ହେଲିକପ୍ଟର ଦୁର୍ଘଟଣାରେ ବିପିନ୍ ରାୱତଙ୍କ ମୃତ୍ୟୁପରେ ଏବେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇ ନାମ ଘୋଷଣା ହେବବୋଲି ଜଣାପଡିଛି। ଦେଶର ସୁରକ୍ଷା ଦୃଷ୍ଟିରୁ ବିଶିଷ୍ଠ,ଦକ୍ଷ ଓ ଅନୁଭବୀ ସେନା ଅଧିକାରୀଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯିବ। ସରକାରୀ ଘୋଷଣା ହୋଇନଥିବାରୁ ଏ ପଦବୀକୁ ନେଇ ଚର୍ଚା ହେଉଛି।

ବିବେକ ରାମ୍ ଚୌଧୁରୀ, ଏମ୍.ଏମ୍.ନରବଣେ,ଆର୍.ହରିକୁମାର

   ବିପିନ୍ ରାୱତଙ୍କ ପରେ କିଏ?
ପ୍ରବଳ ପରାକ୍ରମୀ ମୁଖ୍ୟ ବିପିନଙ୍କ ମୃତ୍ୟୁପରେ ସେ ପଦବୀପାଇଁ ତାଙ୍କଭଳି ଜଣେ ବିଶିଷ୍ଠ ଓ ଅଭିଜ୍ଞ ଅଧିକାରୀଙ୍କୁ ବାଛିବାର ଗୁରୁଦାୟିତ୍ୱ ତୁଲାଇବାକୁ ସରକାରୀ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ବରିଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରୁ ବର୍ତ୍ତମାନର ସେନାଧ୍ୟକ୍ଷ ଜେନେରାଲ୍ ଏମ୍.ଏମ୍.ନରବଣେ ସିଡିଏସ୍ ନିଯୁକ୍ତି ହେବାର ସମ୍ଭାବନା ଅଧିକ ଥିବା ଆଲୋଚନା ହେଉଛି।ବୟସ ଓ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କ ନିଯୁକ୍ତିର ସମ୍ଭାବନା ଅଧିକ।କାଶ୍ମୀରରୁ ନର୍ଥ ଇଷ୍ଟରେ ଆତଙ୍କବାଦୀ ଅପରେସନରେ ସେ ଗୁରୁଦାୟିତ୍ୱ ତୁଲାଇଛନ୍ତି। କାଉଣ୍ଟର୍ ଓ ଏମେରଜେନ୍ସି ଅପରେସନରେ ତାଙ୍କ ପରାକ୍ରମର ପରିଚୟ ମିଳିଛି। ଏ ପଦବୀ ଦୌଡରେ ନୌସେନା ମୁଖ୍ୟ ଆର୍.ହରିକୁମାର ଓ ବାୟୁସେନା ମୁଖ୍ୟ ବିବେକ୍ ରାମ୍ ଚୌଧୁରୀଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।