Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ମନ୍ତ୍ରୀ ହେବା ଆଶାରେ ସାଂସଦ ଲଢ଼ିଲେ:କିନ୍ତୁ ସୌମ୍ୟ-ପ୍ରତାପଙ୍କୁ କ୍ୟାବିନେଟରେ ମିଳିଲାନି ସ୍ଥାନ

By admin • May 29, 2019 • ନ୍ୟୁଜ୍, ପଲିଟିକ୍ସ
Soumya-Pratap

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ।ପ୍ରଥମ ଥର ଶପଥ ଗ୍ରହଣ ଉତ୍ସବ ରାଜଭବନରେ ନହୋଇ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଲା।ମନ୍ତ୍ରୀ ପରିଷଦର ୧୧କ୍ୟାବିନେଟ୍ ଓ ୯ରାଷ୍ଟ୍ରମନ୍ତ୍ରୀଙ୍କୁ ରାଜ୍ୟପାଳ ଗଣେଶୀ ଲାଲ ଶପଥ ପାଠ କରାଇଲେ।ତେବେ ମନ୍ତ୍ରୀ ପରିଷଦକୁ ଦେଖିଲେ ଲାଗୁଛି ଓଡ଼ିଶା ସରକାର ଉପରେ ଅମଲାତନ୍ତ୍ରର ଯଥେଷ୍ଟ ପ୍ରଭାବ ରହିବ।କାରଣ ଶାସନ କଳକୁ ବୁଝି ନଥିବା ୩ଜଣ ବିଧାୟକ ମନ୍ତ୍ରୀ ହୋଇଛନ୍ତି।ଜୀବନରେ କେବେ ବିଧାୟକ ପଦର ଶପଥ ନେଇ ନଥିବା ରଘୁନନ୍ଦନ ଦାସ,ତୁଷାରକାନ୍ତି ବେହେରା ଏବଂ ପଦ୍ମିନୀ ଦିଆନ ମନ୍ତ୍ରୀ ହୋଇଛନ୍ତି।ଅନ୍ୟପଟେ ମନ୍ତ୍ରୀ ହେବା ନିଶାରେ ନିର୍ବାଚନ ଲଢ଼ିଥିବା ରାଜ୍ୟସଭା ସାଂସଦମାନେ ମନ ମାରି ବସିଛନ୍ତି।

ପୂର୍ବତନ CMଙ୍କ ଜ୍ୱାଇଁ କେବେ ହେବେ ମନ୍ତ୍ରୀ?
୨୦୨୪ରେ ରାଜ୍ୟସଭା କାର୍ଯ୍ୟକାଳ ସରିବାକୁ ଥିଲାବେଳେ,ସୌମ୍ୟବାବୁ କିନ୍ତୁ ଖଣ୍ଡପଡ଼ାରୁ ନିର୍ବାଚନ ଲଢ଼ିଥିଲେ। ସର୍ବାଧିକ ଭୋଟ ବ୍ୟବଧାନରେ ଜିତିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ମନ୍ତ୍ରୀ ହେବେ ବୋଲି ଆଲୋଚନା ହେଉଥିଲା।ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୮୧ହଜାର ୪୩୦ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ।ସେଥିପାଇଁ ଚର୍ଚ୍ଚା ହେଉଥିଲା ସୌମ୍ୟବାବୁ ରାଜ୍ୟସଭାରୁ ଇସ୍ତଫା ଦେଇ ନବୀନଙ୍କ କ୍ୟାବିନେଟରେ ସ୍ଥାନ ନେବେ।ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେବି.ପଟ୍ଟନାୟକଙ୍କ ଜ୍ୱାଇଁ ସୌମ୍ୟ,ମନ୍ତ୍ରୀ ହୋଇପାରିଲେ ନାହିଁ।ଅବଶ୍ୟ ଲଗାତର ଖଣ୍ଡପଡ଼ାରୁ ପରାଜିତ ହେଉଥିବା ସୌମ୍ୟଙ୍କୁ ବିଜେଡିରେ ମିଶାଇ ନବୀନ,ପ୍ରଥମେ ରାଜ୍ୟସଭା ପଠାଇଲେ।ପରେ ଅନୁଭବ ପଟ୍ଟନାୟକଙ୍କ ଟିକେଟ୍ କାଟି ଖଣ୍ଡପଡ଼ାରୁ ସୌମ୍ୟଙ୍କୁ ଜିତାଇଲେ।ଏବେ ଅରୁଣ ସାହୁଙ୍କୁ କ୍ୟାବିନେଟରେ ନେଇ ନୟାଗଡ଼ ଜିଲ୍ଲାକୁ ଗୁରୁତ୍ୱ ଦେଇ ସୌମ୍ୟଙ୍କୁ ଚୁପ କରାଇଛନ୍ତି ନବୀନ।

ବିଜୁଙ୍କ ଗଡ଼କୁ ମିଳିଲାନି ପ୍ରତିନିଧିତ୍ୱ
୨୦୨୨ଜୁଲାଇରେ ରାଜ୍ୟସଭା କାର୍ଯ୍ୟକାଳ ସରୁଥିବା ପ୍ରତାପ କେଶରୀ ଦେବ,ମନ୍ତ୍ରୀ ହେବା ଆଶାରେ ଓଡ଼ିଶା ରାଜନୀତିକୁ ଫେରିଥିଲେ।ଆଳିରୁ ଲଢ଼ି କଂଗ୍ରେସର ଦେବେନ୍ଦ୍ର ଶର୍ମାଙ୍କୁ ୫୫ହଜାର ୬୦୧ଭୋଟ୍ ବ୍ୟବଧାନରେ ହରାଇଥିବା ପ୍ରତାପ ଦେବ ମନ୍ତ୍ରୀ ହେଉଛନ୍ତି ବୋଲି ଚର୍ଚ୍ଚା ଚାଲିଲା।କିନ୍ତୁ ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବଙ୍କୁ ନବୀନଙ୍କ କ୍ୟାବିନେଟରେ ସ୍ଥାନ ମିଳିଲା ନାହିଁ।ଏପରିକି ବିଜୁ ପଟ୍ଟନାୟକଙ୍କ ଗଡ଼ କେନ୍ଦ୍ରାପଡ଼ା ଜିଲ୍ଲାରୁ କାହାରିକୁ ମନ୍ତ୍ରୀ କରିନାହାଁନ୍ତି ନବୀନ।ଆଉ ସାଂସଦ ସରୋଜିନୀ ହେମ୍ର୍ୱମଙ୍କ ମନ୍ତ୍ରୀ ହେବା ଆଶା ଛଡ଼ାଇ ନେଲେ ବାରିପଦା ଭୋଟର।ପ୍ରକାଶ ସୋରେନଙ୍କ ଠାରୁ ହାରିବା ପରେ ସରୋଜିନୀ ମାଡାମ୍ ୨୦୨୦ଏପ୍ରିଲ ଯାଏଁ ରାଜ୍ୟସଭାରେ କାର୍ଯ୍ୟ କରିବେ।
ପଟ୍ଟନାୟକ ପରିବାରର ଚାପ
ଅନ୍ୟପକ୍ଷରେ ସୌମ୍ୟ ପଟ୍ଟନାୟକଙ୍କୁ ଶାନ୍ତ କରିବାକୁ ବିଜେଡି ସୁପ୍ରିମୋ ଖେଳିଛନ୍ତି ଚେକ୍ ଆଣ୍ଡ ବାଲାନ୍ସ ଫର୍ମୁଲା। ସୌମ୍ୟଙ୍କ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ବଦ୍ରି ନାରାୟଣ ପାତ୍ରଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ।ସୌମ୍ୟଙ୍କ ଭାଇ ତଥା କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୩୨ହଜାର ୬୮୮ ଭୋଟରେ ହରାଇଥିବା ବଦ୍ରି ପାତ୍ର,ଦକ୍ଷ ମନ୍ତ୍ରୀ ଭାବେ ଜଣାଶୁଣା।୫ଥରର ବିଧାୟକ ବଦ୍ରିଙ୍କୁ ୨୦୦୯ରୁ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇ ଆସୁଥିଲେ ନବୀନ।ହେଲେ ଏଥର ସ୍ଥାନ ନମିଳିବା ପଛରେ ପଟ୍ଟନାୟକ ପରିବାରର ଭୂମିକା ରହିଛି ବୋଲି ଚର୍ଚ୍ଚା ହେଉଛି।  

Naveen PatnaikOdisha CM OathPratap Keshari DevSoumya Ranjan Pattnaik
Tweet
0
ଫୋନି ପାଇଁ ପାଟକୁରା ନିର୍ବାଚନ ଘୁଞ୍ଚିଲା:କିନ୍ତୁ ହକି ଲିଗ୍ ପାଇଁ IAS ଲବି
ଧର୍ମେନ୍ଦ୍ରଙ୍କ ବଢ଼ିଲା ଗୁରୁତ୍ୱ:ବିଜୁ-ନବୀନଙ୍କ ପରେ ଇସ୍ପାତ ବିଭାଗର ହେଲେ କ୍ୟାବିନେଟ୍ ମନ୍ତ୍ରୀ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.