ଆଜି ହେଉଛି ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପୟୀଙ୍କ ଜନ୍ମଦିନ।ଭାରତୀୟ ରାଜନୀତିରେ ତାଙ୍କର ପଦାଙ୍କ ଯେତିକି ସ୍ପଷ୍ଟ ତାଙ୍କର ସ୍ପଷ୍ଟବାଦିତା ମଧ୍ୟ ସମପରିମାଣରେ ପ୍ରଶଂସନୀୟ। ।ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ମଧ୍ୟପ୍ରଦେଶର ଗ୍ବାଲିୟରରେ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ୩ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୬ରେ ପ୍ରଥମ ଥର ୧୩ ଦିନ, ୧୯୯୮ରୁ ୧୯୯୯ ମଧ୍ୟରେ ୧୩ ମାସ ଓ ପରେ ୧୯୯୯ରୁ ୨୦୦୪ ଯାଏଁ ପ୍ରଧାନମନ୍ତ୍ରୀ ହୋଇଥି‌ଲେ।ଆଜି ତାଙ୍କ ଜନ୍ମଦିନରେ ପ୍ରମୁଖ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇବା ସହ ଦେଶବ୍ୟାପୀ ତାଙ୍କର ପ୍ରଶଂସକ ମାନେ ତାଙ୍କୁ ସ୍ମରଣ କରୁଛନ୍ତି।ବିଶେଷ ଉତ୍ସବରେ ତାଙ୍କ ସମ୍ପର୍କୀତ କିଛି ଅଜଣା ତଥ୍ୟ ଉପରେ ନଜର ପକାନ୍ତୁ।

ଅବିବାହିତ ଅଟଳ ଓ ଲାଇବ୍ରେରୀରେ ରାଜକୁମାରୀଙ୍କ ଚିଠି 
ରାଜକୁମାରୀ, ସେ ଥିଲେ ପ୍ରଚଣ୍ଡ ବ୍ୟକ୍ତିତ୍ୱଧାରୀ  ପ୍ରଧାନମନ୍ତ୍ରୀ ଅଟଳ ବୀହାରୀ ବାଜପୟୀଙ୍କ ପ୍ରେମିକା ରାଜକୁମାରୀ କୋୟଲ୍ ।ଯାହାଙ୍କ ପ୍ରତି ଭରିରହିଥିବା ଗଭୀର ପ୍ରେମ ପାଇଁ  ସାରାଜୀବନ ଅବିବାହିତ ରହିଗଲେ ଅଟଳ।ନିଜର ଲାଜକୁଳା ସ୍ୱଭାବ ପାଇଁ ମନର ଭାବନାକୁ ପ୍ରକାଶ କରିନପାରି ଶେଷରେ ନିସଙ୍ଗ ଜୀବନ  ଜୀଇବାକୁ ପଡ଼ିଥିଲା।୧୯୪୦ ମସିହାରେ ଗ୍ୱାଲିଅରର ମହାରାଣୀ ଭିକ୍ଟୋରିଆ କଲେଜରେ ପଢ଼ୁଥିଲା ବେଳେ ରାଜକୁମାରୀ କୋୟଲଙ୍କ ପ୍ରେମରେ ପଡିଥିଲେ ଅଟଳ, ମୁହଁଖୋଲି ପ୍ରେମ ନିବେଦନ କରିବା ପରିବର୍ତ୍ତେ ଚିଠି ଲେଖି ଲାଇବ୍ରେରୀ ବହିରେ ରଖି ଉତ୍ତର ଅପେକ୍ଷାରେ ରହୁଥିଲେ।ମାତ୍ର ବିଡମ୍ବନା  ରାଜକୁମାରୀ କୋୟଲଙ୍କ କୌଣଷି ଚିଠି  ଅଟଳଙ୍କ ପାଖରେ ପହଞ୍ଚି ପାରିନଥିଲା।ଲାଇବ୍ରେରୀରେ ହିଁ ଅଟକିଥିଲା ଅଟଳ ଓ ରାଜକୁମାରୀ ଲଭ୍ ଚାପ୍ଟର।ରାଜକୁମାରୀଙ୍କ ପ୍ରେମପତ୍ର ନପାଇ ସେ ଭାବିନେଇଥିଲେ ଯେ ରାଜକୁମାରୀ ବୋଧହୁଏ ତାଙ୍କୁ ପସନ୍ଦ କରନ୍ତି ନାହିଁ ,ତାଙ୍କର ଏହି ଭୁଲ୍ ବୁଝାମଣା ହିଁ ଉଭୟଙ୍କ ମଧ୍ୟରେ ଦୁରତା ସୃଷ୍ଟି କରିଥିଲା।ଅଧ୍ୟାପକ ବ୍ରିଜନାରାୟଣଙ୍କ ସହ ରାଜକୁମାରୀଙ୍କ ବିବାହ ସମ୍ପନ୍ନ ହୋଇଥିଲା।ସାମ୍ବାଦିକ କିଂଶୁକ ନାଗଙ୍କ ଆଲେଖ୍ୟ ସ୍ପଷ୍ଟ କରେ ଯେ ରାଜକୁମାରୀ ଏ ବାହାଘରରେ ସମ୍ମତି ପ୍ରକାଶ କରିନଥିଲେ ସୁଦ୍ଧା ତାଙ୍କ ବାପାଙ୍କ ଚାପରେ ବିବାହ କରିବାକୁ ବାଧ୍ୟ ହୋଇଥିଲେ।ଅବଶ୍ୟ ପରେ ତାଙ୍କର  କନ୍ୟା ସନ୍ତାନ  ଜନ୍ମ ନେବା ସହ  ଉଭୟ ବୈବାହିକ ଜୀବନ ଅତୀବାହିତ କରିଥିଲେ।

ଅଟଳ ବୀହାରୀ ବାଜପୟୀ

ଅଟଳଙ୍କ ପ୍ରେମ ସଫଳ ନ ହେବାର ଅନ୍ୟ ଏକ କାରଣ ଥିଲା ଆର୍ଥିକ  ଅସାମଞ୍ଜସ୍ୟ ।ରାଜକୁମାରୀଙ୍କ ବାପା ହକ୍ସର ଗୋବିନ୍ଦଙ୍କ ଆର୍ଥିକ ଅବସ୍ଥା ଢ଼େର୍  ସ୍ୱଚ୍ଛଳ ଥିଲା।ମାତ୍ର ଅଟଳଙ୍କ ପରିସ୍ଥିତି ସେତେଟା ସୁଦୃଢ଼ ନଥିଲା।ଶେଷରେ କ୍ୟାମ୍ପସର କ୍ୟାମ୍ପ ଫାୟାରରେ ହିଁ ତାଙ୍କ ପ୍ରେମ କାହାଣୀର ଆହୁତି ସରିଥିଲା।ମାତ୍ର ଅଛପା ପ୍ରେମକୁ ଛପେଇ ପାରିନଥିଲେ ଅଟଳ, ସଂସଦ ଭବନରେ ଥରେ ପ୍ରକମ୍ପିତ ହେଲା ଏକ ପ୍ରେମଭରା ଉକ୍ତି।ମେଁ ଅବିବାହିତ୍ ଜରୁର୍ ହୁଁ,ଲେକିନ୍ କୁଆଁରା ନେହିଁ ହୁଁ ।ଅଟଳଙ୍କ ପ୍ରେମ ମାନସାଙ୍କକୁ ପରଖିବା ପାଇଁ ଏ ଉକ୍ତି ହିଁ କାଫି ଥିଲା  ।  ଯାହା ତାଙ୍କୁ ଜଣେ ନୀରବ ପ୍ରେମିକର ପରିଚୟ ଦେଇଥିଲା  ।
  ଧିରେଧିରେ ଅଟଳ ରାଜନୀତିର ରଣଯୁଦ୍ଧରେ ସଫଳଯୋଦ୍ଧା ସାଜି ଅନେକ ସଫଳତା ହାସଲ କରିଥିଲେ ସୁଦ୍ଧା ନିଜ  ପ୍ରେମକୁ  କବର ଦେଇ ପାରିନଥିଲେ।ରାଜକୁମାରୀଙ୍କ ପ୍ରତି ସାଇତା ପ୍ରେମ ସେମାନଙ୍କୁ ଏକାଠି କରିଥିଲା।ଦକ୍ଷୀଣଭାରତର ସାମ୍ବାଦିକ ଗିରିଶ ନିକମ୍ ଏକ ସ୍ୱତନ୍ତ୍ର ସାକ୍ଷାତକାର ପୃଷ୍ଠାରେ    ଏ ଲଭ୍ ଚାପ୍ଟରର ରିଓପନ୍ ବି କରିଛନ୍ତି।ସେଥିରେ ଉଲ୍ଲେଖ ଅଛି ଯେ ମୋରାରଜୀ ଦେଷାଇଙ୍କ ସମୟରେ  ଅଟଳ ବିହାରୀ ବାଜପୟୀ ବୈଦେଶିକ ମନ୍ତ୍ରୀ ଥିବା ବେଳେ ଉଭୟଙ୍କ   ପୁନର୍ମିଳନ ସମ୍ଭବ ହୋଇଥିଳା।ରାଜକୁମାରୀଙ୍କ ସ୍ୱାମୀ  ବ୍ରୀଜନାରାୟଣ ଦୀଲ୍ଲି ରାମଜସ କଲେଜରେ  ଦର୍ଶନ ବିଭାଗରେ  ଅଧ୍ୟାପକ ଭାବେ ଯୋଗଦେବାପରେ ଅଟଳ ରାଜକୁମାରୀଙ୍କ ସମ୍ପର୍କ ଏକ ଭିନ୍ନମୋଡ ନେଇଥିଲା।ବିବାହ କରିନପାରିବାର ଦୁଖକୁ ଛାତିରେ ଚାପି ଉଭୟ ଦୁଇ ବନ୍ଧୁ ଭାବେ ଅବଶିଷ୍ଟ ଜୀବନ ବିତାଇଥିଲେ। କେବଳ ରାଜକୁମାରୀ ନୁହନ୍ତି ବରଂ ବ୍ରୀଜନାରାୟଣ ଓ ତାଙ୍କ ପରିବାର ମଧ୍ୟ   ଅଟଳଙ୍କ ବଙ୍ଗଳାରେ ରହିଥିବାର ଶୁଣାଯାଏ ।ତେବେ ଅଟଳ ଓ ରାଜକୁମାରୀଙ୍କ ମଧ୍ୟରେ  ଅତୀତରେ ଗଢ଼ିଉଠିଥିବା ପ୍ରେମ ସମ୍ପର୍କ ସମାଧି ନେଇ ବନ୍ଧୁତାର ସଜ୍ଞା ନେଇଥିଲା। 

ଅଟଳ ବୀହାରୀ ବାଜପୟୀ

ରାଜକୁମାରୀଙ୍କ ଝିଅ ନମିତା ଭଟ୍ଟାଚାର୍ଯ୍ୟଙ୍କୁ ଅଟଳ ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ତାଙ୍କର ସମସ୍ତ ଦାୟିତ୍ୱ ବହନ କରୁଥିଲେ ।୨୦୧୪  ମସିହାରେ ରାଜକୁମାରୀଙ୍କ  ମୃତ୍ୟୁର ୪  ବର୍ଷ ପରେ  ୨୦୧୮ ମସିହାରେ    ଅଟଳ ବିହାରୀ ବାଜପୟୀ ମଧ୍ୟ ମୃତ୍ୟୁବରଣ  କରିଥିଲେ । ଉଭୟଙ୍କ ମୃତ୍ୟୁ ପରେ ବିଭିନ୍ନ  ଗଣମାଧ୍ୟମରୁ  ଏ ଟ୍ରାଜିକ୍ ଲଭ୍ ଷ୍ଟୋରୀ ଉପରୁ ପରଦା ହଟିବା ସହ ଅଟଳଙ୍କ ଅବିବାହିତ ରହସ୍ୟ ପଦାକୁ ଆସିଥିଲା