Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପୁରୀ ହିଂସାକାଣ୍ଡ ପଛରେ କଣ ବିବାଦୀୟ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ହାତ ରହିଛି ?

By admin • October 8, 2018 • ନ୍ୟୁଜ୍, ପଲିଟିକ୍ସ
PURI MLA

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରତିବାଦରେ ପୁରୀରେ ହୋଇଥିବା ହିଂସାକାଣ୍ଡ ପଛରେ, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ହାତ ରହିଛି। ପୁରୀ ବିଧାୟକ ମହେଶ୍ୱରଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ। “ଶାନ୍ତି କମିଟିକୁ ଡାକି ଲୋକଙ୍କୁ ଗିରଫ କରୁଛନ୍ତି । ଆମର ସନ୍ଦେହ ରାଜସ୍ୱ ମନ୍ତ୍ରୀ ତଥା ପୁରୀ ବିଧାୟକ ନିଜେ ବିଶୃଙ୍ଖଳା କରି, ସହାନୁଭୂତି ପାଇଁ  ନାଟକ କରୁଛନ୍ତି । ଆଲୋଚନା ନକରି ଯଦି ବଳପୂର୍ବକ ଗିରଫଦାରୀ ମାଧ୍ୟମରେ ରାଜ୍ୟ ସରକାର ସମାଧାନ କରିବାକୁ ଚାହୁଁଛନ୍ତି ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ସମ୍ଭାବନା ଅଧିକ” ବୋଲି କେ.ଭି.ସିଂହଦେଓ କହିଛନ୍ତି।K V SINGH DEOଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଗତ ଅକ୍ଟୋବର ୩ରେ,ପୁରୀରେ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଥିଲା। ଶ୍ରୀଜଗନ୍ନାଥ ସେନାର ବନ୍ଦ ଡାକରା ସମୟରେ ସିଂହଦ୍ୱାରା ସମ୍ମୁଖରେ ଥିବା ବ୍ୟାରିକେଡ୍‌କୁ ଆନ୍ଦୋଳନକାରୀ  ଭାଙ୍ଗି ଦେଇଥିଲେ। ପୁରୀ ଏସପିଙ୍କ ବାସଭାବନ ଉପରକୁ ଟେକାପଥର ମାଡ଼ କରିବା ସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ମଧ୍ୟ ଭାଙ୍ଗି ପକାଇଥିଲେ। ବଡ଼ଦାଣ୍ଡରେ ଭଙ୍ଗାରୁଜା କରିବା ସହିତ ଟ୍ରାଫିକ ପୋଷ୍ଟ ଗୁଡ଼ିକୁ ଭାଙ୍ଗିଲେ। ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ମଧ୍ୟ ଆନ୍ଦୋଳନକାରୀ ଭଙ୍ଗାରୁଜା କରିଥିଲେ। ସେହି ହିଂସାକାଣ୍ଡ ପାଇଁ ବିଜେଡି ମଧ୍ୟ ବିଜେପିକୁ ଦାୟୀ କରୁଛି । ସେପଟେ ସିସିଟିଭି ଫୁଟେଜ୍ ଆଧାରରେ ପୁରୀ ପୋଲିସ ୪୬ଜଣ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରି ଗିରଫ କରୁଛି।PURI-STRIKEକୋର୍ଟଙ୍କ ନିର୍ଦ୍ଦେଶ ମାନୁଛି କିଏ
ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିରର ନୀତି ଓ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ଲାଗି ମନ୍ଦିର ପ୍ରଶାସନ ଧାଡ଼ି ଦର୍ଶନ ବ୍ୟବସ୍ଥାର ଆରମ୍ଭ କଲେ। କିନ୍ତୁ ସେବାୟତଙ୍କ ସହ ସ୍ୱର ମିଳାଇ ମହେଶ୍ୱର ମହାନ୍ତି ଧାଡ଼ି ଦର୍ଶନକୁ ବିରୋଧ କରି ସୁପ୍ରିମକୋର୍ଟର ଅବଜ୍ଞା କଲେଣି। ଅପରପକ୍ଷରେ ଜଗନ୍ନାଥଙ୍କ ବ୍ରହ୍ମବିଭ୍ରାଟ, ରତ୍ନଭଣ୍ଡାର ଚାବି ହଜିବା, ଶ୍ରୀଜଗନ୍ନାଥ ଉପାସ ରହିବା ବେଳେ  ଜଣେ ଦାୟିତ୍ୱବାନ ପୁରୀର ଜନପ୍ରତିନିଧି ଭାବେ ମହେଶ୍ୱର ମହାନ୍ତିଙ୍କ ପ୍ରତିକ୍ରିୟା ଶୁଣିବାକୁ ମିଳି ନଥିଲା।Maheswar-Mohanty-Injuredମହେଶ୍ୱରଙ୍କ ସମୟରେ ହତ୍ୟା-ଆକ୍ରମଣ
ଅବଶ୍ୟ ହିଂସାକାଣ୍ଡ ସହ ମହେଶ୍ୱର ମହାନ୍ତିଙ୍କ ନାଁ ଯୋଡାଯିବା କିଛି ନୂଆ କଥା ନୁହେଁ । ଚଳିତ ବର୍ଷ ମାର୍ଚ୍ଚ ୧୮ ତାରିଖରେ ମହେଶ୍ୱର ମହାନ୍ତିଙ୍କ ପିଏ ଭବନୀ ପ୍ରସାଦ ସାହୁଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଛି । ସେହିପରି ପୂର୍ବତନ କାଉନସିଲର ତଥା ସେବାୟତ ଗୁନ ସିଂହାରୀଙ୍କ ହତ୍ୟା ମାମଲାରେ ମହେଶ୍ୱର ମହାନ୍ତିଙ୍କ ଉପରୁକୁ ଆଙ୍ଗୁଳି ଉଠିଥିଲା। ଏକଦା ମହେଶ୍ୱର ମହାନ୍ତିଙ୍କ ବିଶ୍ୱସ୍ଥ ପରେ ଶତ୍ରୁ ପାଲଟି ଥିବା ଗୁନ ସିଂହାରୀଙ୍କୁ ୨୦୧୨ ଅଗଷ୍ଟରେ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ପଛରେ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ ହାତ ରହିଛି ବୋଲି ଗୁନ ସିଂହାରୀଙ୍କ ମା’ ଅଭିଯୋଗ କରିଥିଲେ। ହତ୍ୟାର ପ୍ରତିଶୋଧ ନେବାକୁ, ଗୁନଙ୍କ ସମର୍ଥକମାନେ ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଉପରେ ଫେବ୍ରୁଆରୀ ୨୦୧୪ରେ ମରଣାନ୍ତକ ଆକ୍ରମଣ କରିଥିଲେ। ତେବେ ଅଳ୍ପକେ ବର୍ତ୍ତି ଯାଇଥିଲେ ମହେଶ୍ୱର।Maheswar Mohanty Speakerମାନ୍ୟବର ପଦରୁ ବିଦା
ସେହିପରି ୨୦୧୨ପଞ୍ଚାୟତ ନିର୍ବାଚନ ବେଳେ ମହେଶ୍ୱର ମହାନ୍ତିଙ୍କ ଉପରେ ଆକ୍ରମଣ ହୋଇଥିଲା। ଚନ୍ଦନପୁର ନିକଟରେ ଏକ ଜନସଭାରେ ତତ୍କାଳୀନ ପଞ୍ଚାୟତିରାଜ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ମୁଣ୍ଡକୁ ଲୁହା ଶାବଳରେ ମାଡ଼ ହୋଇଥିଲା। ୩୧ଜାନୁଆରୀ ୨୦୧୨ ଆକ୍ରମଣରେ ମହେଶ୍ୱର ଗୁରୁତର ଆହତ ହୋଇଥିଲେ। ଏହାସହ ବାଚସ୍ପତି ଥିବାବେଳେ ଲେଡି ମାର୍ଶଲ ଗାୟତ୍ରୀ ପଣ୍ଡାଙ୍କୁ ଅସଦାଚରଣ ମାମଲାରେ ଫସିଥିଲେ ମହେଶ୍ୱର ମହାନ୍ତି । ଫଳରେ ମାନ୍ୟବର ବାଚସ୍ପତି ପଦରୁ ବିଦା ହୋଇଥିଲେ।

K V SINGH DEOMaheswar MohantyPuri Bandh
Tweet
0
କାମବାଲିରୁ ହଲିଉଡ,ବଲିଉଡର ଆକ୍ସିଡେଣ୍ଟାଲ ହିରୋଇନ୍
ଦଳିତ ମହିଳାଙ୍କୁ ବିଜେଡି ବିଧାୟକଙ୍କ ଧମକ; ‘ବିଜେପିକୁ ଭୋଟ ଦେଇଛ ଟଙ୍କିକିଆ ଚାଉଳ ମିଳିବ ନାହିଁ’

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.