୧୯୮୯ରେ ପାକିସ୍ତାନ ରଚିଥିବା ଛଦ୍ମଯୁଦ୍ଧର ଛାଇ ଯେତିକି ଭୟଙ୍କର ଥିଲା ତାଠାରୁ ବେଶି ଭୟଙ୍କର ରୁପ ନେଇଥିଲା କ୍ରୁର ମାନସୀକତା।ବର୍ବରତାର ବେଳାଭୁମିରେ ଲୋଟିପଡିଥିଲେ ଅନେକ ନୀରିହ ଜନତା।ଆତଙ୍କବାଦୀଙ୍କ ଆତଙ୍କରେ ଅଙ୍କାଯାଇଥିବା କାହାଣୀରେ ଅନେକ ନୀରିହ ଜନତା ବୀଭିଷିକାର ଶିକାର ହୋଇ କାଶ୍ମୀର ଛାଡିବା ସହ ଅନେକ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ।ମାତ୍ର ଏବେ ସମୟ ବଦଳିଛି,ଆତଙ୍କବାଦୀ ଆକ୍ରମଣରେ ସାଧାରଣ ଜନତାଙ୍କ ମୃତ୍ୟୁ ଘଟିବାର ଖବର ଶୀର୍ଶକ ହେବା ପରିବର୍ତ୍ତେ ଆତଙ୍କବାଦୀ ଉପରେ ଯବାନଙ୍କ ଯବନୀକା ପ୍ରମୁଖ ଖବର ପାଲଟିଛି।

ଭାରତୀୟ ଯବାନ

ଯବନୀକା ଟାଣୁଛନ୍ତି ଯବାନ
ଆତଙ୍କବାଦୀଙ୍କ ଆତଙ୍କ ଏବେ ନିଶ୍ଚିହ୍ନ ହେବା ଆରମ୍ଭ କରିଛି।ପିଓକେକୁ ମାଧ୍ୟମ କରି ପାକିସ୍ତାନ ଆତଙ୍କବାଦ୍ କୁ ପ୍ରୋତ୍ସହିତ କରିବା ସହ ପ୍ରତି ମୂହୂର୍ତ୍ତରେ ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ମଧ୍ୟ କରିଆସୁଛି।ଯାହାକୁ ନେଇ କାଶ୍ମୀରରେ ଅଧିକ ସଂଖ୍ୟାରେ ଆତଙ୍କବାଦୀ ଓ ଆତଙ୍କବାଦୀ ସଂଗଠନ ମାନ ବୃଦ୍ଧି ପାଇଥିଲା।ମାତ୍ର ଏବେ ସ୍ଥିତି ବଦଳିଛି।କାଶ୍ମୀରରେ ଆତଙ୍କବାଦୀଙ୍କୁ ବହୁ ପରିମାଣରେ ନିପାତ କରାଯାଉଛି।ଫଳ ସ୍ୱରୁପ ଇତିହାସରେ ପ୍ରଥମ ଥର ପାଇଁ ବର୍ତ୍ତମାନ କାଶ୍ମୀରରେ ଆତଙ୍କବାଦୀଙ୍କ ସଂଖ୍ୟା ଏବେ ୧୦୦ ତଳକୁ ଖସିଛି।ଗତ ଦୁଇ ସପ୍ତାହ ଧରି କାଶ୍ମୀରରେ କ୍ରମାଗତ ଭାବରେ ଏନକାଉଣ୍ଟର ଜାରି ରହିବା ହେତୁ କେବଳ ଡିସେମ୍ବର ମାସରେ ୫ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ସମେତ ୨୪ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି।