Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପଶ୍ଚିମ ଓଡ଼ିଶାରୁ CM ହୋଇଥିବା 3ଜଣ, 5ବର୍ଷିଆ କାର୍ଯ୍ୟକାଳ ପୂରଣ କରିନାହାଁନ୍ତି

By admin • March 17, 2019 • ନ୍ୟୁଜ୍, ପଲିଟିକ୍ସ
Naveen@WesternOdisha

ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବାକୁ ବିଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପଶ୍ଚିମ ଓଡ଼ିଶାର ଛାତ୍ର,ମହିଳା ଏବଂ କୃଷକମାନେ ତାଙ୍କ ଅଞ୍ଚଳରୁ ଲଢ଼ିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।ସେମାନଙ୍କ ପ୍ରସ୍ତାବକୁ ଗୁରୁତର ସହ ବିଚାର କରୁଛନ୍ତି ବୋଲି ନବୀନ ପଟ୍ଟନାୟକ କହିଛନ୍ତି।ଏମିତି ହେଲେ ଓଡ଼ିଶାର ସବୁଠୁ ବଡ଼ ଜିଲ୍ଲା ଗଞ୍ଜାମ ବଦଳରେ ପଶ୍ଚିମ ଓଡ଼ିଶାର ୩୫ଟି ବିଧାନସଭା କ୍ଷେତ୍ର ମଧ୍ୟରୁ କୌଣସି ଆସନରୁ ନବୀନ ଲଢ଼ିବେ।ସେପଟେ ହିଞ୍ଜିଳି ଆସନରୁ ଲଗାତର ୪ଥର ଜିତି ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିଜେଡି ସଭାପତି।ଏପରିକି ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ଉପନିର୍ବାଚନରୁ ୧୯୯୭ରେ ପଲଟିକ୍ସରେ ଏଣ୍ଟ୍ରି ମାରିଥିଲେ ନବୀନ।ଓଡ଼ିଶାର ସର୍ବାଧିକ ୧୩ଟି ବିଧାନସଭା ଆସନ ଥିବା ଗଞ୍ଜାମ ଜିଲ୍ଲା,ବିଜେଡି ପାଇଁ ଖୁବ ଗୁରୁତ୍ୱ ବହନ କରେ। ମୁଖ୍ୟମନ୍ତ୍ରୀଙ୍କ ହାଓ୍ୱାରେ ୨୦୧୪ନିର୍ବାଚନରେ ଗଞ୍ଜାମର ସମସ୍ତ ୧୩ଟି ଆସନରେ ବିଜେଡି ବିଜୟୀ ହୋଇଥିଲା 
ବିଜେଡିରେ ଗୋଷ୍ଠୀ କନ୍ଦଳ
ଅନ୍ୟପଟେ ଗତ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେଡି ସ୍ଥିତି ଦୋହଲି ଗଲା।ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ୬ଟିରେ ବିଜେପି ଜିଲ୍ଲା ପରିଷଦ ଗଠନ କରିଛି।ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାରେ ବିଜେଡି ଏକାକି ଜିଲ୍ଲା ପରିଷଦ ଗଠନ କରିବାକୁ ସକ୍ଷମ ହୋଇଥିଲା ବେଳେ,ସୁନ୍ଦରଗଡ଼ରେ କଂଗ୍ରେସ ସମର୍ଥନରେ ପରିଷଦ ଗଠନ କରିବାକୁ ସମର୍ଥ ହୋଇଛି। ଯଦିଓ କଂଗ୍ରେସ ବିଧାୟକ ନବ ଦାସ ଓ ଯୋଗେଶ ସିଂ ବିଜେଡିରେ ମିଶିଛନ୍ତି। ଆଉ ଦିଲ୍ଲୀପ ରାୟଙ୍କୁ ଦଳରେ ମିଶାଇବା ଲାଗି ନବୀନ ଉଦ୍ୟମ ଚଲାଇଛନ୍ତି,ତଥାପି ନବୀନଙ୍କ ଆସ୍ଥା ପାଉନି ପଶ୍ଚିମ ଓଡ଼ିଶାରେ ବିଜେପିକୁ କାଉଣ୍ଟର କରିବାକୁ। କାରଣ ବିଜେପୁର ଉପନିର୍ବାଚନର ଫଳାଫଳକୁ ପାଣିଚିଆ କରି ଦେଉଛି ବିଜେଡିର ଗୋଷ୍ଟୀକନ୍ଦଳ। ସେଥିପାଇଁ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରୁ ଲଢ଼ିବାକୁ ଯୋଜନା କରୁଥାଇ ପାରନ୍ତି।  

R.N.SINGHDEO
ଆର.ଏନ୍.ସିଂହଦେଓ

ଅନ୍ୟପକ୍ଷରେ ହରେକୃଷ୍ଣ ମହତାବଙ୍କ ଠାରୁ ଆଜି ଯାଏଁ ୧୪ଜଣ ବ୍ୟକ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ସିଟରେ ବସିଲେଣି।ଲଗାତର ୪ଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ପଟ୍ଟନାୟକ ସବୁଠୁ ଅଧିକ ସମୟ ରାଜ୍ୟକୁ ନେତୃତ୍ୱ ଦେଇଥିଲା ବେଳେ,ପଶ୍ଚିମ ଓଡ଼ିଶାରୁ 3ଜଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜେନ୍ଦ୍ର ନାରାୟଣ ସିଂହଦେଓ,ବିଶ୍ୱନାଥ ଦାଶ ଓ ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିଲା ବେଳେ ପଶ୍ଚିମ ଓଡ଼ିଶାରୁ ଜିତି ଥିଲେ। କିନ୍ତୁ ସେହି 3ଜଣଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳ 5ବର୍ଷରୁ କମ୍ ଥିଲା।
ରାଜେନ୍ଦ୍ର ନାରାୟଣ ସିଂହଦେଓ
କଂଗ୍ରେସ ବିରୋଧି ମୋର୍ଚ୍ଚାର ନେତୃତ୍ୱ ନେଉଥିବା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ୮ମାର୍ଚ୍ଚ୧୯୬୭ରେ ସରକାର ଗଢ଼ିବାକୁ ସୁଯୋଗ ମିଳିଥିଲା।ହରେକୃଷ୍ଣ ମହତାବଙ୍କ ଆଞ୍ଚଳିକ ଦଳ ଜନକଂଗ୍ରେସର ସମର୍ଥନରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର ନେତା ରାଜେନ୍ଦ୍ର ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ହୋଇଥିଲେ।ପାଟଣାଗଡ଼ ମହାରାଜା ଆର.ଏନ୍.ସିଂହଦେଓ ମୁଖ୍ୟମନ୍ତ୍ରୀ ହେବା ଫଳରେ ରାଜ୍ୟର ନେତୃତ୍ୱ ନେବାକୁ ପଶ୍ଚିମ ଓଡ଼ିଶା ସୁଯୋଗ ପାଇଲା। ହେଲେ ସେ ୫ବର୍ଷ କାର୍ଯ୍ୟକାଳ ପୂରଣ ନକରି ୯ଜାନୁଆରୀ ୧୯୭୧ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

BISWANATH-DAS
ବିଶ୍ୱନାଥ ଦାଶ

ବିଶ୍ୱନାଥ ଦାଶ
୧୯୩୭ମସିହାରେ ଓଡ଼ିଶାର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହୋଇଥିବା ବିଶ୍ୱନାଥ ଦାଶଙ୍କୁ ସ୍ୱାଧିନତା ପରେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା।୧୯୭୧ ନିର୍ବାଚନ ବେଳକୁ ବିଜୁ ପଟ୍ଟନାୟକଙ୍କ ଆଞ୍ଚଳିକ ଦଳ ଉତ୍କଳ କଂଗ୍ରେସ ଓ ସୂତନ୍ତ୍ର ପାର୍ଟିର ମେଣ୍ଟ ସରକାରକୁ,ବିଶ୍ୱନାଥ ଦାଶ ନେତୃତ୍ୱ ପ୍ରଦାନ କରିଥିଲେ।ଗଞ୍ଜାମ ଜିଲ୍ଲାର ମୂଳନିବାସୀ ବିଶ୍ୱନାଥ ଦାଶ ଉପନିର୍ବାଚନରେ ରାଉରକେଲାରୁ ବିଜୟୀ ହୋଇଥିଲେ। ହେଲେ ମାତ୍ର ୧୪ମାସ ସିଏମ୍ ଦାୟିତ୍ୱରେ ରହି ୧୪ଜୁନ ୧୯୭୨ରେ ଇସ୍ତଫା ଦେଇଥିଲେ।

ହେମାନନ୍ଦ ବିଶ୍ୱାଳ

ହେମାନନ୍ଦ ବିଶ୍ୱାଳ
ଟାଇମ ଗ୍ୟାପ୍ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସର ଭେଟରାନ୍ ହେମାନନ୍ଦ ବିଶ୍ୱାଳଙ୍କ ରେକର୍ଡ ରହିଛି। ଥରେ ନୁହେଁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଚେୟାରରେ ବସିଛନ୍ତି ଆଦିବାସୀ ନେତା ହେମାବାବୁ।ଜାନକୀ ପଟ୍ଟନାୟକଙ୍କ ଇସ୍ତଫା ପରେ ୧୯୮୯ରେ ପ୍ରାୟ ୩ମାସ ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମାବାବୁ।ଲଇକେରା ବିଧାୟକ ହେମାନନ୍ଦ ବିଶ୍ୱାଳ ୧୯୯୯ରେ ପୁଣି ପ୍ରାୟ ୩ ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଆଶଙ୍କା ସୃଷ୍ଟି କରୁଛି ଇତିହାସ। ଯଦି ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ଜିତି 5ମ ଥର ମୁଖ୍ୟମନ୍ତ୍ରୀ ହେଉଛନ୍ତି, 5ବର୍ଷିଆ କାର୍ଯ୍ୟକାଳ ପୂରଣ କରିପାରିବେ ତ?  

2019 ASSEMBLY ELECTIONBiswanath DasHemananda BiswalNaveen PatnaikR.N. SinghdeoWestern Odisha
Tweet
0
ଅଡୁଆରେ ନବୀନ:ବିଜୟଙ୍କୁ ନେଇ ବାରଗେନ୍ କରୁଛନ୍ତି ଦିଲ୍ଲୀପ ରାୟ!
BJDର ପ୍ରଥମ ପ୍ରାର୍ଥୀ ତାଲିକା:8ଟି ଲୋକସଭା ଆସନରେ ନୂଆ ମୁହଁ,15ବିଧାୟକଙ୍କ ଟିକେଟ୍ କଟିଲା

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.