Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

By admin • October 30, 2019 • ସ୍ପୋର୍ଟସ୍

 ୭ ବର୍ଷ ପୂର୍ବରୁ, ୩୦ ଅକ୍ଟୋବର ୨୦୧୨ରେ ଇଣ୍ଟର ନ୍ୟାସନାଲ କ୍ରିକେଟ କାଉନସିଲ (ICC)  ଡେ-ନାଇଟ ଟେଷ୍ଟ ମ୍ୟାଚକୁ ଗ୍ରୀନ ସିଗନାଲ୍ ଦେଇଥିଲା।ଆଉ ଆଗାମୀ ନଭେମ୍ବର ୨୨ରେ ଫ୍ଲଡ ଲାଇଟରେ,ରଙ୍ଗିନ ବଲରେ ଟିମ୍ ଇଣ୍ଡିଆ କ୍ରିକେଟ ମ୍ୟାଚ ଖେଳିବାକୁ ପ୍ରସ୍ଥୁତ ହେଉଛି। କୋଲକତାର ଇଡେନ ଗାର୍ଡେନରେ ବାଲାଂଦେଶ ବିପକ୍ଷରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ,ଫ୍ଲଡ୍ ଲାଇଟରେ ଖେଳାଯିବ।
ଭାରତୀୟ କ୍ରିକେଟକୁ ନୂଆ ଦିଶା ଦେଇଥିବା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି,ସବୁବେଳେ ଡେ-ନାଇଟ ଟେଷ୍ଟ ମ୍ୟାଚ ସପକ୍ଷରେ ଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସଭାପତି ଦାୟିତ୍ୱ ନେବା ପରେ ଦାଦା ଗାଙ୍ଗୁଲି,ବାଲାଂଦେଶ କ୍ରିକେଟ ବୋର୍ଡକୁ ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବାକୁ ରାଜି କରାଇଛନ୍ତି। ଏନେଇ ଗତ ମଙ୍ଗଳବାର (୨୯.୧୦.୧୯)ରେ BCB ସଭାପତି ନଜମୁଲ ହସନ ସହ ଆଲୋଚନା କରିଛନ୍ତି ଗାଙ୍ଗୁଲି। ବାଲାଂଦେଶ ବି ରାଜି, ଏବେ ଜୋରଦାର ପ୍ରସ୍ଥୁତି ଚାଲିଛି ଡେ-ନାଇଟ୍ ଟେଷ୍ଟ ମ୍ୟାଚ ପାଇଁ।

ଡେ-ନାଇଟ ଟେଷ୍ଟର କିଛି ଅଜଣା କଥା
ଏବେ ସୁଦ୍ଧା ୨ ହଜାରରୁ ଅଧିକ ଟେଷ୍ଟ ମ୍ୟାଚ ଖେଳାଯାଇଛି,କିନ୍ତୁ ମାତ୍ର ୧୫ଟି ଡେ-ନାଇଟ ଟେଷ୍ଟ ମ୍ୟାଚ ଖେଳା ହୋଇଛି।ପ୍ରଥମ ଡେ-ନାଇଟ ଟେଷ୍ଟ ମ୍ୟାଚ ୨୦୧୫ରେ ନ୍ୱିଜଲାଣ୍ଡ ଓ ଅଷ୍ଟେଲିଆ ମଧ୍ୟରେ ହୋଇଥିଲା। ଭାରତ,ବାଙ୍ଗଲାଦେଶ,ଆଫଗାନିସ୍ଥାନ ଓ ଆର‌୍ୟାଲାଣ୍ଡ ଭଳି ଟିମ ଏପର‌୍ୟନ୍ତ ଡେ-ନାଇଟ ଟେଷ୍ଟ ମ୍ୟାଚ ଖେଳିବାର ସୁଯୋଗ ପାଇନାହାନ୍ତି। କିନ୍ତୁ ଦାଦା ସଭାପତି ହେବା ପରେ ଟିମ୍ ଇଣ୍ଡିଆର ଡେ-ନାଇଟ୍ ଟେଷ୍ଟ ମ୍ୟାଚ ଖେଳିବା ସ୍ୱପ୍ନ ପୂରଣ ହେବ।
ରଙ୍ଗିନ ବଲ
ପାରମ୍ପାରିକ ଟେଷ୍ଟ ମ୍ୟାଚରେ ଲାଲ ବଲରେ ଖେଳା ଯାଏ। କିନ୍ତୁ ଡେ-ନାଇଟ ଟେଷ୍ଟରେ ପିଙ୍କ୍ ବଲ ବ୍ୟବହାର କରାଯାଏ। ରାତିରେ ଖେଳାଳିଙ୍କ ଆଖିକୁ ବଲ ଭଲ ଭାବରେ ଦେଖାଯିବା ପାଇଁ କଲର ବଲରେ ଖେଳାଯାଏ।

କେତେ ଓଭରର ମ୍ୟାଚ
ଦିନର ଟେଷ୍ଟ ମ୍ୟାଚରେ ଯେଭଳି ୬ ଘଣ୍ଟାରେ ୯୦ ଓଭର ମ୍ୟାଚ ଖେଳାଯାଏ। ସେହିଭଳି ଭାବେ ଡେ-ନାଇଟ୍ ଟେଷ୍ଟରେ ବି ପ୍ରତ୍ୟେକ ଦିନ ୯୦ ଓଭର ଏବଂ ୬ ଘଣ୍ଟାର ସମୟ ନିର୍ଦ୍ଧାରଣ ହୋଇଛି।
ଲଞ୍ଚ ଆଗରୁ ଟି-ବ୍ରେକ
ଟେଷ୍ଟ ମ୍ୟାଚରେ ପ୍ରଥମ ୪୦ ମିନିଟରେ ଲଞ୍ଚ ବ୍ରେକ ହୁଏ। କିନ୍ତୁ ଡେ-ନାଇଟ ଲଞ୍ଚ ବ୍ରେକ ସମ୍ପୁର୍ଣ୍ଣ ଅଲଗା। ଡେ-ନାଇଟ ମ୍ୟାଚରେ ପ୍ରଥମ ୨୦ମିନିଟ ପରେ ଟି-ବ୍ରେକ ହୁଏ। ଚା-ପାନ ବିରିତ ପରେ ଖେଳ ହୋଇ ପୁଣି ୪୦ ମିନଟ ପରେ ସୁପର ଇଣ୍ଟରଭାଲ ହୋଇଥାଏ। ଆଉ ସନ୍ଧ୍ୟାରେ ଖେଳାଳିଙ୍କୁ ଅଳ୍ପ ଖାଇବାକୁ ଦିଆଯାଇ ଥାଏ।
ଏହି ଷ୍ଟୋରିକୁ ଲେଖିଛନ୍ତି – ଦେବେନ୍ଦ୍ର ନାୟକ

Bartaman OdishaBCCIICCIndia VS Bangladesh Cricket MatchSourav Ganguly
Tweet
0
ମହାରାଷ୍ଟ୍ରରେ କିଏ କରିବ ସରକାର? ଶିବସେନାର BJPକୁ ତାତ୍ସଲ୍ୟ-‘ଇତନା ସନାଟ୍ଟା କ୍ୟୁୟୁଁ ହେ ଭାଇ’
କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ଓଡ଼ିଶାର ଗର୍ବ-ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ:ମିଳିବ ଅର୍ଜୁନ ସମ୍ମାନ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.