Rickey-Ponting-Michael-Clarke

ଅନ୍ତର୍ଜାତୀୟ କ୍ରିକେଟର ସବୁ କ୍ୟାପଟେନଙ୍କ ସ୍ୱପ୍ନ ଥାଏ, କେମିତି ବିଦେଶରେ ନିଜ ଟିମକୁ ଟେଷ୍ଟ ମ୍ୟାଚ୍ ଓ ସିରିଜ୍ ଜିତାଇବେ। କିନ୍ତୁ ସମସ୍ତଙ୍କ ସ୍ୱପ୍ନ ସାକାର ହୁଏ ନାହିଁ। ହାତ ଗଣିତ କେତେ ଜଣ ସପଳ ହୁଅନ୍ତି। ଯଦି ଭାରତ କଥା କହିବା, ତେବେ ବିଜୟ ମହତ୍ୱ ବଢ଼ିଯାଏ। କିନ୍ତୁ ଟିମ୍ ଇଣ୍ଡିଆକୁ ଘରୋଇ ପରିବେଶରେ ମାତ୍ ଦେବା ଏତେ ସହଜ ନୁହଁ। ଭାରତୀୟ ସ୍ପିନ ଆଟାକିଂକୁ ଭେଦି ବିଜୟ ଧ୍ୱଜା ଉଡ଼ାଇବା ଭାରି ମୁସ୍କିଲ୍, ଏକଥା ସାରା ବିଶ୍ୱ ଜାଣିଛି। କିଛି ସଫଳ କ୍ୟାପଟେନ୍ ଅଛନ୍ତି, ଯେଉଁମାନେ ଭାରତ ମାଟିରେ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଜିତି ପାରିନାହାନ୍ତି।
ରିକି ପଣ୍ଟିଂ (ଅଷ୍ଟ୍ରେଲିଆ)Rickey-Pontingଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆକୁ ସର୍ବାଧିକ ମ୍ୟାଚ୍ ଜିତାଇଥିବା ଅଧିନାୟକ ରିକିଂ ପଣ୍ଟିଂ। ଅଷ୍ଟ୍ରେଲିଆକୁ ଦୁଇ ଦୁଇଟି ବିଶ୍ୱକପ୍ ଭେଟି ଦେଇଥିବା ପଣ୍ଟିଂ କିନ୍ତୁ ଭାରତରେ ଫେଲ୍ ମାରିଛନ୍ତି। ଭାରତରେ ନିଜ ଟିମକୁ ଗୋଟିଏ ବି ଟେଷ୍ଟ ମ୍ୟାଚରେ ବିଜୟୀ କରାଇ ପାରିନାହାନ୍ତି।୨୦୦୪ରେ ଗୋଟିଏ ଟେଷ୍ଟରେ ପରାଜୟର ମୁହଁ ଦେଖିବା ପରେ ୨୦୦୮ରେ ଅଷ୍ଟ୍ରେଲିଆ ଭାରତରେ ୪ଟିକିଆ ଟେଷ୍ଟ ମ୍ୟାଚ ଖେଳିବାକୁ ଆସିଥିଲା। ପ୍ରଥମ ଓ ତୃତୀୟ ଟେଷ୍ଟ ଡ୍ରରେ ଶେଷ ହୋଇଥିଲା। କିନ୍ତୁ ଦ୍ୱିତୀୟ ଓ ଶେଷ ଟେଷ୍ଟରେ କଙ୍ଗାରୁ ବାହିନୀକୁ ମାତ୍ ଦେଇଥିଲା ଟିମ୍ ଇଣ୍ଡିଆ। ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇ ଟିକିଆ ଟେଷ୍ଟ ସିରିଜକୁ ବି କ୍ଲିନ ସୁଇପ୍ କରିଥିଲା ଭାରତ। ପଣ୍ଟିଂଙ୍କ କ୍ୟାପଟେନ୍ କ୍ୟାରିୟରରେ ଏହା ହେଉଛି ସବୁଠୁ ବଡ଼ ବିଫଳତା। ଅଧିନାୟକ ଭାବରେ ସେ ଭାରତରେ ୭ଟି ମ୍ୟାଚ ଖେଳିଥିବା ବେଳେ ୫ଟି ହାରିଛନ୍ତି ଓ୨ଟି ଟେଷ୍ଟ ମ୍ୟାଚ୍ ଡ୍ର ରହିଛି।
ଏଥିସହ ପଢ଼ନ୍ତୁ: କେନ୍ଦ୍ର ଅବହେଳାକୁ ଟାର୍ଗେଟ୍; କିନ୍ତୁ ମୋଦି ବିରୋଧୀଙ୍କ ସହ ହାତ ମିଳାଇବାକୁ ନବୀନ ନାରାଜ
ଷ୍ଟିଫେନ୍ ଫ୍ଲେମିଂ (ନ୍ୟୁଜିଲାଣ୍ଡ)Stephen-Flemingକିଓ୍ୱି ଟିମର ସଫଳ ଅଧିନାୟକ ଭାବରେ ଜଣାଶୁଣା ଷ୍ଟିଫେନ୍ ଫ୍ଲେମିଂ। କିନ୍ତୁ ଭାରତରେ ଟେଷ୍ଟ ମ୍ୟାଚ୍ ଜିତିବାର ତାଙ୍କ ସ୍ୱପ୍ନ ଅଧୁରା ରହିଗଲା। ଫ୍ଲେମିଂଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଟିମ୍ ଅନେକ କିର୍ତ୍ତୀ ସ୍ଥାପନ କରିଛି। ନ୍ୟୁଜିଲାଣ୍ଡ ଟିମକୁ ଶିଖରର ଶୀର୍ଷରେ ପହଞ୍ଚାଇବାରେ ତାଙ୍କର ବଡ଼ ଯୋଗଦାନ ରହିଥିଲା। ୧୯୯୯ରେ କିଓ୍ୱି ଦଳ ଷ୍ଟିଫେନ୍ ଫ୍ଲେମିଂଙ୍କ ନେତୃତ୍ୱରେ ଭାରତରେ ୩ଟି ଟେଷ୍ଟ ଖେଳିଥିଲା। ଦୁଇଟି ମ୍ୟାଚ୍ ଡ୍ର ରହିଥିବା ବେଳେ ଗୋଟିଏ ମ୍ୟାଚ୍ ନିଜ ହାତ ମୁଠାରେ କରିଥିଲା ଟିମ୍ ଇଣ୍ଡିଆ। ୧-୦ରେ ସିରିଜ କବଜା କରିଥିଲା। ଏହାପରେ ୨୦୦୩ରେ ପୁଣି ଥରେ ଫ୍ଲେମିଂଙ୍କ ନେତୃତ୍ୱରେ ଭାରତ ଗସ୍ତରେ ଆସିଥିଲା ନ୍ୟୁଜିଲାଣ୍ଡ। ଦୁଇଟିଯାକ ଟେଷ୍ଟ ମ୍ୟାଚ୍ ଡ୍ର ରହିଥିଲା। ଷ୍ଟିଫେନ୍ ଫ୍ଲେମିଂଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଭାରତ ମାଟିରେ ୫ଟି ଟେଷ୍ଟ ଖେଳିଛି। ୪ଟି ଡ୍ର ରହିଥିବା ବେଳେ ଗୋଟିଏ ହାରିଛି।
ପଢ଼ନ୍ତୁ: କୋହଲି, ଭିଭିଆନ୍ ରିଚାର୍ଡସଙ୍କ ଭଳି ୬ଜଣ ସଫଳ କ୍ୟାପଟେନ୍, ଅଷ୍ଟ୍ରେଲିଆ ମାଟିରେ ଜିତିଛନ୍ତି ଟେଷ୍ଟ ସିରିଜ୍
ମାଇକେଲ୍ କ୍ଲାର୍କ (ଅଷ୍ଟ୍ରେଲିଆ)Michale-Clarke୨୦୧୫ରେ ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆକୁ ଶେଷ ଥର ବିଶ୍ୱ ଚାମ୍ପିଅନ୍ କରାଇଥିଲେ ମାଇକେଲ୍ କ୍ଲାର୍କ। ବହୁ ଟୁର୍ଣ୍ଣାମେଣ୍ଟରେ ଦଳକୁ ବିଜୟୀ କରାଇଛନ୍ତି। କିନ୍ତୁ ଅଧିନାୟକ ଭାବରେ ଭାରତ ମାଟିରେ ତାଙ୍କ ରେକର୍ଡ ଭାରି ଖରାପ। ୨୦୧୨-୨୦୧୩ରେ ତାଙ୍କ ନେତୃତ୍ୱରେ ଭାରତରେ ଖେଳିଥିବା ଟେଷ୍ଟ ସିରିଜରେ ଶୋଚନୀୟ ପରାଜୟ ସାମନା କରିଥିଲା କଙ୍ଗାରୁ ଟିମ୍। ୪ଟିକିଆ ଟେଷ୍ଟକୁ ଭାରତ ୩-୦ରେ ନିଜ ନାଁରେ କରାଇଥିଲା। ପ୍ରଥମ ଟେଷ୍ଟରେ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱିଶତ ବଳରେ ବଡ଼ ସ୍କୋର ଠିଆ କରିଥିଲା ଟିମ୍ ଇଣ୍ଡିଆ। ଏହି ସିରିଜରେ ଅଷ୍ଟ୍ରେଲିଆର ୪ଜଣ ଖେଳାଳି ମିଚେଲ୍ ଜନସନ୍, ସେନ୍ ଓ୍ୱଟସନ୍, ଜେମ୍ସ ପେଟିଂସନ୍, ଉସମାନ ଖଓ୍ୱାଜାଙ୍କ ଉପରେ ବ୍ୟାନ୍ ଲାଗିଥିଲା। ସେହିପରି ଅନ୍ୟ ଏକ ମ୍ୟାଚରେ ଆହତ କାରଣରୁ ପ୍ଲେଇଂ ସ୍କାଡକୁ ବାଦ ପଡ଼ିଥିଲେ ନିଜେ କ୍ଲାର୍କ। ଭାରତ ମାଟିରେ ଅଷ୍ଟ୍ରେଲିଆକୁ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଜିତାଇ ନଥିବା ବେଳେ କ୍ରିକେଟରୁ ଅଲବିଦା କହି ସାରିଛନ୍ତି ମାଇକେଲ୍ କ୍ଲାର୍କ।