ଶ୍ରୀମନ୍ଦିର ପାଇଁ ଖୁସି ଖବର,ସପ୍ତ ମୁକ୍ତି ସ୍ଥଳରେ ପାଇଛି ସ୍ଥାନ

ଶ୍ରୀମନ୍ଦିରକୁ ନେଇ ଖୁସି ଖବର। ଐତିହ୍ୟ କରିଡ଼ର ନିର୍ମାଣ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ବିଶ୍ୱବାସୀଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ସ୍ପଷ୍ଟ ହେଉଥିଲା ବେଳେ ଆଉ ଏକ ଖୁସିର ଅଧ୍ୟାୟ ଜୋଡ଼ି ହୋଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ସାମୂହିକ ଭାବେ ପ୍ରଚାର ପ୍ରସାର କରାଯାଉଥିବା ଭାରତର ସପ୍ତ ମୁକ୍ତିସ୍ଥଳରେ ଶ୍ରୀମନ୍ଦିର ସ୍ଥାନ ପାଇଛି।

ଅଯୋଧ୍ୟା,ମଥୁରା,ହରିଦ୍ୱାର,ବାରଣାସୀ,କାଞ୍ଚି ଅବନ୍ତିକା,ଏବଂ ଦ୍ୱାରକା ଏଥିରେ ସାମିଲ୍ ହୋଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଚିହ୍ନଟ କରାଯାଇଥିବା ଏହି କ୍ଷେତ୍ରଗୁଡ଼ିକୁ ତୀର୍ଥଯାତ୍ରା କାର୍ଯ୍ୟକଳ୍ପ ଓ ଆଧ୍ୟାତ୍ମିକ,ଐତିହ୍ୟ ବିକାଶ ରାଷ୍ଟ୍ରୀୟ ଅଭିଯାନ ଅଧିନରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହାଦ୍ୱାରା ଶ୍ରୀମନ୍ଦିରରରେ ପର୍ଯ୍ୟଟନ ଭିତ୍ତିଭୁମିର ବିକାଶ ସହିତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଅଧିକ ତ୍ୱରାନୀତ ହେବ।
Connect With Us