ଫେରିଥିଲେ ସିଦ୍ଧୁ।ଯଦିଓ ଏବେ ରାଜନୈତିକ କଳହ ଶାନ୍ତି ପଡ଼ିଛି,କିନ୍ତୁ ବିବାଦ ସମ୍ପୂର୍ଣ୍ଣ ତୁଟି ନାହିଁ। ଅମୃତସର ଇଷ୍ଟରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସିଦ୍ଧୁ କହିଛନ୍ତି ଯେ,କେବଳ କଂଗ୍ରେସ ହିଁ ଦୃଢ଼ ଏବଂ ସୁରକ୍ଷିତ ସରକାର ଦେଇପାରିବ।
Connect With Us