Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଦ୍ରୁତ ୨୪ଟି ଶତକ ହାସଲ କରିଥିବା କୋହଲିଙ୍କ ଆଗରେ ଜଣେ କ୍ରିକେଟର; ସେ ନୁହଁନ୍ତି ସଚିନ, କିଏ ସେହି କ୍ରିକେଟର ?

By admin • October 5, 2018 • ସ୍ପୋର୍ଟସ୍
VIRAT-KOHALI

ଭୁବନେଶ୍ୱର:ରାଜକୋଟରେ କୋହଲିଙ୍କ ବିରାଟ ସୋ; ଦ୍ରୁତ ଶତକ ହାସଲ କରିବାରେ ମାହିର କୋହଲି ଘରୋଇ ପରିବେଶରେ ସୁପର ସୋ ଦେଖୋଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକୀୟ ଇନିଂସ ଖେଳି ପୁଣି ଥରେ ବିଶ୍ୱ କ୍ରିକେଟରେ ଦବଦବା ଜାହିର କରିଛନ୍ତି। ପ୍ରଥମ ଦିନରେ ପାୱାରଫୁଲ ଇନିଂସ ଖେଳିଥିଲେ ପୃଥ୍ୱୀ ସ। ଦ୍ୱିତୀୟ ଦିନରେ ଧମାକାଦାର ପାଳି ଖେଳିଲେ କୋହଲି। ଏହାସହ ରବିନ୍ଦ୍ର ଜାଡେଡାଙ୍କ ଶତକୀୟ ଇନିଂସ ବଳରେ ଭାରତ ରାଜକୋଟ ଟେଷ୍ଟରେ ୱେଷ୍ଟଇଣ୍ଡିଜ ଆଗରେ ୬୪୯ରନର ପାହାଡ଼ ଠିଆ କରିଛି । ଏହା ହେଉଛି ବିରାଟ କୋହଲିଙ୍କ ଟେଷ୍ଟ କ୍ୟାରିଅରରେ ୨୪ ତମ ଶତକ। ଭାରତୀୟ କ୍ରିକେଟର ଭାବରେ ଅଧିକ ଶତକ ମାରିଥିବା ଚତୁର୍ଥ ଖେଳାଳି ହୋଇଛନ୍ତି ବିରାଟ କୋହଲି। ପ୍ରଥମ ସ୍ଥାନରେ ରହିଛନ୍ତି ସଚିନ ତେନ୍ଦୁଲକର (୫୧ଟି ଶତକ), ଦ୍ୱିତୀୟ ସ୍ଥାନରେ ରାହୁଲ ଦ୍ରାବିଡ୍ (୩୬ ଶତକ), ତୃତୀୟ ସ୍ଥାନ ସୁନୀଲ ଗାଭାସ୍କର (୩୪ ଶତକ) ରହିଛନ୍ତି । ତେବେ ଭାରତୀୟ ସ୍କୋରକୁ ପିଛା କରି ଦ୍ୱିତୀୟ ଦିନ ସୁଦ୍ଧା ଓ୍ୱେଷ୍ଟଇଣ୍ଡିଜ ଦଳ ୬ ଓ୍ୱିକେଟ ହରାଇ ମାତ୍ର ୯୪ରନ୍ କରିଛି।

All Hail the King 👑 @imVkohli
24th Test ton ✅
17th as captain 😎
4th century this year 🙌
2nd fastest to 24 Test ton 👌
(More coming, we aren’t done yet) #TeamIndia #INDvWI pic.twitter.com/IgCw1K5JEk

— BCCI (@BCCI) October 5, 2018


ଏହାସହ କୋହଲି ସ୍ୱଦେଶ ମାଟିରେ ୩ ହଜାର ରନ୍ ପୂରଣ କରିଛନ୍ତି। ୫୩ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି କୋହଲି। ଏହି ସଫଳତା ହାସଲ କରିବାରେ କୋହଲିଙ୍କ ସହ ସମାନ ସ୍ଥିତିରେ ଅଛନ୍ତି ଚେତେଶ୍ୱର ପୂଜାରା । ଘରୋଇ ପରିବେଶରେ ସେ ବି ୩ ହଜାର ରନ୍ ପୂରଣ କରିଛନ୍ତି । ନିଜ ନାଁରେ ଶତକ ପରେ ଶତକ ଯୋଡି ଚାଲିଛନ୍ତି ବିରାଟ କୋହଲି । ଦିନିକିଆ ହେଉ କି ଟେଷ୍ଟ, ସବୁଥିରେ ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି। Don-Bradmanସବୁଠୁ ଦ୍ରୁତ ୨୪ଟି ଟେଷ୍ଟ ଶତକ ହାସଲ କରିବାରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବିରାଟ କୋହଲି ।ବିରାଟଙ୍କ ଉପରେ ଅଛନ୍ତି କିମ୍ବଦନ୍ତୀ ଖେଳାଳି ସାର୍ ଡନ୍ ବ୍ରାଡମ୍ୟାନ୍। ବିରାଟ କୋହଲି ୧୨୩ଟି ଇନିଂସ ଖେଳି ୨୪ତମ ଶତକ ହାସଲ କରିଛନ୍ତି । ବ୍ରାଡମ୍ୟାନ୍ ମାତ୍ର ୬୬ଟି ଇନିଂସରେ ୨୪ଟି ଶତକ ମାରିଥିଲେ । ସେହିପରି ସଚିନ ତେନ୍ଦୁଲକର ୧୨୫ଟି ଇନିଂସରେ ହାସଲ କରିଥିଲେ ୨୪ତମ ଟେଷ୍ଟ ଶତକ। ଏହି ୨୪ଟି ଶତକ ମଧ୍ୟରୁ ବିରାଟ କୋହଲି ଅଧିନାୟକ ଭାବରେ କେବଳ ୧୭ଟି ଶତକ ନିଜ ନାଁରେ କରିଛନ୍ତି । ଚଳିତବର୍ଷ ଏହା ହେଉଛି ତାଙ୍କର ଚତୁର୍ଥ ଟେଷ୍ଟ ସେଞ୍ଚୁରୀ।

ଏତିସହ ପଢ଼ନ୍ତୁ—-ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିବେ ୧୮ବର୍ଷୀୟ ପୃଥ୍ୱୀ ସ

Don BradmanINDIAN CRICKETSachin TendulkarVirat Kohali
Tweet
0
ପୁରୀରୁ ମୋଦି ଲଢ଼ିଲେ ବିଜେପିର ହେବ କ୍ଷତି; ଓଡ଼ିଶା-ବେଙ୍ଗଲ ବିଜେପି ପ୍ରସ୍ତାବ ହୋଇନପାରେ ଗ୍ରହଣ!
ଭୁଲ ହୋଇଗଲା ରାଧିକାଙ୍କ ଗଣିତ, ମ୍ୟାଥମେଟିକସ୍ ପଢ଼ାଇବା ବଦଳରେ ହୋଇଗଲେ ଅଭିନେତ୍ରୀ

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.