Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପ୍ରଫେସନ୍ ଆକ୍ଟିଂ, ଲାଇଫ୍ ପାର୍ଟନର ଶିଳ୍ପପତି

By admin • February 2, 2019 • ଫିଲ୍ମ
Bollywwod-Featued-Image

ଗ୍ଲାମର ୱାର୍ଲ୍ଡ ବଲିଉଡ। ଏଥିରେ କ୍ୟାରିୟର କରିବାକୁ ଅନେକ ତ ସ୍ୱପ୍ନ ଦେଖନ୍ତି ମାତ୍ର ଖୁବ୍ କମ୍ ସଫଳତା ପାଆନ୍ତି। ଅନେକ ବିବାଦରେ ଫସିଛନ୍ତି। ଅନେକ ଯୋଡି ଏଠାରେ ପ୍ରେମରେ ପଡନ୍ତି। ଅନେକ ସମୟରେ ରିଲ୍ ଲାଇଫ୍ କେମେଷ୍ଟ୍ରିକୁ ନେଇ ମଧ୍ୟ ଚର୍ଚ୍ଚା ହୁଏ। କିନ୍ତୁ ବାସ୍ତବରେ ରିୟଲ ଲାଇଫରେ ସେମାନେ ଅନ୍ୟ କାହାକୁ ବିବାହ କରି କ୍ୟାରିୟର କରିଥାନ୍ତି। କିଛି ଏଭଳି ଡିଭାଙ୍କ ସମ୍ପର୍କରେ ଯେଉଁମାନେ ସଫଳତା ତ ବେଶ୍ ସାଉଁଟିଛନ୍ତି କିନ୍ତୁ ଗ୍ଲାମର ଓ୍ୱାର୍ଲଡରେ ନକରି ଶିଳ୍ପପତିମାନଙ୍କୁ ବିବାହ କରି ହାପି ଲାଇଫ୍ ବିତାଉଛନ୍ତି।
ସୋନମ କପୁର-ଆନନ୍ଦ ଆହୁଜାSonam-Kapoor-and-Anand-Ahujasଅନୀଲ କାପୁରଙ୍କ ଝିଅ ସୋନମ କପୁର ଆନନ୍ଦଙ୍କୁ ଦୀର୍ଘଦିନରୁ ଡେଟ୍ କରୁଥିଲେ। ପରେ ସେମାନେ ବିବାହରେ ଆବଦ୍ଧ ହେଲେ। ବଲିଉଡର ଏହି ଡିଭା ବିବାହ କରିଥିବା ଆନନ୍ଦ ହେଉଛନ୍ତି ଜଣେ ଶିଳ୍ପପତି। ଏହି କୋଟିପତି ଶିଳ୍ପପତି ଦୁଇଟି ବ୍ରାଣ୍ଡ ଭାନେ ଓ ଭେଜନନ ଭେଜର ମାଲିକ। ଏହା ସହିତ ଶଶି ଏକ୍ସପୋର୍ଟର ମଧ୍ୟ ଏମଡି। ଏହି ଯୋଡିଙ୍କ ଫଟୋ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।
ଶିଳ୍ପା ସେଟ୍ଟୀ-ରାଜ କୁନ୍ଦ୍ରାShilpa-Raj୨୦୦୯ରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ। ଏକ ବ୍ୟବସାୟିକ ମିଟିଂରେ ଉଭୟଙ୍କର ସାକ୍ଷାତ ହୋଇଥିଲା। ଶିଳ୍ପାଙ୍କୁ ଦେଖିବା ପରେ ରାଜ୍ ତାଙ୍କ ପ୍ରେମରେ ପଡିଯାଇଥିଲେ। ଆଉ ତାଙ୍କୁ ଜୀବନସାଥୀ କରିବାର ସ୍ୱପ୍ନ ଦେଖିଥିଲେ। ଶେଷରେ ଏହି ଯୋଡି ବିବାହ କରିଥିଲେ।
ଜୁହି ଚାୱଲା-ଜୟ ମେହେତାJuhi-Chawalaପୂର୍ବତନ ମିସ୍ ଇଣ୍ଡିଆ ଜୁହି ଚାୱଲା ୯୦ଦଶକର ହିଟ୍ ଅଭିନେତ୍ରୀ। ବଲିଉଡରେ ଅନେକ ଆକ୍ଟରଙ୍କ ସହ ଜୁହିଙ୍କ ନାମ ଯୋଡା ଯାଇଥିଲେ ମଧ୍ୟ ସେ ଶେଷରେ ଇଂଲଣ୍ଡର ପ୍ରତିଷ୍ଠିତ ଶିଳ୍ପପତି ଜୟ ମେହେତାଙ୍କୁ ବିବାହ କରିଥିଲେ। ଏହି ଅଭିନେତ୍ରୀ ଏବେ ନିଜର ଦୁଇଟି ସନ୍ତାନ ଓ ସ୍ୱାମୀଙ୍କ ସହ ବେଶ୍ ଖୁସି ଥିବା ଜଣାପଡୁଛି। ନିଜଠାରୁ ବହୁତ ବଡ଼ ଜୟ ମେହେତାଙ୍କୁ ଜୀବନସାଥି ଭାବରେ ବାଛିଥିଲେ ଜୁହି।
ଇଶା ଦେଓଲ-ଭାରତ ତଖଟାନୀଧର୍ମେନ୍ଦ୍ର ଓ ହେମାମାଳିନୀଙ୍କ ଝିଅ ଅଭିନେତ୍ରୀ ଇଶା ଦେଓଲ। ଶିଳ୍ପପତି ଭାରତ ତଖଟାନୀଙ୍କୁ ୨୦୧୨ରେ ଇଶା ବିବାହ କରିଥିଲେ। ଇଶା ଦେଓଲ ଜଣେ ଅଭିନେତ୍ରୀ ହୋଇଥିବା ବେଳେ ଭାରତ ଜଣେ ହୀରା ବ୍ୟବସାୟୀ। ଏହି ଦମ୍ପତିଙ୍କର ଏକ କନ୍ୟା ସନ୍ତାନ ରହିଛି। ସୋସିଆଲ ମିଡିଆରେ ମଧ୍ୟ ଇଶା ଓ ତାଙ୍କ ପରିବାରର ହସଖୁସିର ଫଟୋ ଦେଖିବାକୁ ମିଳେ।
ରବିନା ଟଣ୍ଡନ-ଅନୀଲ ଥଣ୍ଡାନୀRabinaବଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଥିବା ଅଭିନେତ୍ରୀ ରବୀନା ଟଣ୍ଡନ। ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଅୀଲ ଥଣ୍ଡୀନୀ ଓ ରବିନା ଉଦୟପୁରରେ ରାଜକୀୟ ଶୈଳୀରେ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି ରଣବୀର ବର୍ଦ୍ଧନ ଓ ରାଶା। ଏହାସହ ଉଭୟେ ଦୁଇଟି ସନ୍ତାନ ପୋଷ୍ୟ ଭାବେ ମଧ୍ୟ ଗ୍ରହଣ କରିଛନ୍ତି।
ଅସୀନ-ରାହୁଲ ଶର୍ମାAsin-Rahulବଲିଉଡରେ ହିଟ୍ ଫିଲ୍ମ ଦେଇଥିବା ଅଭିନେତ୍ରୀ ଅସୀନ ଜଣେ ପ୍ରତିଷ୍ଠିତ ବିଜନେସମ୍ୟାନଙ୍କୁ ବିବାହ କରିଛନ୍ତି। ତାଙ୍କ ସ୍ୱାମୀ ମାଇକ୍ରୋମାକ୍ସ କମ୍ପାନୀର ସିଇଓ ତଥା ସହପ୍ରତିଷ୍ଠାତା ରାହୁଲ ଶର୍ମା। ଉଭୟଙ୍କର ସାକ୍ଷାତ ଅକ୍ଷୟ କୁମାର ଓ ଟ୍ୱିଙ୍କିଲ ଖାନାଙ୍କ ଜରିଆରେ ହୋଇଥିଲା । ଏହାପରେ ଉଭୟ ପରସ୍ପରକୁ ପସନ୍ଦ କରିବା ସହ ଅସୀନ-ରାହୁଲଙ୍କୁ ବିବାହ କରିଥିଲେ।
ଟିନା ମୁନିମ୍-ଅନୀଲ ଅମ୍ବାନୀTina-Ambaniବଲିଉଡ ଅଭିନେତ୍ରୀ ଟିନା ମୁନିମ୍। ବଲିଓଡର ପ୍ରଥମ ସୁପରଷ୍ଟାର ରାଜେଶ ଖାନାଙ୍କ ସହ ଟିନାଙ୍କ ନାଁ ଯୋଡା ଯାଉଥିଲା। ତେବେ ଡିମ୍ପଲ କାପଡିଆଙ୍କ ସ୍ୱାମୀ ଟିନାଙ୍କ ହାତ ଧରିବା ଆଗରୁ ଏଣ୍ଟ୍ରି ମାରି ଦେଲେ ଶିଳ୍ପପତି ଅନୀଲ ଅମ୍ବାନୀ। ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ଅନିଲ ଅମ୍ବାନୀ ଟିନାଙ୍କ ଲାଇଫରେ ଆସିଲେ। ୧୯୯୧ରେ ଏହି ଯୋଡି ବିବାହ କରିଥିଲେ। ଏମାନଙ୍କର ଦୁଇଟି ସନ୍ତାନ ଅନମୋଲ ଓ ଅନସୁଲ।
ସେଲିନା ଜେଟଲୀ-ପିଟର ହଗ୍
ବଲିଉଡ ଅଭିନେତ୍ରୀ ସେଲିନା ଜେଟଲୀ, ଦୁବାଇରେ ପ୍ରତିଷ୍ଠିତ ଶିଳ୍ପପତି ପିଟର ହଗଙ୍କୁ ବିବାହ କରିଛନ୍ତି। ସେମାନଙ୍କର ତିନୋଟି ସନ୍ତାନ ଅଛି । ୨୦୧୧ରେ ଏହି ଯୋଡି ବିବାହ କରିଥିଲେ।Celina-Jetly

Bollywood CelebritiesIsha DeolJUHI CHAWALARabina TondonSHILPA SETTYSonam Kapoor
Tweet
0
ଚାଷୀ-କରଦାତଙ୍କୁ ନମୋ ତୋଫା:୧୫କୋଟିଙ୍କୁ ଖୁସି କଲା ପିୟୂଷଙ୍କ ବ୍ରିଫକେଶ୍
ବାପୁଙ୍କ ପରି କଞ୍ଜୁସି ବୋଲିଂ ଓ ସର୍ବାଧିକ ବଲ୍ ଖେଳିବାର ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିବ କିଏ?

About the Author

admin

You Might Also Like

  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

  • ନୂଆ ବର୍ଷରେ ଭୂତ ଆସିବ! ଟ୍ୱିଣ୍ଟି-20ର ପ୍ରଥମ ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ’

  • ରାନୁଙ୍କ ସହ ଧୋକା !

  • ବଙ୍ଗାଳୀ ତଡ଼କା ସହ ଫେରିଲା ରଙ୍ଗବତୀ,ସୋସିଆଲ ମିଡିଆରେ ଧମାକା

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.