ଟ୍ରେନର କବାଟ ପାଖରେ ଥିବା ଝରକା ଅନ୍ୟ ଝରକା ଠାରୁ ଭିନ୍ନ କାହିଁକି

ଆମ ଚାରିପାଖରେ ଏମିତି ଅନେକ କିଛି ତଥ୍ୟ ଓ ତତ୍ତ୍ୱ ଲୁଚି ରହିଥାଏ ଯାହା ଆମକୁ ଚକିତ କରେ ।ଆକାର ଆକୃତି ଓ ପ୍ରକୃତି ଦୃଷ୍ଟିକୋଣରୁ ଭିନ୍ନତାରେ ମଧ୍ୟ ଆମ ନଜର ଅଟକେ।ଭାରତୀୟ ରେଳଗୁଡିକରେ ମଧ୍ୟ ଏମିତି କିଛି ରୋଚକ କଥା ଲୁଚି ରହିଛି ।ଟ୍ରେନ୍ କୋଚରେ କବାଟ ପାଖରେ ଥିବା ଝରକା ଅନ୍ୟ ଝରକାଠାରୁ ଭିନ୍ନ ହୋଇଥାଏ। ଟ୍ରେନର ଏସି କୋଚ୍ ବ୍ୟତୀତ, ସମସ୍ତ ସ୍ଲିପର ଏବଂ ଜେନେରାଲ କୋଚର କବାଟ ପାଖରେ ଥିବା ଝରକା ଅନ୍ୟ ଝରକାଠାରୁ ଅଲଗା।

କବାଟ ପାଖରେ ଥିବା ଝରକା ଭିତରେ ହାତ ଭର୍ତ୍ତି କରି ଚୋର ସହଜରେ ଚୋରି କରିପାରୁଥିବାରୁ ଅଧିକ ରେଲିଂ ଲାଗିଥାଏ। ରେଳ ଅଧିକାରୀଙ୍କ ଅନୁଯାୟୀ,ପୂର୍ବରୁ ଟ୍ରେନରେ ଲାଗିଥିବା ଝରକା ସମାନ ଥିଲା। ସବୁ ଝରକାରେ ସମାନ ରେଲିଂ ଲଗାଯାଉଥିଲା। ଏହା ଫଳରେ ଚୋରମାନେ କବାଟ ପାଖରେ ଠିଆ ହେବା ସହ ଟ୍ରେନ୍ ଚାଲିବା ମାତ୍ରେ ଝରକାରେ ହାତ ଭର୍ତ୍ତି କରି ଯାତ୍ରୀଙ୍କ ଜିନିଷ ଚୋରି କରିଦେଉଥିଲେ। ଏନେଇ ବାରମ୍ବାର ଅଭିଯୋଗ ହେବାପରେ ରେଳବାଇ ପକ୍ଷରୁ ଟ୍ରେନର କବାଟ ପାଖରେ ଲାଗିଥିବା ଝରକାକୁ ଅନ୍ୟଠାରୁ ଭିନ୍ନ କରିବାକୁ ପଡ଼ିଲା। ସେଥିପାଇଁ ଅନ୍ୟ ଝରକା ଅପେକ୍ଷା ଟ୍ରେନର କବାଟ ପାଖରେ ଲାଗିଥିବା ଝରକାର ରେଲିଂ ଅଧିକ ରହିଥାଏ। ଯାହାଫଳରେ ଯାତ୍ରୀ ଅପେକ୍ଷାକୃତ ଅଧିକ ସୁରକ୍ଷା ପାଇପାରନ୍ତି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us