Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ନେତାଙ୍କ ଦଳ ଛାଡ଼ିବାର ଆଭାସ ପାଇ ରାହୁଲଙ୍କ ଓଡ଼ିଶା ଗସ୍ତ ଖବର ପ୍ରଚାର କରାଗଲା କି ?

By admin • September 21, 2018 • Uncategorized, ନ୍ୟୁଜ୍, ପଲିଟିକ୍ସ
Niranjan-Patnaik-Startegy

ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱ ପାଇ କଂଗ୍ରେସ ସୁଦୃଢ ହେବ ବୋଲି ଗତ ଏପ୍ରିଲ ୧୯ରେ ଆଶା କରାଗଲା। ହେଲେ ଜୁମ୍ବୋ ଟିମ୍ ଗଠନ କରିଥିବା ପିସିସି ସଭାପତି ନିରଞ୍ଜନଙ୍କ କାର୍ଯ୍ୟ, ଭୁବନେଶ୍ୱରରେ ସୀମିତ ରହିଲା ପରି ଲାଗୁଛି । ନିର୍ବାଚନକୁ ମାସ କେଇଟା ବାକି ଥିବାବେଳେ କଂଗ୍ରେସର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହୋଇ ପାରୁନାହିଁ । ଅନ୍ୟ ଦଳ ପରି ପ୍ରତିଦିନ ଭୁବନେଶ୍ୱରରେ ଗୋଟିଏ କି ଦୁଇଟି ସାମ୍ବାଦିକ ସମ୍ମିଳନୀ କରି ବଞ୍ଚି ରହିଛି କଂଗ୍ରେସ ଦଳ। ଫଳସ୍ୱରୂପ ଏବେ ନିରଞ୍ଜନଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଲାଣି। ତେବେ ନେତା ଓ କର୍ମୀଙ୍କ ମନ ଜିଣିବାକୁ ପିସିସି ସଭାପତି। ନୂଆ ଚାଲ୍ ଖେଳୁଥିଲା ପରି ଲାଗିଲାଣି। ଅକ୍ଟୋବର ମାସରେ କୁଆଡେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ! ପୁଣି ଥରେ ନଭେମ୍ବର ମାସରେ ମଧ୍ୟ ଓଡ଼ିଶାରେ ଗର୍ଜିବେ କଂଗ୍ରେସ ଯୁବରାଜ! କଥାଟା ଶୁଣିବା ବେଳକୁ ତ ଭଲ ଲାଗୁଛି । ମାତ୍ର ଏଥିରେ କେତେ ବାସ୍ତବତା ରହିଛି, ତାକୁ ନେଇ ଆଶଙ୍କ ସୃଷ୍ଟି ହେଲାଣି।

ପୂଜାରେ କି ପଲିଟିକାଲ୍ ଆକ୍ଟିଭିଟ୍
ଅକ୍ଟୋବର ମାସରେ ଦଶହରା । ୧୬ତାରିଖରୁ ଆରମ୍ଭ ହୋଇଯିବ ପୂଜା ଛୁଟି । ରାଜ୍ୟର ବିଭିନ୍ନ ସ୍ଥାନରେ ଯଦିଓ ୨୦ ତାରିଖରେ ଭସାଣ ଯାତ୍ରା, ମାତ୍ର ଦଶହରାର ହ୍ୟାଙ୍ଗଓଭର ଅକ୍ଟୋବର୨୫ ଯାଏଁ ରହିବ। ଏହି ସମୟରେ ଓଡ଼ିଶାରେ କୌଣସି ପଲିଟିକାଲ୍ ଆକ୍ଟିଭିଟ୍ ହେବାର ନଜିର ନାହିଁ । ତେଣୁ ରାହୁଲ ଗାନ୍ଧି ୧୬ ଅକ୍ଟୋବର ପୂର୍ବରୁ ଆସିବାର ଥିଲେ, ଏବେ ଠାରୁ ଦଳୀୟ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇଯିବା କଥା । ମାତ୍ର ସେପରି କିଛି ନଜରକୁ ଆସୁନି। ନିରଞ୍ଜନ ବାବୁଙ୍କୁ ପଚାରିବାରୁ ସେ କହୁଛନ୍ତି କି ରାହୁଲ ଆସିବେ ନିଶ୍ଚୟ, ମାତ୍ର ତାରିଖ ଚୂଡାନ୍ତ ହୋଇନି। ତେଣୁ ଅନେକଙ୍କୁ ଲାଗୁଛି କି ରାହୁଲ ଗାନ୍ଧି ଅକ୍ଟୋବରରେ ଓଡ଼ିଶା ଆସିବା ସମ୍ଭାବନା କ୍ଷୀଣ ।

NIRANJAN-PATTNAIKଅକ୍ଟୋବରରୁ ଦଳଡିଆଁ ପର୍ବ
ଏମିତି ଦେଖିବାକୁ ଗଲେ ରାଜ୍ୟରେ କଂଗ୍ରେସ ୧୯ ବର୍ଷ ହେବ କ୍ଷମତାରେ ନାହିଁ । ନିରଞ୍ଜନ ବାବୁ ବି ୧୦ବର୍ଷ ହେବ ବିଧାନସଭା ମାଡି ପାରିନାହାଁନ୍ତି । ନେତା ଓ କର୍ମୀଙ୍କର ଅପେକ୍ଷାର ଅନ୍ତ ଘଟିଲାଣି, ଦଳରେ ୟଙ୍ଗ ବ୍ଲଡ୍ ମିଶୁନି। ଯଦିଓ ପ୍ରସାଦ ହରିଚନ୍ଦନଙ୍କ ନେତ୍ୱତ୍ୱ ଓ ପଞ୍ଚାୟତ ବିପର୍ଯ୍ୟୟ ସ୍ଥିତିରୁ ଦଳ ବାହାରିଛି । ହେଲେ ଅକ୍ଟୋବର ମାସ ଗଡିବା କ୍ଷଣି ରାଜନୈତିକ ପାଣିପାଗ ବଦଳିବା ଆରମ୍ଭ କରିବ। ନିର୍ବାଚନୀ ବର୍ଷରେ ନେତାମାନଙ୍କ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯିବ। କିଛି ସମୟ ପାଇଁ ନେତାଙ୍କ କଂଗ୍ରେସ ଛାଡିବା ପ୍ରକିୟାରେ ରୋକ୍ ଲଗାଇବାରେ ସଫଳ ହୋଇଛନ୍ତି ନିରଞ୍ଜନ ପଟ୍ଟନାୟକ। ମାତ୍ର ନିରଞ୍ଜନ ବାବୁ ଭଲ ଭାବେ ଜାଣିଛନ୍ତି କି ଏସବୁ ଅଧିକ ଦିନ ପାଇ ସମ୍ଭବ ନୁହେଁ । ଏବେ ଠାରୁ ନେତାଙ୍କୁ ବୁଝାଇ ଶୁଝାଇ ନରଖିଲେ ସେତେବେଳକୁ ନିଶ୍ଚୟ କଂଗ୍ରେସ ଦଳରେ ଆଗ୍ନେୟ ଉଦ୍‌ଗୀରଣ ହୋଇପାରେ।

NIRANJAN-FELICITATION୫୦ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କେବେ?
ଅପରପକ୍ଷରେ ନିରଞ୍ଜନ ବାବୁଙ୍କ ଘୋଷଣାନାମା ସବୁ ଧୁଆଁବାଣରେ ପରିଣତ ହୋଇଛି । ସେପ୍ଟେମ୍ବର ୫ ସୁଦ୍ଧା ୫୦ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି କହିଥିଲେ ପିସିସି ସଭାପତି । ମାତ୍ର ସେପ୍ଟେମ୍ବର ଶେଷ ହେବାକୁ ବସିଲାଣି । ପ୍ରାର୍ଥୀ ଘୋଷଣା ସଂପର୍କରେ ପଚାରିଲେ ବିରକ୍ତ ହେଉଛନ୍ତି ନିରଞ୍ଜନ । ସେପଟେ ଦଳୀୟ ଅନ୍ତର୍ଦ୍ୱନ୍ଦ ମଧ୍ୟରେ ଜୋନାଲ କମିଟି ଗଠନ ହୋଇପାରୁନି। ମିଡିଆ ପ୍ୟାନେଲିଷ୍ଟଙ୍କ ନାମରେ ଦିଲ୍ଲୀରେ ମୋହର ବାଜିବାରେ ବିଳମ୍ବ ହେଲାଣି । ତେଣୁ ନିଜ ଦୁର୍ବଳତା ଲୁଚାଇବାକୁ ଯାଇ ରାହୁଲ ଗାନ୍ଧିଙ୍କ ସାହାରା ନେଉ ନାହାନ୍ତି ତ ନିରଞ୍ଜନ ପଟ୍ଟନାୟକ ?

Gerge Joins Congressଫାଟ ବଢ଼ାଇଲେ ଜର୍ଜ
ସେପଟେ ଗତ ୧୯ ତାରିଖରେ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କୁ ରାହୁଲଙ୍କ ଉପସ୍ଥିତିରେ ଦଳରେ ସାମିଲ କରି ସୁନ୍ଦରଗଡ଼ରେ ଏକ ଆସନ ପକ୍କା କରିଛନ୍ତି ସତ। ମାତ୍ର ନିରଞ୍ଜନଙ୍କ ସେହି ଚାଲ, ସୁନ୍ଦରଗଡ଼ର ପୁରୁଣା କଂଗ୍ରେସ ନେତାଙ୍କୁ ଅସନ୍ତୁଷ୍ଟ କରିଛି । ଜର୍ଜ ତିର୍କୀଙ୍କୁ ଦଳରେ ସାମିଲ କରି ଆଦିବାସୀ କାର୍ଡ ଖେଳିଛନ୍ତି ନିରଞ୍ଜନ। ମାତ୍ର ନିରଞ୍ଜନଙ୍କ ଏହି ନିଷ୍ପତ୍ତି ଜିଲ୍ଲାର ଆଦିବାସୀ ନେତା ତଥା ବିଧାୟକଙ୍କ ଯୋଗେଶ ସିଂ ଏବଂ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ ସନ୍ତୁଷ୍ଟ କରି ପାରି ନଥିବା ଖବର ରହିଛି । ଆଲୋଚନା ହେଉଛି ବିଚକ୍ଷଣ ନିରଞ୍ଜନ ନିଜ ଅସହାୟତାକୁ ପରିପ୍ରକାଶ ନକରି ସବୁ କିଛି ରାହୁଲଙ୍କ ଭରସାରେ ଛାଡିଛନ୍ତି । ତାହେଲେ ରାହୁଲଙ୍କ ଓଡ଼ିଶା ଗସ୍ତ ଖବର ପ୍ରଚାର କରି କର୍ମୀ ଓ ନେତାଙ୍କ ମଧ୍ୟରେ ନିଜ ସ୍ଥିତିକୁ ମଜଭୁତ ରଖିବାରେ ଚେଷ୍ଟା କରୁଛନ୍ତି କି ନିରଞ୍ଜନ ପଟ୍ଟନାୟକ ?

Niranjan PattnaikOdisha CongressRahul Gandhi
Tweet
0
ମୁକେଶ ଅମ୍ବାନୀଙ୍କ ଝିଅ ଇଶା ହେବେ ବୋହୂ, ଇଟାଲୀରେ ନିର୍ବନ୍ଧ ପାର୍ଟି
ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ମୋଦିଙ୍କ ରେଡ୍ ସିଗନାଲ୍

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.