ପ୍ରଶାନ୍ତ କିଶୋରଙ୍କ ଟାର୍ଗେଟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜନୀତିକୁ ନେଇ ଅଙ୍କ କଶୁଥିବା ରଣନୀତିଜ୍ଞ ପ୍ରଶାନ୍ତ କିଶୋର ନୀତିଶ କୁମାରଙ୍କୁ କଟାକ୍ଷ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି। ଏନଡିଏ ସହ ନୀତିଶ ମେଂଟ ଭାଙ୍ଗି ନୂଆ ମେଣ୍ଟ ଗଠନ କରିବା ସହ ବିହାରରେ ନୂଆ କରି ସରକାର ଗଠନ କରିବା ଘଟଣାକୁ ନେଇ ନୀତିଶଙ୍କୁ ପ୍ରଶାନ୍ତ କିଶୋର କଟାକ୍ଷ କରିଛନ୍ତି।ବିହାରରେ ଅନେକ ମେଣ୍ଟ ହୋଇଛି ଭାଙ୍ଗିଛି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆସନ ଓ ନୀତିଶଙ୍କ ସମ୍ପର୍କ ଭାଙ୍ଗିନି। ସେ ନୀତିଶଙ୍କୁ କଟାକ୍ଷ କରିବା ସହ ଫେଭିକଲ୍ କମ୍ପାନୀର ବ୍ରାଣ୍ଡ ଆମ୍ବାସଡ଼ର ହୁଅନ୍ତୁ ବୋଲି କହି ସମାଲୋଚନା କରିଛନ୍ତି।
ଯୋଡ଼ିରେ ଫାଟ
ଅନେକ ସମୟରେ ରାଜନୀତି କ୍ଷେତ୍ରରେ ନିର୍ଭୁଲ୍ ଅନୁମାନ କରି ସଫଳ ରଣନୀତିଜ୍ଞ ସାଜିଥିବା ପ୍ରଶାନ୍ତ କିଶୋର ନୀତିଶଙ୍କ ସହିତ ମଧ୍ୟ କାମ କରିଛନ୍ତି। ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଏକ ଭିନ୍ନ ମୋଡ ନେଇଛି।ନୀତିଶଙ୍କ ମେଣ୍ଟକୁ ନେଇ କଟାକ୍ଷ କରିଛନ୍ତି ପ୍ରଶାନ୍ତ କିଶୋର।ସେ କହିଛନ୍ତି ଯେ ବିହାରରେ ଅନେକ ମେଂଟ ଗଢିଛି ଓ ଭାଙ୍ଗିଛି। ହେଲେ ମୁଖ୍ୟମନ୍ତ୍ରୀଙ୍କ ଆସନ ଓ ନୀତିଶ କୁମାରଙ୍କ ମଧ୍ୟରେ ସଂପର୍କ ଭାଙ୍ଗିନି। ଏହା କେବଳ ନୀତିଶଙ୍କ ଦ୍ୱାରା ସମ୍ଭବ ହୋଇଛି। ଫେଭିକଲ କମ୍ପାନୀ ନୀତିଶଙ୍କୁ ବ୍ରାଣ୍ଡ ଆମ୍ବାସେଡର କଲେ ବେଶ ଫାଇଦାରେ ରହିବ ବୋଲି ପ୍ରଶାନ୍ତ କହିଛନ୍ତି। ପ୍ରଶାନ୍ତ ଏକଥା ମଧ୍ୟ କହିଛନ୍ତି କି ଆଗାମୀ ବିହାର ବିଧାନସଭା ନିର୍ବାଚନ ବେଳକୁ ନୀତିଶ ଓ ୭ ଦଳଙ୍କ ମେଂଟ ସରକାରରେ ବଡ ପରିବର୍ତନ ଆଶଙ୍କା ରହିଛି। ଏପରିକି କ୍ଷମତା ପାଇଁ ନୀତିଶ କିଛି ବି କରିପାରନ୍ତି ବୋଲି ପ୍ରଶାନ୍ତ ମତ ରଖିଛନ୍ତି। ପ୍ରଶାନ୍ତଙ୍କ ବୟାନ ପରେ ଜେଡିୟୁ ମଧ୍ୟ ପାଲଟା ଜବାବ ରଖିଛି। ପ୍ରଶାନ୍ତ ବିଜେପିରେ ମିଶିବା ପାଇଁ ଆଗ୍ରହୀ ଥିବାରୁ ଏଭଳି କଟାକ୍ଷ କରୁଥିବା ଜେଡିୟୁ ଜବାବ ରଖିଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା