Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଓଡ଼ିଶାର ଗର୍ବ-ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ:ମିଳିବ ଅର୍ଜୁନ ସମ୍ମାନ

By admin • August 17, 2019 • ନ୍ୟୁଜ୍, ସ୍ପୋର୍ଟସ୍

ପାରା ଅଲମ୍ପିକ୍ସରେ ସିଲଭର ମେଡାଲ ବିଜେତା ଦୀପା ମଲ୍ଲିକ,୨୦୧୯ ପାଇଁ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ଆଓ୍ୱାର୍ଡ ପ୍ରଦାନ କରାଯିବ।ସେହିପରି ଏସିଆନ୍ ଏବଂ କମନ ଓ୍ୱଲେଥ୍ ଗେମସରେ  ଚାମ୍ପିଆନ ହୋଇଥିବା ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ମଧ୍ୟ ରାଜୀବ ଗାନ୍ଧି ଖେଳରତ୍ନ ଆଓ୍ୱାର୍ଡ ପ୍ରଦାନ ହେବ। ୬୫ କେଜି ବର୍ଗରେ ବିଶ୍ୱବିଜେତା ମଲ୍ଲଯୋଦ୍ଧା ପୁନିଆଙ୍କ ଖେଳରତ୍ନ ଆଓ୍ୱାର୍ଡ ପ୍ରଦାନ ପାଇଁ ପ୍ରଥମେ ସ୍ଥିର ହୋଇଥିଲା।ପରେ ୪୮ବର୍ଷିୟା ଦୀପା ମଲ୍ଲିକଙ୍କ ନାମରେ ମଧ୍ୟ ୧୨ଜଣିଆ ଚୟନ କମିଟି ମୋହର ମାରିଛନ୍ତି।୨୦୧୬ ରିଓ ଅଲମ୍ପିକ୍ସରେ ଦୀପାଙ୍କୁ ସିଲଭର ମେଡାଲ ମିଳିଥିଲା।
ସାବାସ ପ୍ରମୋଦ
ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ।୨୦୧୯ବର୍ଷ ପାଇଁ ୧୯ଜଣଙ୍କୁ ଅର୍ଜୁନ ଆଓ୍ୱାର୍ଡ ଦେବା ପାଇଁ ସ୍ଥିର ହୋଇଥିବା ବେଳେ,ସେମାନଙ୍କ ମଧ୍ୟରେ ରହିଛନ୍ତି ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ।ସେହିଭଳି କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଅର୍ଜୁନ ଆଓ୍ୱାର୍ଡରେ ସମ୍ମାନିତ କରାଯିବ।

ଜାକାର୍ତ୍ତା ପାରା ଏସିଆନ ଗେମ୍ସରେ ଭଗତ ଆଣିଥିଲେ ସ୍ୱର୍ଣ୍ଣ ପଦକ।ପାରା ବ୍ୟାଡମିଣ୍ଟନ ଚାମ୍ପିଆନସିପରେ ୩ଥର ବିଶ୍ୱ ଚମ୍ପିଆନ ହେବାର ରେକର୍ଡ ରହିଛି ଭଗତଙ୍କ ନାଁରେ।୧୯୮୮ ଜୁନ୍ ୪ରେ ବରଗଡ଼ ଜିଲ୍ଲା ଅତାବିରାରେ ଜନ୍ମ ନେଇଥିଲେ ପ୍ରମୋଦ ଭଗତ।୬ବର୍ଷର ହୋଇଥିବା ବେଳେ ସେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ।ହେଲେ ଜୀବନ ଯାତ୍ରାରେ କେବେ ହାରି ନାହାନ୍ତି ପ୍ରମୋଦ।ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ ବାଧାବିଘ୍ନ ହାର ମାନିଲା।ଭିନ୍ନକ୍ଷମ ହୋଇ ମଧ୍ୟ ପ୍ରମୋଦ, ସଫଳ ଖେଳାଳି ଭାବେ ଅର୍ନ୍ତଜାତୀୟ ସ୍ତରରେ ସୃଷ୍ଟି କଲେ ସ୍ୱତନ୍ତ୍ର ପରିଚୟ।୨୦୧୮ ଇଣ୍ଡୋନେସିଆ ଏସିଆନ ପାରା ଗେମ୍ସରେ ଗୋଲ୍ଡ ମେଡାଲ ହାସଲ କଲେ।୨୦୦୬ରେ ପ୍ରଥମ ଥର ପାଇଁ ଜାତୀୟ ସ୍ତରରେ ପ୍ରମୋଦ ଭାଗ ନେଇଥିଲେ। ତାପରେ ଆଉ ପଛକୁ ଫେରି ନାହାନ୍ତି ପ୍ରମୋଦ। ଅର୍ନ୍ତଜାତୀୟ ସ୍ତରରେ ଦେଶ ପାଇଁ ଆଣିଛନ୍ତି ବହୁ ଗୌରବ।

ଜାତୀୟ ସ୍ତରୀୟ ସମ୍ମାନ:
୨୦୦୬ ଅଲଇଣ୍ଡିଆ ସୁପର ସିକ୍ସ ପାରାବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲସ ଏବଂ ଡବଲସରେ ସ୍ୱର୍ଣ୍ଣପଦକ
୨୦୦୭ ଜାତୀୟ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଆନସିପରେ ଉଭୟ ସିଙ୍ଗଲସ ଏବଂ ଡବଲସରେ ସ୍ୱର୍ଣ୍ଣପଦକ
୨୦୧୮ ଜାତୀୟ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଆନସିପରେ ଉଭୟ ସିଙ୍ଗଲସ୍ ଓ ଡବଲସରେ ସ୍ୱର୍ଣ୍ଣପଦକ
ଅର୍ନ୍ତଜାତୀୟ ସ୍ତରୀୟ ସମ୍ମାନ
୨୦୦୮ ଆରଓ୍ୱାଇଏଲଏ ଇଣ୍ଟରନ୍ୟାସନାଲ ଚ୍ୟାଲେଞ୍ଜର ପୁରୁଷ ସିଙ୍ଗଲସରେ ସ୍ୱର୍ଣ୍ଣପଦକ
୨୦୧୭, ୨୦୧୮ ଅର୍ନ୍ତଜାତୀୟ ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲସରେ ସ୍ୱର୍ଣ୍ଣପଦକ
୨୦୧୮ ଏସିଆନ ପାରା ଗେମସ ପୁରୁଷ ସିଙ୍ଗଲସରେ ସ୍ୱର୍ଣ୍ଣପଦକ
୨୦୧୮ ଇଣ୍ଟରନେଶନାଲ ଅଷ୍ଟ୍ରେଲିଆ ପାରା ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲସରେ ସ୍ୱର୍ଣ୍ଣପଦକ
ପ୍ରମୋଦ କେବଳ ଜଣେ ଭଲ ଖେଳାଳି ନୁହନ୍ତି,ଭଲ କୋଚ ଏବଂ ମେଣ୍ଟର ମଧ୍ୟ।ପ୍ରମୋଦ ବର୍ତ୍ତମାନ ଇନ୍ୟୁସୁରାନସ କର୍ପୋରେସନରେ କ୍ଲର୍କ।
ସମ୍ମାନିତ ୭ଓଡ଼ିଆ
ପୂର୍ବରୁ ଓଡ଼ିଶାର ୭ଜଣ ଖେଳାଳି ଅର୍ଜୁନ ଆଓ୍ୱାର୍ଡ ପାଇଛନ୍ତି।୧୯୮୧ରେ ମହିଳା ସାଇକେଲ ଚାଳକ ମୀନତି ମହାପାତ୍ର ପ୍ରଥମ ଓଡ଼ିଆ ଭାବେ ପାଇଥିଲେ ଅର୍ଜୁନ ସମ୍ମାନ।ଏହାପରେ ବିଜୟ ଶତପଥୀ,ରଚିତା ପଣ୍ଡା, ହକି ତାରକା ଦିଲ୍ଲୀପ ତୀର୍କି, ଇଗନେସ୍ ତୀର୍କି,ଜ୍ୟୋତି ସୁନୀତା କୁଲୁ, ଏବଂ କେ.ରବିକୁମାର।୮ବର୍ଷ ପରେ ଏବର୍ଷ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ମିଳିବ ଅର୍ଜୁନ ଆଓ୍ୱାର୍ଡ।

Arjuna Award 2019BAJRANG PUNIADeepa MalikPara BadmintonPramod Bhagat
Tweet
0
370କୁ ପାକିସ୍ତାନ ଅସ୍ତ୍ର କରି ଭାରତରେ ଅସ୍ଥିରତା ସୃଷ୍ଟି କରୁଥିଲା
ଶାହ ଗିରଫ ବେଳେ ଚିଦାମ୍ବରମ ଥିଲେ ଗୃହମନ୍ତ୍ରୀ:ଏବେ ଗୃହମନ୍ତ୍ରୀ ଅମିତ ଶାହ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.