ଓବିସି ବର୍ଗଙ୍କୁ ଧୋକା!

ପଂଚାୟତ ନିର୍ବାଚନ ପୁର୍ବରୁ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗ ଜୋର ଧରିଛି।କଂଗ୍ରେସ ପରେ ବିଜେପି ମଧ୍ୟ ରାଜ୍ୟପାଳଙ୍କୁ ଭେଟି ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ନିର୍ବାଚନରେ ସଂରକ୍ଷଣର ବ୍ୟବସ୍ଥା କରିବା ପରେ ହିଁ ପଂଚାୟତ ନିର୍ବାଚନ କରାଯିବା ନେଇ ଦାବୀ ରଖିଛି।ବିରୋଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି।

ତେଜୁଛି ସଂରକ୍ଷଣ ରାଜନୀତି
ବ୍ରହ୍ମଗିରି ବିଧାୟକ ଶ୍ରୀ ମହାପାତ୍ର ଯୁକ୍ତି ବାଢ଼ିଛନ୍ତି ଯେ, ରାଜ୍ୟର ମୋଟ ଜନସଂଖ୍ୟାର ୫୪ପ୍ରତିଶତ ଓବିସି ବର୍ଗ। ମାତ୍ର ରାଜ୍ୟ ସରକାର ପଂଚାୟତ ନିର୍ବାଚନରେ ସେମାନଙ୍କୁ ସ୍ଥାନ ସଂରକ୍ଷଣ ନଦେଇ ପଂଚାୟତ ନିର୍ବାଚନ କରିବାକୁ ଯାଉଛନ୍ତି।ଡିସେମ୍ବର ୨୭ ଓ ୨୯ତାରିଖରେ ଜାରି ଜିଲ୍ଲା ପରିଷଦ,ପଂଚାୟତ ସମିତି ଓ ସରପଂଚ ପଦ ପାଇଁ ଚିଠା ତାଲିକାରେ ଓବିସି ବର୍ଗଙ୍କ ନିମନ୍ତେ ସଂରକ୍ଷଣର କୌଣସି ବ୍ୟବସ୍ଥା ନାହିଁ।ତେଣୁ ଏ ପ୍ରସଙ୍ଗରେ ହସ୍ତକ୍ଷେପ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କୁ ବିଜେପି ବିଧାୟକମାନେ ଅନୁରୋଧ କରିଛନ୍ତି।ପୂର୍ବରୁ ପଂଚାୟତ ଓ ପୌର ନିର୍ବାଚନରେ ଓବିସି ବର୍ଗ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ସୁବିଧା ପାଇଥିବାବେଳେ ଆସନ୍ତା ପଂଚାୟତ ନିର୍ବାଚନରେ ଏହି ସଂରକ୍ଷଣ ଦେବାରେ କେଉଁଠି ଅସୁବିଧା ରହିଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।ଓବିସି ବର୍ଗଙ୍କ ନିମନ୍ତେ ଆସନ୍ତା ପଂଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ କରିବା ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଉଭୟ କଂଗ୍ରେସ୍ ଓ ବିଜେପି ଦାବି କରିଛନ୍ତି।
Connect With Us