ସୈଫ୍ଙ୍କ ସହ ବିବାହର ସାଢ଼େ ୬ବର୍ଷ ପରେ କରୀନା କହିଲେ ‘ମୋର ଏହା ଦ୍ୱିତୀୟ ବିବାହ’!

ମାଆ ହେବା ପରେ ବି କମିନି କ୍ରେଜ୍। ଏବେ ବି ବଲିଉଡରେ ନିଜର ଯାଦୁ ଚଳାଇଛନ୍ତି ବେବୋ। ନିକଟରେ କରୀନା କପୁର ଲାକମୀ ଫ୍ୟାସନ ୱିକରେ ସୋ’ ଷ୍ଟପର ହୋଇଥିଲେ। ସୋ’ର ଶେଷ ଦିନରେ କରୀନା ବ୍ଲାକ କଲର ଡ୍ରେସ ପିନ୍ଧି ରାମ୍ପ ୱାକ୍ କରିଥିଲେ। କରୀନାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।
ନିକଟରେ କରୀନା ମିଡିଆକୁ ବୟାନ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। କରୀନା କହିଛନ୍ତି ଯେ ଏହା ତାଙ୍କର ଦ୍ୱିତୀୟ ବିବାହ। ତେବେ କରୀନାଙ୍କ ଏହି ବୟାନ ପରେ ସାରା ଦୁନିଆ ଜାଣିବାକୁ ଚାହେଁ,ସେ କାହାକୁ ଦ୍ୱିତୀୟ ବିବାହ କରିଛନ୍ତି। ଅବଶ୍ୟ ତାଙ୍କ ସ୍ୱାମୀ ସୈଫ୍ ଅଲ୍ଲୀ ଖାନ୍ ପୂର୍ବରୁ ଅମ୍ରିତା ସିଂହ ବିବାହ କରିଥିଲେ। ହେଲେ ପରେ ଅମ୍ରିତା ଓ ସୈଫଙ୍କ ମଧ୍ୟରେ ସମ୍ପର୍କ ତୁଟିଲା। ଆଉ କରୀନା କାପୁର ୧୬ଅକ୍ଟୋବର ୨୦୧୨ରେ ବିବାହ କରିଥିଲେ। ସୈଫ୍ ଓ କରୀନାଙ୍କ ଏକ ପୁଅ ମଧ୍ୟ ରହିଛି।

ତେବେ ଆମେ ଆପଣଙ୍କୁ କହି ରଖୁଚୁ, ଲାକମୀ ଫ୍ୟାସନ ୱିକର ପରିବାର ସହ ତାଙ୍କର ଦ୍ୱିତୀୟ ବିବାହ ହୋଇଥିବା କହିଲେ କରୀନା। ଲାକମୀ ଏକ ବ୍ରାଣ୍ଡ ଯାହାକି ତାଙ୍କ ସହ ସବୁବେଳେ ରହିଛି, ତେଣୁ ସେ ମଧ୍ୟ ଏହି ସମ୍ପର୍କକୁ ନିଭାଇବାକୁ ଚାହୁଁଛନ୍ତି। ତେଣୁ ଏହା ଏକ ବିବାହ। କରୀନା କହିଛନ୍ତି ଯେ, ଲାକମୀ ବିନା ସେ ଅଧୁରା ଏବଂ ତାଙ୍କ ବିନା ଲାକମୀ ଅଧୁରା। ଲାକମୀ ଯୋଗୁ ସେ ଗ୍ଲାମରସ ଅନୁଭବ କରୁଥିବା କହିଛନ୍ତି। ଲାକମୀ ସହ ତାଙ୍କର ଯାତ୍ରା ଅଦ୍ଭୁତ ବୋଲି କହିଛନ୍ତି କରୀନା।
Connect With Us