ଦେଶର ସବୁଠୁ ଧନୀ ପରିବାର ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଓ ଭାବି ସ୍ୱାମୀ ଆନନ୍ଦ ପିରାମଲଙ୍କ ଆଜି(ଶୁକ୍ରବାର) ନିର୍ବନ୍ଧ। ଇଟାଲୀର ଫେମସ୍ ଲେକ୍ କୋମୋରେ ହାଇପ୍ରୋଫାଇଲ୍ ଏନଗେଜମେଣ୍ଟ। ହଲିଉଡ୍ ସେଲିବ୍ରିଟିଙ୍କ ପସନ୍ଦିଆ ସ୍ଥାନ ଲେକ୍ କୋମୋରେ ଇଶାଙ୍କ ଏନଗେଜମେଣ୍ଟ କରି ଝିଅର ଇଚ୍ଛା ପୂରଣ କରୁଛନ୍ତି ମୁକେଶ ଓ ନୀତା। ତିନି ଦିନ ଧରି ଉତ୍ସବ ଚାଲିବ । ଖିଆପିଆ ସହ ଜମିବ ନାଚଗୀତ ଆସର । ୨୩ ତାରିଖରେ ଫେୟାରଓ୍ବେଲ ପାର୍ଟି ରଖିଛନ୍ତି ମୁକେଶ ଓ ନୀତା ଅମ୍ବାନୀ ।

ତିନି ଦିନର କାର୍ଯ୍ୟକ୍ରମ:
୨୧ ସେପ୍ଟେମ୍ବର: ନିମନ୍ତ୍ରିତ ଅତିଥିଙ୍କୁ ସ୍ଵାଗତ କରିବେ ଅମ୍ବାନୀ ପରିବାର । ସନ୍ଧ୍ୟା ୫ଟାରେ ଲେକ୍ କମୋର Villa Balbiano ରେ ଅତିଥିଙ୍କ ପାଇଁ ଡିନର୍ ବ୍ୟବସ୍ଥା। ୨୨ ସେପ୍ଟେମ୍ବର: ନିର୍ବନ୍ଧ ଭତ୍ସବର ଦ୍ୱିତୀୟ ଦିନ। ଶନିବାର ସନ୍ଧ୍ୟାରେ ଅତିଥିମାନେ Villa Olmo ରେ ପହଞ୍ଚିବେ । ସେଠାରେ ଡିନର୍ ସହ ସାନଦାର୍ ଡ୍ୟାନ୍ସ ପାର୍ଟି ରଖାଯାଇଛି। ୨୩ ସେପ୍ଟେମ୍ବର: ରବିବାର ଅର୍ଥାତ୍ ଇଶା-ଆନନ୍ଦଙ୍କ ସଗାଇର ଶେଷ ଦିନ। ଏହିଦିନ Duomo di Como ଓ Teatro Sociale Comowill ରେ ସମସ୍ତ ଅତିଥିଙ୍କ ପାଇଁ ଲଞ୍ଚ ବ୍ୟବସ୍ଥା କରାଯାଇଛି ।

ସ୍ପେଶାଲ୍ ଡ୍ରେସ୍ କୋର୍ଡ
ଏହି ଭବ୍ୟ ସମାରୋହରେ ଯୋଗ ଦେଉଥିବା ଅତିଥିମାନେ ତିନି ଦିନ ସ୍ୱତନ୍ତ୍ର ଡ୍ରେସ୍ କୋର୍ଡରେ ନଜର ଆସିବେ। ୨୧ ସେପ୍ଟେମ୍ବର: ପ୍ରଥମ ଦିନ ଲଞ୍ଚ ପାର୍ଟିରେ କାଜୁଆଲ୍ ଡ୍ରେସ୍। ସନ୍ଧ୍ୟା ବେଳେ ଡିନର୍ ପାର୍ଟିରେ ବ୍ଲାକ୍ ଟାଇ ପିନ୍ଧିବେ ଅତିଥି । ଅର୍ଥାତ୍ ବ୍ଲାକ୍ କୋର୍ଟ ଓ ପ୍ୟାଣ୍ଟ ସହ ଧଳା ସାର୍ଟ ଓ ବ୍ଲାକ୍ ଟାଇ ପିନ୍ଧିବେ। ୨୨ସେପ୍ଟେମ୍ବର: ଶନିବାର କମ୍ବୋ ଚିକ୍ ଲୁକ୍ସରେ ଆସିବେ ଅତିଥିମାନେ । ୨୩ ସେପ୍ଟେମ୍ବର: ରବିବାର ଫେୟାରଓ୍ୱେଲ ପାର୍ଟିରେ ଅତିଥିମାନେ ସ୍ମାର୍ଟ୍ କାଜୁଆଲ୍ ଡ୍ରେସ୍ କୋର୍ଡ ପିନ୍ଧିବେ ।
କେଉଁ ଇଭେଣ୍ଟ ନାଁ କ’ଣ ?
ବାହାଘରକୁ ସ୍ମରଣୀୟ କରିବାକୁ କୌଣସି ଗୋଟିଏ ବି ମୌକା ଛାଡି ନାହାନ୍ତି ଅମ୍ବାନୀ ପରିବାର । ସବୁ ଇଭେଣ୍ଟ ନାଁ ବି ନିଆରା । ସ୍ଵତନ୍ତ୍ର ଭାବରେ ନାମକରଣ କରାଯାଇଛି । ୨୧ ସେପ୍ଟେମ୍ବର: ଏହିଦିନ ପାର୍ଟିର ନାଁ ରଖାଯାଇଛି ‘Benvenuti A Como’ । ଏହାର ଅର୍ଥ କୋମୋକୁ ସମସ୍ତଙ୍କୁ ସ୍ବାଗତ । ଡିନର୍ ପାର୍ଟି ନାଁ ରହିଛି ‘Amore E Bellezza’। ଯାହାକୁ କୁହାଯାଉଛି ଲଭ୍ ଏଣ୍ଡ ବିୟୁଟି । ୨୨ ସେପ୍ଟେମ୍ବର: ଏହିଦିନ ହେବାକୁ ଥିବା ଇଭେଣ୍ଟର ନାଁ ରଖାଯାଇଛି Fiera Bella Italia’। ଯାହାକୁ ଇଂରାଜୀରେ କୁହାଯାଉଛି Beautiful Fair Italy। ସନ୍ଧ୍ୟାରେ ହେବାକୁ ଥିବା ଡ୍ୟାନସ୍ ଓ ଡିନର୍ ପାର୍ଟିକୁ ‘Italianissimo’ ନାଁ ଦିଆଯାଇଛି। ଇଂରାଜୀରେ ଏହାର ଅର୍ଥ That is ‘Truly Italian’। ୨୩ ସେପ୍ଟେମ୍ବର: ବିଦାୟୀ ଉତ୍ସବକୁ ‘Arrivederci Como’ ନାଁ ରଖାଯାଇଛି । ଏହାର ଅର୍ଥ ‘Good bye Como’।
ଇଶା ଓ ଆନନ୍ଦ ଭଲ ସାଙ୍ଗ ଥିଲେ। ଏବର୍ଷ ନିଜ ମନ କଥା ଇଶାଙ୍କୁ ଖୋଲି କହିଥିଲେ ଆନନ୍ଦ । ସାତ ଜନ୍ମର ସାଥି ହେବା ପାଇଁ ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ । ସେହିପରି ଅମ୍ବାନୀ ପରିବାର ଓ ଆନନ୍ଦଙ୍କ ପରିବାର ୪ ଦଶନ୍ଧି ଧରି ପରସ୍ପରକୁ ଜାଣିଛନ୍ତି ।
ଆନନ୍ଦ ପିରାମିଲ କିଏ ?
ଆନନ୍ଦ ହାଭାର୍ଡ ବିଜନେସ୍ ସ୍କୁଲରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଏବେ ସେ ପିରାମଲ୍ ଏଣ୍ଟରପ୍ରାଇଜର ଏକଜିକୁଟିଭ୍ ଡାଇରେକ୍ଟର ଅଛନ୍ତି । ବିଜନେସ୍ ସ୍କୁଲରୁ ପାସ୍ କରିବା ପରେ ସେ ଦୁଇଟି ଷ୍ଟାର୍ଟ ଅପ୍ ଆରମ୍ଭ କରିଥିଲେ । ପ୍ରଥମଟି ହେଲଥ୍ କେୟାର୍ ଷ୍ଟାର୍ଟ ଅପ୍ ଥିଲା । ଯାହାର ନାଁ ଥିଲା ପିରାମଲ ଇ-ସ୍ବାସ୍ଥ୍ଯ । ପରେ ରିଅଲ୍ ଇଷ୍ଟେଟ୍ ଷ୍ଟାର୍ଟ ଅପ୍ ଆରମ୍ଭ କରିଥିଲେ। ଏହି ଦୁଇଟିଯାକ ଏବେ ପିରାମଲ୍ ଏଣ୍ଟରପ୍ରାଇଜ ଭିତରେ ଆସୁଛି ।
କ’ଣ କରନ୍ତି ଇଶା ?
ଇଶା ରିଲାଏନସ୍ ଜିଓ ଏବଂ ରିଲାଏନସ୍ ରିଟେଲ ବୋର୍ଡର ସଦସ୍ୟ ଅଛନ୍ତି । ୟେଲ୍ ବିଶ୍ୱବିଦ୍ୟାଳୟରୁ ସାଇକୋଲୋଜି ଓ ସାଉଥ୍ ଏସିଆନ୍ ଷ୍ଟଡିଜରେ ବ୍ୟାଚଲର୍ ଡିଗ୍ରୀ ହାସଲ କରିଛନ୍ତି । ଏହାସହ ଷ୍ଟେନଫୋର୍ଡର ଗ୍ରାଜୁଏଟ୍ ସ୍କୁଲ ଅଫ୍ ବିଜନେସରୁ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଇଶା ଅମ୍ବାନୀ।