ନ୍ୟୁଜ୍/ ପଲିଟିକ୍ସ

ପାୱାରରେ ରହିବେନି ଶରଦ ପାୱାର:କିଏ ହେବେ ବିରୋଧିଙ୍କ PM ଚେହେରା

ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ବିରୋଧିଦଳ ମୋଦୀ ସରକାରଙ୍କୁ ଚେକ୍ ଦେବାକୁ କସରତ ଆରମ୍ଭ କରିଦେଲେଣି। ଏହି ଯାତ୍ରାରେ କଂଗ୍ରେସ ସହିତ ଅନେକ ଦଳ ହାତ ମିଳାଇଛନ୍ତି। କିଛି ଆଞ୍ଚଳିକ ଦଳ ସମଦୂରତ୍ୱ  ରକ୍ଷା କରୁଥିଲା ବେଳେ ଅନ୍ୟ କିଛି ଦଳ କେନ୍ଦ୍ର ବିରୋଧି ଅଭିଯାନରେ ସାମିଲ୍ ହୋଇ ବିରୋଧି ମେଣ୍ଟରେ ସାମିଲ୍ ହୋଇଛନ୍ତି। ବିହାରର ନୀତିଶକୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ,ଉଦ୍ଧବ ଠାକରେ ଆଦି ଅନେକ ନେତା ଆଗାମୀ ନିର୍ବାଚନରେ ଏନଡିଏ ବିରୋଧରେ ସାମିଲ୍ ହୋଇଛନ୍ତି। ବିରୋଧି ମେଣ୍ତେଟର ମୁଖ୍ବେୟ ପୁରୋଧା ସାଜିଥିବା ନୀତିଶ କୁମାର କିଛିଦିନ ତଳେ ଶରଦ ପାୱାଣଙ୍କୁ ଭେଟିବା ପରେ ଅନେକ ଚର୍ଚ୍ଚା ମୁଣ୍ଡ ଟେକିଥିଲା। ଏହାରି ଭିତରେ ଏକ ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି। ଦିଲ୍ଲୀରେ  ଆୟୋଜିତ ହୋଇଥିବା NCP ର ରାଷ୍ଟ୍ରୀୟ ଅଧିବେଶନରେ ଏକ ବଡ ସତ ସାମ୍ନାକୁ ଆସିଚି। ମୋଦୀ ସରକାରଙ୍କୁ ଚେକ୍ ଦବାକୁ ବିରୋଧି ନେତା ଗୋଟାଉଥିବା ବେଳେ ପ୍ରମୁଖ ଆଶା ସାଜିଥିବା ଶରଦ ପାୱାର୍ ବିରୋଧି ଚେହେରା ହେବେନାହିଁ ବୋଲି ତଥ୍ୟ ମିଳିଛି। ପ୍ରଫୁଲ୍ଲ ପଟେଲ ରାଷ୍ଟ୍ରୀୟ ଅଧିବେଶନରେ ଏ ନେଇ ସୂଚନା ଦେଇଛନ୍ତି।

ବିରୋଧିଙ୍କ ଆସ୍ଥା କିଏ?
 ଶରଦ ପାୱାର ପ୍ରଧାନମନ୍ତ୍ରୀ ପ୍ରାର୍ଥି ହେବାକୁ ଅମଙ୍ଗ ହେବା ପରେ ବିରୋଧିଙ୍କ ପ୍ରାର୍ଥି  ରଣନିତୀର ଗଣିତ ଗୋଳମାଳିଆ ହୋଇଛି। ଯଦିଓ ନୀତିଶ କୁମାର ପ୍ରଧାନମନ୍ତ୍ରୀ ଚେହେରା ସାଜିପାରନ୍ତି ବୋଲି ଚର୍ଚ୍ଚା ହେଉଛି ତେବେ ରେସରେ ଅନ୍ୟମାନେ ମଧ୍ୟ ରହିଛନ୍ତି। ଗାନ୍ଧୀ ପରିବାରର ସଦସ୍ୟ ଏଥିପାଇଁ ଦାବୀ କରିବାର ପ୍ରସଙ୍ଗ ଉଠୁଥିଲେ ସୁଦ୍ଧା ରାଜନୈତିକ ଶିଥିଳତାରୁ କିଛି ବୁଝା ପଡୁନି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାବାନାର୍ଜୀ ମଧ୍ୟ ଆଶା ରଖି ଥାଇ ପାରନ୍ତି। ଶରଦ ପାୱାରଙ୍କ ଭଳି ଅଭିଜ୍ଞତା ସମ୍ପନ୍ନ ରାଜନେତା ଏଥିରୁ ଓହରିଜିବା ପରେ ବିରୋଧି ମହଲରେ ଏ ନେଇ ରାଜନୈତିକ ଉଷ୍ମତା ଅନୁଭୂତ ହେଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
 

You Might Also Like

No Comments

Leave a Reply