ମହିଳାଙ୍କ କାନ୍ଧରେ ଭୁବନେଶ୍ୱରର ଦାୟିତ୍ୱ,ନବୀନଙ୍କ ପସନ୍ଦ ନୁଆ ଚେହେରା

ବିଏମ୍ସିର ଡ଼େପୁଟି ମେୟର ପ୍ରାର୍ଥିଙ୍କୁ ନେଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।ରାଜନୈତୀକ ବିଶେଷଜ୍ଞଙ୍କ ଅନୁମାନକୁ ଭୁଲ୍ ପ୍ରମାଣିତ କରିଛନ୍ତି ନବୀନ ।ଭୁବନେଶ୍ୱରର ମେୟର ଜଣେ ମହିଲା ହୋଇଥିବାରୁ ଡ଼େପୁଟି ମେୟର ପଦ କୌଣଷି ଅଭିଜ୍ଞ ପୁରୁଷ କର୍ପୋରେଟରଙ୍କୁ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା ।ମେୟର୍ ପଦ ପାଇଁ ରେସରେ ଥାଇ ମହିଳା ଆସନ ଘୋଷଣା ହେବା ପରେ ଜିତିଥିବା କର୍ପୋରେଟର ମଧ୍ୟ ଏ ପଦବୀ ପାଇଁ ଦାବୀ କରୁଥିଲେ। ଏକାଧିକ ବାର ଜିତିଥିବା ପୁରୁଣା କର୍ପୋରେଟର୍ ମାନେ ମଧ୍ୟ ଡେପୁଟୀ ମେୟର୍ ଆସନ ପାଇଁ ଅଣ୍ଟା ଭିଡିଥିଲେ। ମାତ୍ର ସମସ୍ତଙ୍କ ଆଶା ଧୁଳିସାତ୍ ହୋଇଛି। ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା କର୍ପୋରେଟରଙ୍କୁ ନବୀନ ବିଏମସିର ଡେପୁଟୀ ମେୟର୍ ଭାବେ ବାଛିଛନ୍ତି।

କଟକ ଭଳି ଭୁବନେଶ୍ୱରରେ ନୂଆ ଚାଲ୍ ଖେଳିଲେ ନବୀନ
ଭୁବନେଶ୍ୱର ଡ଼େପୁଟୀ ମେୟର ପଦ ପାଇଁ ପ୍ରାର୍ଥି ଘୋଷଣା ପରେ ଅନେକ ଆଶାୟୀ ନିରାଶ ହୋଇଛନ୍ତି। ଭୁବନେଶ୍ୱର ବିଜେଡ଼ି ଜିଲ୍ଲା ସଭାପତି ତଥା ଉତ୍ତର ଭୁବନେଶ୍ୱର ବିଧାୟକଙ୍କ ସମେତ ଏକାମ୍ର ଓ ମଧ୍ୟ ଭୁବନେଶ୍ୱର ବିଧାୟକ ମଧ୍ୟ ଏ ସମ୍ବନ୍ଧରେ ଆରମ୍ଭରୁ ନୀରବ ରହିଥିଲେ। ପ୍ରତିଥର ନୁଆ ଚାଲ୍ ଖେଳୁଥିବା ନବୀନ କଟକରେ ଆଦୀବାସି ଝିଅ ଦମୟନ୍ତୀ ମାଝୀଙ୍କୁ ଡ଼େପୁଟୀ ମେୟର କଲାଭଳି ଭୁବନେଶ୍ୱରରେ ବି ନୁଆ ଚାଲ୍ ଖେଳିଛନ୍ତି। ଦୌଡରେ ଥିବା ଅମରେଶ ଜେନା,ବିରଞ୍ଚି ନାରାୟଣ ମହାସୁପକାର ଓ ମିହିରଙ୍କ ଭଳି ଦାବୀଦାରଙ୍କୁ ନିରାଶ ହେବାକୁ ପଡିଛି।୨୨ ନମ୍ବର ୱାର୍ଡର କର୍ପୋରେଟର ମଞ୍ଜୁଲତା କହଁର ବିଜେଡିର ଡେପୁଟି ମେୟର ପ୍ରାର୍ଥୀ ହୋଇଛନ୍ତି। ଆଦୀବାସି ଭୋଟ୍ ହାତେଇବାକୁ ନବୀନ ଉଭୟ ଖଯଖ ଓ ଭୁବନେଶ୍ୱର କ୍ଷେତ୍ରରେ ଏପରି ନିଷ୍ପତ୍ତି ନେଇ ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
Connect With Us