Featured/ ନ୍ୟୁଜ୍/ ପଲିଟିକ୍ସ

ଟିକା ନ ନେଲେ ସରକାରୀ ରାସନ ମନା !

କୋଭିଡ୍‌ ଟିକା ନେବାକୁ ମନା କଲେ ହିତାଧିକାରୀଙ୍କୁ ମିଳିବନି ସରକାରୀ ଯୋଜନାରେ ମାଗଣା ଏବଂ ରିହାତିରେ ମିଳୁଥିବା ସାମଗ୍ରୀ।ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ରାଜସ୍ତାନ ସରକାର।ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ଲୋକଙ୍କୁ ସତର୍କ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି।

ଅଶୋକ ଗେହେଲଟ୍

ଟୀକା ବାଧ୍ୟତାମୁଳକ
ରାଜସ୍ତାନ ସରକାର ଟୀକାକରଣକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ରାଜସ୍ତାନରେ ୨୨ଟି ଓମିକ୍ରନ୍‌ ମାମଲା ରେକର୍ଡ଼ ହୋଇଛି। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ୍ ପରିସ୍ଥିତିର ସମୀକ୍ଷା କରି ଟୀକାକରଣକୁ ବାଧ୍ୟତାମୁଳକ କରିଛନ୍ତି।ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ  ସରକାରୀ ଯୋଜନାକରୁ ବଞ୍ଚିତହେବେ।ଏହାସହିତ  କୋଭିଡ -୧୯ରବୁଷ୍ଟର ଡୋଜ୍‌ ଦେବାକୁ  ରାଜସ୍ତାନ ସରକାର କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ନିଷ୍ପତ୍ତି ନେଇଛନ୍ତି।

You Might Also Like

No Comments

Leave a Reply