ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ କାହିଁକି ହତ୍ୟା କଲା ହତ୍ୟାକାରୀ

ଲୋକପ୍ରିୟ ବ୍ୟକ୍ତିତ୍ୱ ସିଞ୍ଜୋ ଆବେଙ୍କୁ ଜୁଲାଇ ୮ରେ ହତ୍ୟା କରାଯାଇଛି। ସେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ। ଏକ ବୈଠକରେ ଭାଷଣ ଦେବା ସମୟରେ ତାଙ୍କୁ ଗୁଳି କରାଯାଇଥିଲା। ପଶ୍ଚିମ ଜାପାନର ନାରାରେ ଏକ ସଂସଦୀୟ ନିର୍ବାଚନ ପାଇଁ ସିଞ୍ଜୋ ଆବେ ପ୍ରଚାର କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ହଠାତ୍ ପଛ ପଟୁ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି କରିଥିଲେ। ଏହାଫଳରେ ସିଞ୍ଜୋ ଆବେଙ୍କ ମୃତ୍ୟୁ ହୋଇଛି। ସିଞ୍ଜୋଙ୍କୁ ହତ୍ୟା କରାଯିବା ପଛରେ କଣ କାରଣ ରହିଛି ଏ ନେଇ ଅନେକ ଅନୁମାନ କରାଯାଉଥିଲା। ଏପରିକି ରାଜନୈତୀକ ଶତ୍ରୁତା ଥିବା ମଧ୍ୟ ସନ୍ଦେହ କରାଯାଇଥିଲା। ମାତ୍ର ହତ୍ୟାକାରୀ ପୁଲିସ ହାତରେ ଧରା ପଡିଲା ପରେ ହତ୍ୟା ପଛର କାରଣ ପ୍ରକାଶ କରିଛି।

ଚାନ୍ଦା ଦେଇ ସର୍ବସ୍ୱ ହରାଇଥିଲେ ମା:ପ୍ରତିଶୋଧ ନେବାକୁ ସିଞ୍ଜୋଙ୍କୁ ହତ୍ୟା କଲେ ପୁଅ
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ହତ୍ୟାକାରୀ ତେତ୍ସୁଆ ୟାମାଗାମି ସବୁ ସତ ସ୍ୱୀକାର କରିଛି। ଧର୍ମ ସମ୍ବନ୍ଧୀୟ କାରଣ ପାଇଁ ସିଞ୍ଜୋ ଆବେଙ୍କୁ ସେ ହତ୍ୟା କରିଛି। ହତ୍ୟାକାରୀର କହିବା ଅନୁସାରେ ତାଙ୍କ ମା ଧାର୍ମିକ ଅନୁଷ୍ଠାନ ଉଦ୍ଧେଶ୍ୟରେ ଚାନ୍ଦା ଦେଇ ସବୁ ଅର୍ଥ ଆତ୍ମସାତ କରିଥିଲେ। ଏଥିପାଇଁ ତାଙ୍କର ଆର୍ଥିକ ସ୍ଥିତି ଖୁବ୍ ପ୍ରଭାବିତ ହୋଇଛି। ସିଞ୍ଜୋ ଏହି ଅନୁଷ୍ଠାନର ମୁଖ୍ୟ ଥିବାରୁ ହତ୍ୟାକାରୀ ଏଥିପାଇଁ ତାଙ୍କୁ ଉତ୍ତରଦାୟୀ ଭାବି ଏପରି ପଦକ୍ଷେପ ନେଇଥିବା ସ୍ୱୀକାର କରିଛି। ସିଞ୍ଜୋଙ୍କ ଉପରେ ରାଗ ସୁଝାଇବାକୁ ସେ ଅନେକ ଦିନ ହେବ ଯୋଜନା କରିଥିଲା। ବୈଠକରେ ପୁଲିସର ଢ଼ିଲା ସୁରକ୍ଷା ହେତୁ ସେ ତା ଯୋଜନାରେ ସପଳ ହୋଇ ସିଞ୍ଜୋଙ୍କ ଉପରକୁ ଗୁଳି ମାଡ କରିଥିଲା।ସେହି ଗୁଳି ମାଡରେ ସିଞ୍ଜୋ ତାଙ୍କର ପ୍ରାଣ ହରାଇଛନ୍ତି।
Connect With Us