ରାକେଶ ରୋଶନଙ୍କଠାରୁ ସୋନାଲି ବେନ୍ଦ୍ରେ, କ୍ୟାନସର କବଳରେ ବି-ଟାଉନ୍ ସେଲିବ୍ରିଟି

ସତେ ଯେମିତି ବଲିଉଡରେ ଲାଗିଛି କାହା ନଜର। ଜଣଙ୍କ ପରେ ଜଣେ ସେଲିବ୍ରିଟି ଖତରନାକ କ୍ୟାନସର ରୋଗରେ ପୀଡ଼ିତ ହେଉଛନ୍ତି। ଇର୍ଫାନ୍ ଖାନ୍, ସୋନାଲି ବେନ୍ଦ୍ରେଙ୍କ ପରେ ରାକେଶ ରୋଶନ କ୍ୟାନସର କବଜାରେ। ରାକେଶ ରୋଶନ ଏବେ ଚିକିତ୍ସାଧୀନ ଅଛନ୍ତି। ଏହା ପ୍ରଥମ ଘଟଣା ନୁହେଁ, ମାରାତ୍ମକ କ୍ୟାନସର ଆମର ପ୍ରିୟ ସେଲିବ୍ରିଟିକୁ ନିଜ ହାତମୁଠାକୁ ନେଇଛି। କ୍ୟାନସର ସହ ଲଢ଼େଇ ଅନେକ ଜିତିଛନ୍ତି। କେହି କେହି ଜୀବନଯୁଦ୍ଧରେ ହାରି ବି ଯାଇଛନ୍ତି।
ରାକେଶ ରୋଶନ
କ୍ୟାନସର କବଳରେ ଅଭିନେତା-ପ୍ରଯୋଜକ ରାକେଶ ରୋଶନ। ତାଙ୍କୁ Squamous Cell Carcinomaର ପ୍ରାଥମିକ ଷ୍ଟେଜ। ଏହା ଏକ ପ୍ରକାର ସ୍କିନ କ୍ୟାନସର। ଯାହା ତାଙ୍କ ଗଳାକୁ ପ୍ରଭାବିତ କରୁଛି। ରାକେଶ ରୋଶନଙ୍କର ଚିକିତ୍ସା ଚାଲିଛି। ପୁଅ ହ୍ରିତିକ ସୋସିଆଲି ମିଡିଆରେ ସ୍ପଷ୍ଟ କରିବା ପରେ ରାକେଶଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛନ୍ତି ଫ୍ୟାନ୍। ପୂର୍ବରୁ ହ୍ରିତିକଙ୍କ ଭଉଣୀ ସୁନୈନା ରୋଶନଙ୍କୁ ବି କ୍ୟାନସର ହୋଇଥିଲା। ସେ ଏବେ ଭଲ ଅଛନ୍ତି।
https://www.instagram.com/p/BsW-YxsnUtI/?utm_source=ig_web_button_share_sheet
ସୋନାଲି ବେନ୍ଦ୍ରେ

କ୍ୟାନସର ଅଭିନେତ୍ରୀ ସୋନାଲିଙ୍କୁ କବଳିତ କରିଥିଲା। ହାଇଗ୍ରେଡ୍ କ୍ୟାନସର ହୋଇଥିଲା ତାଙ୍କୁ। ଚିକିତ୍ସା ପାଇଁ ଯାଇଥିଲେ ନ୍ୟୁୟର୍କ। ବହୁ ମାସ ଧରି ଚିକିତ୍ସା ପରେ ସୁସ୍ଥ ହୋଇ ଭାରତ ଫେରିଛନ୍ତି ସୋନାଲି। ହସ୍ପିଟାଲ ବେଡରେ କ୍ୟାନସର ସହ ଲଢ଼େଇ ବେଳେ ସୋନାଲିଙ୍କ ଆବେଗଭରା ସୋସିଆଲ୍ ମିଡିଆ ପୋଷ୍ଟ ନିଜ ଦର୍ଶକଙ୍କୁ ବେଶେ ଭାବବିହ୍ୱଳ କରୁଥିଲା। ସମସ୍ତେ ତାଙ୍କର ଆରୋଗ୍ୟ କାମନା କରୁଥିଲେ।

ଭର୍ସାଟାଇଲ୍ ଅଭିନେତା ଇର୍ଫାନ ଖାନ। ୨୦୧୮ ଫେବ୍ରୁଆରୀ ମାସରେ ସୋସିଆଲ୍ ମିଡିଆରେ ଫ୍ୟାନମାନଙ୍କୁ ଜଣାଇଥିଲେ କୌଣସି ମାରାତ୍ମକ ରୋଗର ଶିକାର ହୋଇଛନ୍ତି। କିଛି ଦିନ ପରେ ଜଣାଇଥିଲେ ତାଙ୍କୁ ନ୍ୟୁରୋ ଏଣ୍ଡ୍ରୋକ୍ରାଇନ୍ ଟ୍ୟୁମର ହୋଇଛି। ଏବେ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି ଇର୍ଫାନ।

ସଞ୍ଜୟ ଦତ୍ତଙ୍କ ମାଆ ତଥା ମଦର ଇଣ୍ଡିଆ ଷ୍ଟାର ନର୍ଗିସ, କ୍ୟାନସର ଆଗରେ ହାର ମାନିଥିଲେ । ଯାହାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ପାନକ୍ରାଏଜ କ୍ୟାନସରରେ ପୀଡ଼ିତ ଥଲେ ନର୍ଗିସ। ଚିକିତ୍ସା ପାଇଁ ନ୍ୟୁୟର୍କ ବି ଯାଇଥିଲେ। ଠିକ୍ ହୋଇ ଭାରତ ଫେରିବା ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ୧୧୯୮୧, ମେ ୩ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ନର୍ଗିସ।

ସଞ୍ଜୟ ଦତ୍ତଙ୍କ ବୋୟପିକ୍ ସଞ୍ଜୁରେ ନର୍ଗିସଙ୍କ କ୍ୟାରେକ୍ଟର ପ୍ଲେ କରିଛନ୍ତି ନେପାଳୀ ବିୟୁଟି ମନୀଷ କୋଇରାଲା। ଏହା ଏକ ସଂଯୋଗ, ନର୍ଗିସଙ୍କ ଭଳି ମନୀଷା ବି ଜଣେ କ୍ୟାନସର ରୋଗୀ। ୨୦୧୨ରେ ଓବେରିୟନ୍ କ୍ୟାସନରରେ ସେ ପୀଡ଼ିତ ଥଲେ। ରୋଗ ଜଣା ପଡ଼ିବା ପରେ ଚିକିତ୍ସା ପାଇଁ ନ୍ୟୁୟର୍କ ଯାଇଥିଲେ ମନୀଷା। ସଫଳ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ଫେରିଥିଲେ। ୨୦୧୩ରେ ସମ୍ପୂର୍ଣ୍ଣ ଭାବରେ କ୍ୟାନସର ମୁକ୍ତ ହୋଇଥିଲେ ମନୀଷା କୋଇରାଲା।

‘ଲାଇଭ ଇନ ଏ ମେଟ୍ରୋ’, ‘ଗ୍ୟାଙ୍ଗଷ୍ଟର’, ‘ମର୍ଡର’, ‘ବର୍ଫି’ ଭଳି ସିନେମାର ନିର୍ଦ୍ଦେଶକ ଅନୁରାଗ ବସୁ ବି କ୍ୟାନସର ସହ ଲଢ଼ି ସଫଳ ହୋଇଛନ୍ତି। ତାଙ୍କୁ ହୋଇତିଲା ମାରାତ୍ମକ ବ୍ଲଡ କ୍ୟାନସର। ୨୦୦୪ରେ ଫିଲ୍ମ ‘ତୁମସା ନେହି ଦେଖା’ର ସୁଟିଂ ବେଳେ ରୋଗ ଜଣା ପଡ଼ିଥିଲା। ଅଧା ଅଧାରେ ଅଟକିଥିଲା ଜୀଇଁବା ମରିବା। କିନ୍ତୁ ହାରି ନଥିଲେ ଅନୁରାଗ। ସଂଘର୍ଷ କରି କ୍ୟାନସରକୁ ହରାଇଛନ୍ତି। ଚିକିତ୍ସା ସମୟରେ ସେ ଲେଖିଥିଲେ ‘ଲାଇଭ ଇନ ଏ ମେଟ୍ରୋ’ ଓ ‘ଗ୍ୟାଙ୍ଗଷ୍ଟର’ କାହାଣୀ।

ସତୁରୀ ଓ ଅଶୀ ଦଶକର ହ୍ୟାଣ୍ଡସମ୍ ଆକ୍ଟର ବିନୋଦ ଖନ୍ନା ମାରାତ୍ମକ କ୍ୟାନସର ଚକ୍ରବ୍ୟୁହରେ ପଡ଼ିଥିଲେ। ବାହାରି ପାରିଲେ ନାହିଁ। କ୍ୟାନସର ସହ ଲଢ଼େଇ କରି ଶେଷରେ ଜୀବନଯୁଦ୍ଧରେ ହାରିଗଲେ ବିନୋଦ ଖନ୍ନା। ଆଡଭାନ୍ସ ବ୍ଲାଡର କ୍ୟାନସରରେ ଆକ୍ରାନ୍ତ ହୋଇଥିଲେ। ୨୦୧୭ ମସିହା ଏପ୍ରିଲ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା।
ପଢ଼ନ୍ତୁ: କୋହଲି, ଭିଭିଆନ୍ ରିଚାର୍ଡସଙ୍କ ଭଳି ୬ ଜଣ ସଫଳ କ୍ୟାପଟେନ୍, ଅଷ୍ଟ୍ରେଲିଆ ମାଟିରେ ଜିତିଛନ୍ତି ଟେଷ୍ଟ ସିରିଜ୍

ଭାରତୀୟ ସିନେମାର ପ୍ରଥମ ସୁପରଷ୍ଟାର ରାଜେଶ ଖନ୍ନାଙ୍କୁ ବି ନିଜ କବଜାକୁ ନେଇଥିଲା କର୍କଟ ରୋଗ। ୨୦୧୧ରେ ସେ କ୍ୟାନସରରେ ପୀଡ଼ିତ ଥିବା ଜଣା ପଡ଼ିଥିଲା। ବର୍ଷେ ପରେ ଅର୍ଥାତ ୨୦୧୨ରେ ତାଙ୍କର ଦେହାନ୍ତ ହୋଇଗଲା। ସେହିପରି ବଲିଉଡ ସଙ୍ଗୀତଜ୍ଞ ଓ କଣ୍ଠଶୀଳ୍ପୀ ଆଦେଶ ଶ୍ରୀବାସ୍ତବ ବି କ୍ୟାନସରରେ ମୃତ୍ୟୁବରଣ କରିଥିଲେ। ମାତ୍ର ୪୦ ଦିନର ଚିକିତ୍ସା ଭିତରେ ଆଖି ବୁଜିଥିଲେ ଆଦେଶ ଶ୍ରୀବାସ୍ତବ।

Connect With Us