ଧିରେଧିରେ ଫିଟୁଛି ଜ୍ଞାନବାପୀର ଗୁମର। ଜ୍ଞାନବାପୀ ବିବାଦ ମାମଲାରେ ହିନ୍ଦୁପକ୍ଷ ଆବେଦନର ଶୁଣାଣି ବାରଣାସୀ ଜିଲ୍ଲା କୋର୍ଟରେ ଶୁଣାଣୀ ହୋଇଛି। ଜିଲ୍ଲା କୋର୍ଟର ବିଚାରପତି ଅଜୟ କ୍ରିଷ୍ଣା ବିଶ୍ୱେଶ ଏହି ଶୁଣାଣି କରିଛନ୍ତି।ଶୁଣାଣୀ ହିନ୍ଦୁ ପକ୍ଷର ସପକ୍ଷରେ ଯାଇଛି। ଜ୍ଞାନବାପୀ ପରିସରରେ ପୂଜା କରିବାର ଅଧିକାର ପାଇଁ ଦାବି କରିଥିବା ୫ ହିନ୍ଦୁ ମହିଳାଙ୍କ ଦ୍ୱାରା କରାଯାଇଥିବା ମାମଲା ‘ଶୁଣାଣି ଯୋଗ୍ୟ’ ବୋଲି ବିଚାରପତି ସମ୍ମତି ରଖିବା ସହ ଏହା ସପକ୍ଷରେ ମାମଲାର ପରବର୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।
ମୁସଲିମ୍ ପକ୍ଷର ଆବେଦନ ଖାରଜ
ଜ୍ଞାନବାପୀକୁ ନେଇ ମୁସଲିମ୍ ପକ୍ଷ ରୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ୨୦୨୧ରେ ୫ଜଣ ମହିଳା ସିଭିଲ୍ ଜ୍ଞାନବାପୀ ମସଜିଦକୁ ଲାଗିଥିବା ଶୃଙ୍ଗାର ମନ୍ଦିରରେ ପ୍ରତିଦିନ ପୂଜା ଓ ଦର୍ଶନ କରିବାକୁ ଦାବି କରିଥିଲେ। ମହିଳାଙ୍କ ଦାବି ଆଧାରରେ ବିଚାରପତି ରବି କୁମାର ଦିବାକର ମସଜିଦ୍ ପରିସରର ସର୍ଭେ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।ସର୍ଭେ ପରେ ହିନ୍ଦୁପକ୍ଷର ଓକିଲ ବିଷ୍ଣୁ ଜୈନ ଏଠାରେ ଶିବଲିଙ୍ଗ ମିଳିଥିବା ଦାବି କରିଥିଲ। ମୁସଲିମ୍ ପକ୍ଷରୁ ଏହାକୁ ଫାଉଂଟେନ୍ ବୋଲି ଦାବି କରିଥିଲେ। ଏହା ପରେ ମେ’ ୨୦ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାକୁ ସିଭିଲ୍ କୋର୍ଟରୁ କାଢ଼ି ଜିଲ୍ଲା କୋର୍ଟଙ୍କୁ ଟ୍ରାନ୍ସଫର କରିଥିଲେ। ଜିଲ୍ଲା କୋର୍ଟରେ ହିନ୍ଦୁଙ୍କ ସପକ୍ଷରେ ଶୁଣାଣୀ ହୋଇଥିଲା ବେଳେ ମୁସଲିମ୍ ଗୋଷ୍ଠିଙ୍କ ମାମଲା ପ୍ରତ୍ୟାହାର କରାଯାଇଛି ।ମୁସଲିମ୍ ପକ୍ଷ ଏହି ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି।