Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

କପିଳ-ଧୋନି ତ ବିଶ୍ୱବିଜୟୀ କରାଇଥିଲେ:ଟିମ୍ ଇଣ୍ଡିଆକୁ କଣ ଦେଲେ କୋହଲି?

By admin • July 13, 2019 • ସ୍ପୋର୍ଟସ୍

ଟିମ୍ ଇଣ୍ଡିଆର ବିଶ୍ୱକପ୍ ଆଶା ଧୂଳିସାତ ହୋଇଛି।୧୩୩କୋଟି ଭାରତୀୟଙ୍କ ସ୍ୱପ୍ନ ଚୁରମାର ହୋଇଗଲା।ନକ୍ ଆଉଟରୁ ଆଉଟ୍ ହୋଇଗଲା ମେନ୍ ଇନ୍ ବ୍ଲୁ। ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ମାତ୍ର ୧୮ରନରେ ହାରି କ୍ରିକେଟ ମହାକୁମ୍ଭରେ ଅଭିଯାନ ଶେଷ କଲା ଭାରତ।ଆଶା କରାଯାଉଥିଲା କପିଳ ଦେବ୧୯୮୩ରେ ଏବଂ ଧୋନିଙ୍କ ନେତୃତ୍ୱାଧିନ ୨୦୧୧ ବିଶ୍ୱବିଜୟ ଇତିହାସକୁ ଲର୍ଡସରେ ଦୋହରାଇବ ଟିମ୍ ଇଣ୍ଡିଆ।ଟ୍ରଫି ସିନା ମିଳିଲାନି,କିନ୍ତୁ ଇଂଲଣ୍ଡରୁ ଖାଲି ହାତରେ ଫେରିବ ନାହିଁ।ଭାରତ ନୁହେଁ ଟୁର୍ଣ୍ଣାମେଣ୍ଟର ଅଂଶଗ୍ରହଣକାରୀ ଟିମ୍ କେହି ବି ଖାଲି ହାତରେ ଫେରନ୍ତି ନାହିଁ।ଟିମ୍ ଇଣ୍ଡିଆକୁ ମ୍ୟାଚ୍ ‘ଫି’ ଦେଇଛି ଆଇସିସି।ଜାଣିଛନ୍ତି କେତେ ଟଙ୍କା ମିଳିଲା? ଗ୍ରୁପ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ।୯ଟି ମ୍ୟାଚରୁ କେବଳ ଗୋଟିଏ ଇଂଲଣ୍ଡ ଠାରୁ ହାରି ବାକି ୭ଟିରେ ବାଜିମାତ କରିଥିଲା।ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିଲା।ଆଇସିସି ନିର୍ଦ୍ଧାରଣ କରିଥିବା ନିୟମ ଅନୁସାରେ,ଚଳିତ ବିଶ୍ୱକପରେ ଗ୍ରୁପ ପର୍ଯ୍ୟାୟରେ ପ୍ରତି ମ୍ୟାଚରେ ବିଜୟ ଟିମକୁ ମିଳିବ ୨୮ଲକ୍ଷ ଲେଖାଏଁ ଟଙ୍କା।ଅର୍ଥାତ ୭ଟି ମ୍ୟାଚରେ ବିଜୟୀ ଟିମ୍ ଇଣ୍ଡିଆ ଆକାଉଣ୍ଟରେ ଆଇସିସି ଦେଇଛି ୧କୋଟି ୯୬ଲକ୍ଷ ଟଙ୍କା।ବର୍ଷା ଧୋଇ ଦେଇଥିବା ମ୍ୟାଚରେ ପଏଣ୍ଟ ଭାଗ ହେଲା ଭଳି ପାଉଣା ବି ବଣ୍ଟା ହୋଇଛି।ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ୧୪ଲକ୍ଷ ଟଙ୍କା ଲେଖାଏଁ ପାଇଛନ୍ତି।ତେଣୁ ଗ୍ରୁପ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆର ମୋଟ ଆୟ ହୋଇଛି ୨କୋଟି ୧୦ଲକ୍ଷ।ଏହାବାଦ ସେମିଫାଇନାଲ୍ ଖେଳୁଥିବା ଟିମକୁ ସାଢ଼େ ପାଞ୍ଚ କୋଟି ଟଙ୍କା ଦିଏ ଆଇସିସି। ଭାରତ ସେମିଫାଇନାଲରେ ହାରିଗଲା।କିନ୍ତୁ ପାଉଣା ପାଇବାକୁ ହକଦାର ହୋଇଛି।ଏହି ଟଙ୍କା ମିଶାଇଲେ ବିଶ୍ୱକପରେ ଭାରତ ଖାତାରେ ଡିପୋଜିଟ୍ ହେବ ୭କୋଟି ୬୦ଲକ୍ଷ ଟଙ୍କା। ଆଇସିସି ନିୟମ ଅନୁସାରେ, ବିଶ୍ୱକପ୍ ଚାମ୍ପିଅନ୍ ଟିମକୁ (ଗ୍ରୁପ୍ ଓ ସେମି ଫାଇନାଲ ମ୍ୟାଚକୁ ଛାଡ଼ି) ଅଧିକ ୨୮କୋଟି ଟଙ୍କା ପୁରସ୍କାର ଆକାରରେ ମିଳେ। ରନର୍ସ ଅପ୍ ଦଳ ପାଇବ ୧୪କୋଟି ଟଙ୍କା।ଆଇସିସି ବିଶ୍ୱକପରେ ଭାଗ ନେଇଥିବା ଟିମକୁ ପାଉଣା ବାବଦରେ ପାଖାପାଖି ୭୦କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରିଛି। 

Cricket World Cup 2019India Cricket Team
Tweet
0
ଟଙ୍କା ଚିନ୍ତା:ମନ୍ତ୍ରୀଙ୍କୁ CMଙ୍କ ନିର୍ଦ୍ଦେଶ,ଅଚାନକ ଗସ୍ତ କରି ଲୋକଙ୍କ ସହ କଥା ହୁଅ
କାହାକୁ ଡରୁଛନ୍ତି କ୍ୟାପଟେନ୍ କୋହଲି..

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.