ନବୀନ ଭୋଟ୍ ଦେଲା ପରେ ବି ହାରି ଯାଇଥିଲେ ତାଙ୍କ ପ୍ରାର୍ଥୀ,ନିଜ ୱାର୍ଡରେ ନବୀନଙ୍କୁ ଚାଖିବାକୁ ପଡିଥିଲା ପରାଜୟର ସ୍ୱାଦ

ପରିଣତିକୁ ଭୃକ୍ଷେପ ନ କରି ବିପଦପୂର୍ଣ୍ଣ ଚକ୍ରବିହ୍ୱରେ ଲମ୍ଫ ପ୍ରଦାନ କରୁଥିବା ଅନଭିଜ୍ଞ ଅଭିମନ୍ୟୁ ନା ପରିଣତିର ନିର୍ଭୁଲ ଆକଳନ କରି ପାରୁଥିବା ସମର୍ଥ ସବ୍ୟସାଚୀ ଏ ପ୍ରକାରର ସଂଶୟକୁ ଢ଼େର୍ ଦୁର ଅତିକ୍ରମ କରି ସାରିଲେଣି ନବୀନ ପଟ୍ଟନାୟକ। ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟର ଶାସନ କ୍ଷମତା ହାତେଇ ସେ ସାଜିଛନ୍ତି ଅପରାଜେୟ ନେତା। ପରାଜୟର ସ୍ୱାଦ ଚାଖି ନ ଥିବା ନବୀନ ପଟ୍ଟନାୟକ କିନ୍ତୁ ନିଜ ୱାର୍ଡରେ ତାଙ୍କ ପ୍ରାର୍ଥିଙ୍କୁ ଜିତାଇ ପାରି ନଥିଲେ। ସବୁଠି ନବୀନ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦରେ ମଧ୍ୟ ମନ ଉଣା କରିଥିଲେ ମୁଖ୍ୟମନ୍ତ୍ରୀl ବିପୁଳ ଓ ବୃହତ୍ତ ବିଜୟ ସତ୍ୱେ କେଉଁଠି ନା କେଉଁଠି ମନରେ ନଥିଲା ସରାଗl ୨୦୧୩ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଏମିତି କିଛି ଘଟିଥଇଲା ଯାହା ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍ କଷ୍ଟ ଦେଇଥିଲା।

ନବୀନଙ୍କ ୱାର୍ଡରେ ବାଜି ମାରିଥିଲା କଂଗ୍ରେସ
ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ୬୭ ୱାର୍ଡରୁ ଏକାକି ୪୯ଟି ୱାର୍ଡ ହାତେଇଥିଲା ବିଜେଡିl ବିଜେପିକୁ ମିଳିଥିଲା ୪ ଓ କଂଗ୍ରସ ଭାଗରେ ପଡିଥିଲା ୨ଟି ଆସନl ୧୨ଟି ଆସନ ବିଜେଡିର ବିଦ୍ରୋହୀ ନେଇଯାଇଥିଲେl ବିପୁଳ ବୃହତ୍ତ ବିଜୟ ସତ୍ତ୍ୱେ ମଧ୍ୟ ପ୍ରସନ୍ନ ହୋଇ ପାରିନଥିଲେ ନବୀନl ନବୀନଙ୍କର ଜୟ ଜୟକାର ଧ୍ୱନିରେ ଉଛୁଳୁଥିବା ନବୀନ ନିବାସରୁ ସ୍ପଷ୍ଟ ବାରି ହେଉଥିଲା ନିଜ ୱାର୍ଡର ପରାଜୟର ଗନ୍ଧl ହାତ ହଲାଇ କର୍ମୀ ଓ ନେତାଙ୍କ ଅକ୍ଲାନ୍ତ ପରିଶ୍ରମ ସହ ଭୋଟରଙ୍କ ଦଳ ପ୍ରତି ଆସ୍ଥାକୁ ନେଇ କୃତଜ୍ଞତା ଜଣାଇଥିଲେ ମୁଖ୍ୟମନ୍ତ୍ରୀl କିନ୍ତୁ ମନରେ କେଉଁଠି ନା କେଉଁଠି ଖୁସି ନଥିଲା ବୋଲି ରାଜନୈତିକ ସମୀକ୍ଷକ ନିଜ ଦୃଷ୍ଟି ଭଙ୍ଗୀରେ ପ୍ରକାଶ କରିଥିଲେ। ନବୀନଙ୍କ ନିଜ ୱାର୍ଡ଼ କିନ୍ତୁ ଶଙ୍ଖ ହାତରୁ ଖସି କଂଗ୍ରେସ ଅକ୍ତିଆରକୁ ପଳାଇଥିଲାl
କାମ କଲାନି ଖୋଦ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର
ନିଜ ୱାର୍ଡରେ ଭୋଟ ଦେଇଥିଲେ ନବୀନ ତଥାପି ୫୨ନଂ ୱାର୍ଡରେ ବିଜେଡି ପରାଜୟର ମୁଁହ ଦେଖିଥିଲାl ବିଜେଡି ପ୍ରାର୍ଥୀଙ୍କ ପାଇଁ ମୈଦାନାକୁ ଓଲ୍ହାଇଥିଲେ ବହୁତ ହେବିୱେଟ ନେତାl ଖୋଦ ମୁଖ୍ୟମନ୍ତ୍ରୀଙ୍କ ସହ ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ ପ୍ରଚାର ମଧ୍ୟ କିଛି କାମ ଦେଇନଥିଲାl ଦଳର ସୁପ୍ରିମଙ୍କ ନିଜ ୱାର୍ଡ କଂଗ୍ରସ ଦଖଲରେ ରହିଥିଲାl ବିଜେଡି ପ୍ରାର୍ଥୀକୁ ହରାଇ କଂଗ୍ରେସର ଶ୍ରୀଧର ବେହେରା ଏଠାରୁ ବାଜିମାତ ମାରିଥିଲେ। ମାତ୍ର ଦୁଇଟି ଆସନରେ ହାମୁଡ଼େଇ ପଡିଥିଲା କଂଗ୍ରେସl ହେଲେ ୫୨ନଂ ୱାର୍ଡରେ ବିଜେଡିର ପରାଜୟ ଦଳପତିଙ୍କୁ ଅଡୁଆରେ ପକାଇଦେଇଥିଲାl ନିଜଘର ନବୀନ ନିବାସ ଆଖପାଖରେ ରହୁଥିବା ଜନତା କଣ ଶଙ୍ଖକୁ ଦୂରେଇ ଦେଲେ କି ଭାବି ଚିନ୍ତାମଗ୍ନରେ ଦଳ ପତି ଥିଲେ ବୋଲି ଚର୍ଚ୍ଚା ହୋଇଥିଲାl ପ୍ରତିଟି ନିର୍ବାଚନକୁ ଗୁରୁତର ସହ ନେଉଥିବା ନବୀଙ୍କ ମାଷ୍ଟର ଷ୍ଟ୍ରୋକ ଆଗରେ ବିରୋଧୀ ହୁଅନ୍ତୁ ଅବା ବିଦ୍ରୋହୀ ସମସ୍ତେ ଧରାଶାୟ l ହେଲେ ଘରପାଖ ସାହୀ ପଡିଶାଙ୍କ ଭୋଟ କଂଗ୍ରେସ ହାତକୁ ଚାଲିଯିବା ସହଜରେ ଗ୍ରହଣ କରିପାରିନଥିଲେ ସୁପ୍ରିମୋl ଜନlଦେଶକୁ ସମ୍ମାନ ଦେଇ ସେ ନିରବ ରହିଥିଲେl
Connect With Us