ଅମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଲାଲ ସିଂ ଚଡ୍ଡା ହଲରେ ରିଲିଜ୍ ହୋଇଛି।ଫିଲ୍ମ ରିଲିଜ ହେବା ପରେପରେ ବିବାଦ ଘେରରେ ମଶିବାରେ ଲାଗିଛି। ଫିଲ୍ମଟି ପରଦାକୁ ଆସିବା ପୂର୍ବରୁ ଏହାକୁ ବୟକଟ କରିବାକୁ ସୋସିଆଲ ମିଡିଆରେ ଜୋରସୋର କ୍ୟାମ୍ପେନ ଚାଲିଛି।

ଅମୀରଙ୍କୁ ନା
ଅମୀର ଖାଁଙ୍କ ଫିଳ୍ମକୁ ନେଇ ପୂର୍ବରୁ ଦର୍ଶକଙ୍କ ମନରେ ଖୁବ୍ ଉତ୍ସାହ ଦେଖାଯାଏ। ଭାରତୀୟ ଦର୍ଶକ ତାଙ୍କ ଫିଲ୍ମକୁ ଅପେକ୍ଷା କରି ବସିଥାନ୍ତି। କିନ୍ତୁ ପ୍ରଥମ ଥର ପାଇଁ ଆମିର ଖାନଙ୍କ ସିନେମା ନଦେଖିବାକୁ ସୋସିଆଲ ମିଡିଆରେ କ୍ୟାମ୍ପେନ ଚାଲିଛି। ଜଣେ ଦିବ୍ୟାଙ୍ଗ ବାଳକର ସଫଳତାର କାହାଣୀ ଉପରେ ଆଧାରିତ ଲାଲ ସିଂହ ଚଢ଼ା। ଏଭଳି ଫିଲ୍ମକୁ ବୟକଟ୍ କରାଯିବା ଗୋଟାଏ ପ୍ରକାରର ଅମୀରଙ୍କ ପ୍ରତି ଅଗ୍ରାହ୍ୟ ମନୋଭାବକୁ ସ୍ପଷ୍ଟ କରିଛି।
 

ଭାରୀ ପଡୁଛି କି ପୁରୁଣା ବୟାନ?
ଅମିରଙ୍କ ଫିଲ୍ମକୁ ବୟକଟ କରାଯିବା ପରେ ଅନେକ ଚର୍ଚ୍ଚା ଜୋର୍ ଧରିଛି। ଅତୀତରେ ଅମୀର ଦେଇଥିବା ଏକ ବୟାନ ବୟକଟର କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ବୟାନ ସେତେବେଳେ ଚର୍ଚାର ପରିସରକୁ ଆସିଥିଲା। ଦେଶରେ ସୁରକ୍ଷିତ ନଥିବା ସେ ମତ ରଖିଥିଲେ। ବଲିଉଡରେ  ମଧ୍ୟ ତାଙ୍କର ଏ କଥାକୁ ପସନ୍ଦ କରିନଥିଲେ କିଛି ଅଭିନେତା ଓ ଅଭିନେତ୍ରୀ। ସେହି ବିବାଦ ପୁଣି ଥରେ ଏବେ ମୁଣ୍ଡ ଟେକିଛି। କିଛି ଦର୍ଶକ ସୋସିଆଲ୍ ମିଡିଆରେ ଲେଖିଛନ୍ତି ଯିଏ ଏହି ଦେଶରେ ସୁରକ୍ଷିତ ମନେ କରେ ନାହିଁ, ସେ ଏହି ଦେଶରେ ଫିଲ୍ମ ରିଲିଜ୍ ମଧ୍ୟ କରିପାରିବେ ନାହିଁ। ସୋସିଆଲ ମିଡିଆରେ କ୍ୟାମ୍ପେନ ପରେ ସାମନାକୁ ଆସି ଏମିତି ନକରିବାକୁ ଅମୀର ସମସ୍ତଙ୍କୁ ଅନୁରୋଧ କରିଛନ୍ତି।