biju patnaik

ଆଜି ହେଉଛି ଆଧୁନିକ ଓଡିଶାର ବିଶ୍ୱକର୍ମା ତଥା ପ୍ରଗତିଶୀଳ ଓଡିଶାର ଭିତ୍ତି ନିର୍ମାତାଙ୍କ ଜନ୍ମ ଜୟନ୍ତୀ। ସେ ଏକାଧାରରେ ରାଜନୈତୀକ ଭାଗ୍ୟ ନିୟନ୍ତା,ଜାତୀୟତା ମନ୍ତ୍ରର ଉଦ୍‌ଗାତା,ଦୁଃସାହସିକ ବୈମାନୀକ,ଲୋକପ୍ରିୟ ଜନନାୟକ,ଶାସନର ସୁତ୍ରଧର ଓ ଗର୍ବ ଉତ୍କଳର। ରାଜ୍ୟର ରାଜରାସ୍ତା ଡେଇଁ,ଦେଶର ସୀମା ଅତିକ୍ରମ କରି ବିଦେଶରୁ ମଧ୍ୟ ଶୁଭେ ତାଙ୍କ ବୀରତ୍ତ୍ୱର ଲୋମଟାଙ୍କୁରା କାହାଣୀ। ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୟାନନ୍ଦ ପଟ୍ଟନାୟକ ନିଜେ ଏକ କ୍ୱୀମ୍ପଦନ୍ତୀ। ତାଙ୍କ ଜୀବନରେ ଏମିତି ଅନେକ କିଛଇ ଘଟଣା ଘଟିଛି ଯାହା ତାଙ୍କୁ ସ୍ମରଣୀୟ କରିବାରେ ବିଶେଷ ଭୁମିକା ବହନ କରିଛି। ଓଡିଶାର ସୀମା ସରହଦ୍ ଡେଇଁ ଇଣ୍ଡୋନୋସିଆରେ ମଧ୍ୟ ବେଶ୍ ପ୍ରସିଦ୍ଧ ବିଜୁବାବୁ। ଆସନ୍ତୁ ଜାଣିବା କେମିତି ଉତ୍କଳର ବରପୁତ୍ରରୁ ଭୁମିପୁତ୍ର ସାଜିଥିଲେ ଓଡିଶାର ମହାନାୟକ ବିଜୁ ପଟ୍ଟନାୟକ।

ବିଜୁବାବୁଙ୍କ ଟର୍ଣ୍ଣିଂ ପଏଣ୍ଟ
୧୯୪୭ ମସିହା ଜୁଲାଇ ୨୧ତାରିଖ, ଯାହା ଥିଲା  ବିଜୁବାବୁଙ୍କ ଜୀବନରେ ଏକ ଟର୍ଣ୍ଣିଂ ପଏଣ୍ଟ। ଦୁଃସାହସିକ ପଦକ୍ଷେପ ପାଇଁ ଚର୍ଚ୍ଚିତ ବିଜୟାନନ୍ଦ ସେଦିନ ରଚିଥିଲେ  ଏକ ଅଭୁଲା ଇତିହାସ। ସେ ସମୟରେ ଇଣ୍ଡୋନୋସିଆକୁ  କବଜାକୁ ନେବାକୁ ବଡ଼ ଧରଣର ଯୋଜନା କରିଥିଲା   ନେଦରଲ୍ୟାଣ୍ଡ। ଇଣ୍ଡୋନୋସିଆର ରାଷ୍ଟ୍ରପତି  ଡ. ସୁକର୍ଣ୍ଣ  ଡଚଙ୍କ କବଳରୁ ମୁକ୍ତି ପାଇଁ ସାଜିଥିବା ଆନ୍ଦୋଳନର ନେତୃତ୍ୱ ନେଉଥାଆନ୍ତି  ଓ ଇଣ୍ଡୋନୋସିଆର ସ୍ୱାଧିନତା ସଂଗ୍ରାମକୁ ଭାରତ ସମର୍ଥନ ଦେଉଥାଏ ।ସୁକର୍ଣ୍ଣଙ୍କ ପରାମର୍ଶ କ୍ରମେ ପ୍ରଧାନମନ୍ତ୍ରୀ  ଡ. ସାହାରିଆ ଓ  ଉପରାଷ୍ଟ୍ରପତି ମହମ୍ମଦ୍  ହଟ୍ଟା ଜବାହରଙ୍କୁ ସାହାଯ୍ୟ ମାଗିଥିଲେ। ମାତ୍ର ୨୧ ବର୍ଷ ବୟସରେ ଦକ୍ଷ ପାଇଲଟ ଭାବେ ସୁଖ୍ୟାତି ଅର୍ଜନ କରିଥିଲେ ବିଜୁବାବୁ।ଜବାହର ସେତେବେଳେ ବିଜୁଙ୍କୁ ସ୍ମରଣ ମାତ୍ରକେ ଏକ ନୁଆ ମୋଡ ନେଇଥିଲା ‘ଡାକୋଟା’।ସାଥିରେ ପତ୍ନୀଙ୍କୁ ଧରି ଜାକର୍ତ୍ତା ଅଭିମୁଖେ ବାହାରିଥିଲେ ବିଜୁବାବୁ।ସେତେବେଳେ  ଇଣ୍ଡୋନୋସିଆର ଜଳ,ସ୍ଥଳ ବାହିନି ଡଚ୍ ଅଧୀନରେ ଥାଏ।ପ୍ରତି ପାଦରେ ଭରିରହିଥିଲା  ବିପଦ। ଏପରିକି ବିମାନର ଇନ୍ଧନ ମଧ୍ୟ ସରିଯାଇଥିଲା, ତଥାପି ନା ଅଟକିଥିଲେ ବିଜୁ ନା ଅଟକିଥିଲା‘ଡାକୋଟା’। ଇଣ୍ଡୋନୋସିଆର ଏକ ଅସ୍ଥାୟୀ ଏରୋଡ୍ରମରେ  ଓହ୍ଲାଇ ଇନ୍ଧନ ସଂଗ୍ରହ କରି ଆଗେଇଥିଲେ ବିଜୁ।
ବିଦେଶ ମାଟିରେ ବିଜୁ ଦେଇଥିଲେ ମହାନତାର ପରିଚୟ
ବିଜୁଙ୍କ ଡିକ୍ସିନାରୀରେ ଡର ଶବ୍ଦର ସ୍ଥାନ ନଥିଲା ।ବିଚକ୍ଷଣ ବୁଦ୍ଧି, ଅମାପ ସାହସ ଓ ଅସମ୍ଭବ ବିମାନ ଚାଳନା ଦ୍ୱାରା ସେମାନଙ୍କୁ ରକ୍ଷା କରି ଦୀଲ୍ଲି ଇଡାଇ ଆଣିଥିଲେ ବିଜୁବାବୁ । ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ  ଇଣ୍ଡୋନୋସିଆ ବାସୀ ।ଉପହାରରେ ତୈଳକମ୍ପାନୀ ପାଇଁ ରିହାତି,ଶିଳ୍ପ ପ୍ରତିଷ୍ଠା ପାଇଁ ସୁଯୋଗ ସହ ୫୦୦୦ ବର୍ଗମାଇଲ୍ ପରିମିତ ସହ କୋଟିକୋଟି ଟଙ୍କାର ଉପହାର ବି ମିଳିଥିଲା।ମାତ୍ର ବିଜୁ ଦମ୍ପତ୍ତି  ଇଣ୍ଡୋନୋସିଆର ସ୍ୱାର୍ଥପାଇଁ ଏହାକୁ ଜନସାଧାରଣଙ୍କ  ଉଦ୍ଧେଶ୍ୟରେ ସମର୍ପିତ କରିଥିଲେ। ବିଜୁବାବୁଙ୍କୁ ତାଙ୍କ ସାହସୀକତା ପାଇଁ ଭୂମିପୁତ୍ର ଉପାଧି ମିଳିବା ସହ ଇଣ୍ଡୋନୋସୀଆରେ ଏକ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷିତ କରିବାରେ ସେ ସମର୍ଥ ହୋଇଛନ୍ତି।

ଇଣ୍ଡୋନୋସିଆ ଦୂତାବାସରେ ବିଜୁରୁମ୍
ସେଦିନର ସେ ସାହସୀକତା ମହିମାମୟ ବ୍ୟକ୍ତିଙ୍କ ମହାଅଧ୍ୟାୟରେ ରଚିଥିଲା ଆଉ ଏକ ମହାନ ଅଧ୍ୟାୟର ଫର୍ଦ୍ଦ ,ଗୁନ୍ଥିଦେଇଥିଲା ଗାରିମାମୟ ଅଧ୍ୟାୟର ଗୁଞ୍ଜରଣ, ମାନସପୁତ୍ର ସାଜି ତାଙ୍କୁ ସଜେଇ ଦେଇଥିଲା  ଇଣ୍ଡୋନୋସିଆର ଭୁମିପୁତ୍ର, ଯାହାକୁ କେବେ ଭୁଲିନାହାନ୍ତି ଇଣ୍ଡୋନୋସିଆ ବାସୀ। କେବଳ ଓଡ଼ିଶା ନୁହେଁ ତ ବରଂ ସମଗ୍ର  ଭାର ତ ଇତିହାସରେ ଯୋଡିହୋଇଯାଇଛି ଗୌରବମୟ ବ୍ୟକ୍ତିତ୍ୱର ଆଉ ଏକ ଗାରୀମାମୟ ଅଧ୍ୟାୟ।ଇଣ୍ଡୋନୋସିଆ ମାଟିରେ ସେ ମହାନାୟକର ମୁକୁଟ ପିନ୍ଧି ସାଜିଛନ୍ତି ଉତ୍କଳର ବରପୁତ୍ରରୁ  ଇଣ୍ଡୋନୋସିଆର ଭୂମିପୁତ୍ର ।ଇଣ୍ଡୋନୋସିଆର ସ୍ୱାଧିନତା ସଂଗ୍ରାମରେ ବିଜୁଙ୍କ ଅବଦାନ ପାଇଁ  ଗତବର୍ଷ  ଇଣ୍ଡୋନୋସିଆ ଦୂତାବାସରେ ବିଜୁରୁମ୍ ନାମରେ ଏକ କୋଠରୀ ସଂରକ୍ଷଣ ହୋଇ ରହିଛି ।ଏହି  ରୁମରେ ବିଜୁଙ୍କ ଫଟୋଗ୍ରାଫି ସହ ତାଙ୍କ ସାହସୀକତାର କାହାଣୀ ଉଲ୍ଲେଖ ହୋଇ ରହିଛି।