Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ହେମାଙ୍କ ପାଇଁ ଇସଲାମ୍‌ କବୁଲ୍‌ କଲେ ଧମେର୍ନ୍ଦ୍ର:ବ୍ୟାଚଲର ରହିଗଲେ ସଞ୍ଜୀବ କୁମାର

By admin • January 7, 2019 • ଫିଲ୍ମ

ଡ୍ରିମଗର୍ଲ ହେମାମାଳିନୀ,ଆଜି ବି ଝଟକୁଛନ୍ତି।ଯେତେବେଳେ ସିଲଭର ସ୍କ୍ରିନକୁ ଆସିଥିଲେ,ଲାଗୁଥିଲା ଜଣେ ପରୀ ମର୍ତ୍ତ୍ୟମଣ୍ଡଳକୁ ଓହ୍ଲାଇ ଆସିଛନ୍ତି।ହେମାଙ୍କ ଚମକରେ ତାଙ୍କ ସମସାମୟିକ ଅନେକ ଅଭିନେତା ଦିଓ୍ଵାନା ହୋଇଥିଲେ।ହେମାଙ୍କ ରୂପ ଲାବଣ୍ୟରେ ନିଜକୁ ହଜେଇ ଦେଇଥିଲେ ବିବାହିତ ଧମେର୍ନ୍ଦ୍ର। ସେଥିପାଇଁ ଇସଲାମ୍ ବି କବୁଲ୍ କରିଥିଲେ।ସେପଟେ ଡ୍ରିମଗର୍ଲଙ୍କୁ ଦିଲ୍ ଦେଇ ବାହା ନହୋଇ ରହିଗଲେ ସଞ୍ଜୀବ କୁମାର।ଜିତେନ୍ଦ୍ର,ରାଜକପୁରଙ୍କ ଭଳି ସେଲିବ୍ରିଟି ବି ହେମାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଥିଲେ।
ଇସଲାମ୍‌ କବୁଲ୍‌ କରିଥିଲେ ଧମେର୍ନ୍ଦ୍ର
Hema-Dharmendra
ଧମେର୍ନ୍ଦ୍ରଙ୍କ ଲଭ୍‌ ଅନ୍ଦାଜ ହେମାଙ୍କୁ ଭାରି ପସନ୍ଦ ଆସିଥିଲା।ସେ ବି ଧିରେ ଧିରେ ଢ଼ଳି ଥିଲେ ଧମେର୍ନ୍ଦ୍ରଙ୍କ ଆଡକୁ।ବିବାହିତ ଧମେର୍ନ୍ଦ୍ର,ବୟସରେ ହେମାଙ୍କ ଠାରୁ ଢ଼େର ବଡ଼।ଧମେର୍ନ୍ଦ୍ରଙ୍କ ସହ ସମ୍ପର୍କକୁ ନେଇ ନାଖୁସ୍‌ ଥିଲେ ହେମାଙ୍କ ପରିବାର ଲୋକ।କିନ୍ତୁ ହାର ମାନି ନଥିଲେ ହି ମ୍ୟାନ୍‌।ହେମାଙ୍କୁ ପାଇବା ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଧମେର୍ନ୍ଦ୍ର। ତାମିଲନାଡୁର ହେମା ନିଜର ନାଁ ଆୟସା ବି.ଆର.ଚକ୍ରବର୍ତ୍ତି ଏବଂ ଧର୍ମେନ୍ଦ୍ରଙ୍କ ନାଁ ଦିଲାଓ୍ୱାର ଖାନ କୈଓ୍ୱଲ କ୍ରିଷ୍ଣା ଭାବେ ଦେଖାଇ ଇସଲାମ୍ କବୁଲ କରିଥିଲେ। 21ଅଗଷ୍ଟ 1979ରେ ଇସଲାମ୍‌ ରୀତିରେ ଲୁଚାଛପାରେ ନିକାହା କରିଥିଲେ ଧମେର୍ନ୍ଦ୍ର-ହେମା।ହେମାଙ୍କୁ ପାଇବାରେ ଧମେର୍ନ୍ଦ୍ର ସଫଳ ହେଲେ ସତ,କିନ୍ତୁ ତାଙ୍କ ପିଲାମାନେ ହେମାଙ୍କୁ ସ୍ୱୀକାର କରିନଥିଲେ।
ଦିଲ୍‌ ଦିଓ୍ଵାନୀ ହେମା
Hema-Jitendra
ସୁନ୍ଦରୀ ହେମାଙ୍କୁ ପାଇବା ପାଇଁ ମାୟାନଗରୀର ଅନେକ ସେଲିବ୍ରିଟି ପାଗଳ ହୋଇଥିଲେ। ସଞ୍ଜୀବ କୁମାର,ଜିତେନ୍ଦ୍ରଙ୍କ ଭଳି ଅଭିନେତା,ହେମାଙ୍କୁ ନିଜ ଦିଲ୍‌ କି ରାଣୀ କରିବାକୁ ଚାହିଁଥିଲେ।କୁହାଯାଏ ଶୋଭାଙ୍କ ସହ ରୋମାନ୍ସ କରୁଥିବା ଜିତେନ୍ଦ୍ରଙ୍କୁ,ହେମାଙ୍କ ସୌନ୍ଦର୍ଯ୍ୟ ପାଗଳ କରିଥିଲା।ଏପରିକି ତାଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିଲେ ଜିତେନ୍ଦ୍ର।କିନ୍ତୁ ସେତେବେଳେ ଧମେର୍ନ୍ଦ୍ରଙ୍କ ସହ ହେମାଙ୍କ ଆଫେୟାର୍ସ ଚାଲିଥିଲା।ଜିତେନ୍ଦ୍ରଙ୍କ ଦିଲରୁ ହେମାଙ୍କୁ ଆଉଟ୍‌ କରିବା ପାଇଁ ପ୍ଲାନ୍‌ କରିଥିଲେ ଧମେର୍ନ୍ଦ୍ର।ହେମା ଧର୍ମେନ୍ଦ୍ରଙ୍କୁ ବିବାହ କରି ଜିତେନ୍ଦ୍ରଙ୍କ ଦିଲ୍ ଭାଙ୍ଗି ଦେଇଥିଲେ।
ଅବିବାହିତ ରହିଗଲେ ସଞ୍ଜୀବ କୁମାରHema-Sanjeebହେମାଙ୍କ ପାଇଁ ସଞ୍ଜୀବ କୁମାରଙ୍କ ହାର୍ଟ ବିଟ୍‌ ବି ବଢ଼ିଥିଲା।ଆଜି ସେ ନାହାନ୍ତି,କିନ୍ତୁ ଡିର୍ମଗର୍ଲଙ୍କ ପ୍ରେମରେ ନିଜକୁ ହଜେଇ ଦେଇଥିଲେ ସଞ୍ଜୀବ କୁମାର।ହେମାଙ୍କୁ ପ୍ରୋପଜ୍ ବି କରିଥିଲେ।କିନ୍ତୁ ହେମାଙ୍କ ମା’ ପ୍ରସ୍ତାବକୁ ନା କରିବା ପରେ ସଞ୍ଜୀବ କୁମାର ଆଉ ବାହା ହେଲେନାହିଁ।ସେହିପରି ସୋଲେ ଫିଲ୍ମରେ ସଞ୍ଜୀବ କୁମାରଙ୍କୁ ଆଉଟ୍ କରିବାକୁ ଧର୍ମେନ୍ଦ୍ର’ବୀରୁ’କ୍ୟାରେକ୍ଟର ହାତେଇଥିଲେ।କାରଣ ସେହି ଫିଲ୍ମରେ ବାସନ୍ତୀ ହୋଇଥିଲେ ହେମାମାଳିନୀ।ତେଣୁ ଧର୍ମେନ୍ଦ୍ର’ଠାକୁର ସାହେବ’କ୍ୟାରେକ୍ଟର ଛାଡ଼ି ବୀରୁ ଭୂମିକାରେ ନଜର ଆସିଥିଲେ।Hema-Malini-Dharmendraହେମା-ଧମେର୍ନ୍ଦ୍ରଙ୍କ ଲଭଷ୍ଟୋରୀ ଫିଲ୍ମରେ ବି ଦେଖିବାକୁ ମିଳୁଥିଲା।ସିଲଭର ସ୍କ୍ରିନରେ ଧମେର୍ନ୍ଦ୍ରଙ୍କ ସହ ହେମାଙ୍କ କେମିଷ୍ଟ୍ରି ଜମିଥିଲା।ଦୁହିଁଙ୍କ ଯୋଡ଼ିକୁ ବେଶ ପସନ୍ଦ କରୁଥିଲେ ଦର୍ଶକ।ଦୁହେଁ ୨୭ଟି ଫିଲ୍ମରେ କାମ କରିଥିବା ବେଳେ ୧୬ଟି ସୁପରହିଟ୍‌ ହୋଇଥିଲା।

DHARMENDRAHEMA MALINIJITENDRA KAPOORSANJEEB KAPOOR
Tweet
0
ଅଷ୍ଟ୍ରେଲିଆରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ, ୭୨ ବର୍ଷ ପରେ ପ୍ରଥମ ଥର ଟେଷ୍ଟ ସିରିଜ ବିଜୟୀ
CMଙ୍କ ଓ୍ୱମେନ୍ ପଲିଟିକ୍ସ ଉପରେ PMଙ୍କ ଉଚ୍ଚବର୍ଗ ସଂରକ୍ଷଣ ଭାରି ପଡ଼ିଲା!

About the Author

admin

You Might Also Like

  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

  • ନୂଆ ବର୍ଷରେ ଭୂତ ଆସିବ! ଟ୍ୱିଣ୍ଟି-20ର ପ୍ରଥମ ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ’

  • ରାନୁଙ୍କ ସହ ଧୋକା !

  • ବଙ୍ଗାଳୀ ତଡ଼କା ସହ ଫେରିଲା ରଙ୍ଗବତୀ,ସୋସିଆଲ ମିଡିଆରେ ଧମାକା

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.