ଶ୍ରୀକାନ୍ତ ଜେନା,ଜାତୀୟ ଓ ରାଜ୍ୟ ରାଜନୀତିରେ ଏକ ପରିଚିତ ନାଁ। ଅନେକ ସମୟରେ ଏହି ନେତାଙ୍କୁ ନେଇ ଚର୍ଚ୍ଚା ହୁଏ। ଅନେକ ତାଙ୍କୁ ରାଜନୈତୀକ ଚକ୍ରାନ୍ତରେ ମାହିର୍ ଥିବା କଥା ମଧ୍ୟ କୁହନ୍ତି।ଏମିତିରେ ତ ତାଙ୍କୁ ବହୁତ ଲୋକ ଚକ୍ରାନ୍ତ ଜେନା ଭାବରେ ଜାଣନ୍ତି। ବିଜୁ ପଟ୍ଟନାୟକଙ୍କ ସାହାଯ୍ୟରେ ରାଜନୀତିରେ ପାଦ ଥାପିଥିବା ଏହି ନେତା ଅତୀତରେ କଂଗ୍ରେସରେ ସାମିଲ୍ ମଧ୍ୟ ହୋଇଥିଲେ।ମାତ୍ର ରାଜନୀତିରେ ଜାତିବାଦ ପ୍ରସଙ୍ଗ ତଥା ପଟ୍ଟନାୟକ ପରିବାରକୁ ଆଙ୍ଗୁଳି ନିର୍ଦ୍ଦେଶ କରି ସେ କଂଗ୍ରେସରୁ ବିଦା ହୋଇଥିଲେ।ଏହି ନେତାଙ୍କ ଚକ୍ରାନ୍ତ ପାଇଁ ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ ବିଜୁ ପଟ୍ଟନାୟକ।
ବିଜୁଙ୍କ ସହ ବେଇମାନୀ
ବିଜୁଙ୍କ ପ୍ରତି ବେଇମାନ୍ ଆଚରଣ ଦେଖାଇଥିଲେ ଶ୍ରୀକାନ୍ତ ଜେନା। ଯେଉଁ ବିଜୁବାବୁଙ୍କ ଦୟାରୁ ସେ ତାଙ୍କ ରାଜନୀତି କ୍ୟାରିଅରର ଶୀର୍ଷରେ ପଂହଁଚିଲେ ତାଙ୍କୁ ଶେଷରେ ସେ ଧୋକା ଦେଇଥିଲେl ବିଜୁଙ୍କୁ ପଛରୁ ଛୁରା ମାରିଲା ପରି କାମ କଲେ ଶ୍ରୀକାନ୍ତ ଜେନାl ଭାରତରବର୍ଷରେ ପ୍ରଧାନ ମନ୍ତ୍ରୀ ହେବାକୁ ଯୋଗ୍ୟତା ରଖିଥିବା ଏକମାତ୍ର ଓଡ଼ିଆ ନେତା କଳିଙ୍ଗ ବୀରପୁତ୍ର ବିଜୁବାବୁଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ମଧ୍ୟ ସ୍ଥାନ ନ ଦେବା ପାଇଁ ଶ୍ରୀକାନ୍ତ ଲାଗି ପଡ଼ିଥିଲେ ବୋଲି ଅଭିଯୋଗ ହୁଏl୧୯୯୬ ରେ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଶ୍ରୀକାନ୍ତଙ୍କ ଚକ୍ରାନ୍ତ ପାଇଁ ପ୍ରଧାନମନନ୍ତ୍ରୀ ହୋଇ ପାରିନଥିଲେ ବିଜୟାନନ୍ଦ ପଟ୍ଟନାୟକ। ଏଚ୍.ଡି ଦେବଗୌଡା ହିଁ ପ୍ରଧାନମନ୍ତ୍ରୀ ସାଜିଥିଲେ। ସେତେବେଳେ ହଠାତ୍ ବିଜୁବାବୁଙ୍କ ହାତ ଛାଡି କଂଗ୍ରେସରେ ଯୋଗଦେଇଥିଲେlବିଜୁଙ୍କ ଏହି ବିଫଳତା ପାଇଁ ଚକ୍ରାନ୍ତ କରିଥିବାରୁ ତାଙ୍କୁ କଟାକ୍ଷ କରି ଚକ୍ରାନ୍ତ ଜେନାର ଆଖ୍ୟା ଦିଆଯାଇଛି।
କଂଗ୍ରେସରୁ ସବୁ ପାଇବା ପରେ ମଧ୍ୟ ବିଶ୍ୱାସ ଘାତକତା କରିଥିଲେ ଶ୍ରୀକାନ୍ତ l
ବିଜୁବାବୁ ଓ ଜନତା ଦଳକୁ ଧୋକା ଦେଇ ବିଜୁଙ୍କ ହାତ ଛାଡି କଂଗ୍ରେସର ହାତ ଧରିଥିଲେ ଶ୍ରୀକାନ୍ତ।ଏପରିକି ରହୁଲଗାନ୍ଧୀ ତାଙ୍କୁ କେନ୍ଦ୍ରମନ୍ତ୍ରୀ ମଧ୍ୟ କରିଥିଲେl ଦୀର୍ଘବର୍ଷ ସେ କ୍ଷମତାରେ ମଧ୍ୟ ରହିଥିଲେl ଶେଷରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସେ ଧୋକା ଦେଇଥିଲେl ପଟ୍ଟନାୟକ ପରିବାର ବିରୋଧରେ ବିଷୋଦଗାର କରି ସେ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି।ନିରଞ୍ଜନ ପଟ୍ଟନାୟକଙ୍କୁ ସିଧା ସଳଖ ଟାର୍ଗେଟ୍ କରି କଂଗ୍ରେସ ଦଳରେ ଅନ୍ତର୍ଦ୍ୱନ୍ଦ ସୃଷ୍ଟି କରିବାରୁ ତାଙ୍କୁ ଏ ଦଶା ଭୋଗିବାକୁ ପଡିଥିଲା।