Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପୂର୍ବତନ କଂଗ୍ରେସ ସଭାପତି ଜୟଦେବଙ୍କ ପୁଅ ଉପରେ ବିଜେଡିର ଆଖି

By admin • September 30, 2018 • ପଲିଟିକ୍ସ
Bhagi-Bapi & Anandpur

କେନ୍ଦୁଝର: ନିର୍ବାଚନ ଯେତିକି ପାଖେଇ ଆସୁଛି, ଓଡ଼ିଶା ରାଜନୀତିରେ ସେତିକି ହଟଚମଟ ସୃଷ୍ଟି ହେଉଛି। ସର୍ଭେ ରିପୋର୍ଟକୁ ତର୍ଜମା କରି ବିରୋଧୀ ଦଳର ନେତାଙ୍କୁ ଅଫର ଯିବା ସହ ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ ଉଦ୍ୟମ କରୁଛି ବିଜେଡି। ଏହାକୁ ନେଇ ଏବେ ଉଠୁଛି ପଡୁଛି, କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଜିଲ୍ଲା କେନ୍ଦୁଝର ରାଜନୀତି। ଅନୁସୂଚିତ ବର୍ଗଙ୍କ ଲାଗି ସଂରକ୍ଷିତ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଏଥର କିଏ ହେବ ବିଜୁ ଜନତା ଦଳର ପ୍ରାର୍ଥୀ, ତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଭାଗିରଥୀ ସେଠୀ ନା ସଂଗ୍ରାମ ଯେନା ? ଆନନ୍ଦପୁରରେ କାହାକୁ ମିଳିବ ବିଜେଡି ଟିକେଟ୍ ? ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ବିଜେପିରେ ଥିବା ଟାଣୁଆ ନେତା ଭାଗିରଥୀ ସେଠୀ ପୁଣି ଥରେ ଘର ବାହୁଡା କରିବେ ? ନା କଂଗ୍ରେସକୁ ଶକ୍ତ ଝଟକା ଦେଇ ବିଜେଡିରେ ସାମିଲ ହୋଇ ଆନନ୍ଦପୁର ଟିକେଟ୍ ନେବେ ପୂର୍ବତନ ପିସିସି ସଭାପତି ଜୟଦେବ ଯେନାଙ୍କ ପୁଅ ତଥା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଯେନା, ତାକୁ ନେଇ ଏବେ କଳ୍ପନା ଜଳ୍ପନା।SANGRAM-JENAବଦ୍ରି ପାଓ୍ୱାରଲେସ୍
ବର୍ତ୍ତମାନର ବିଧାୟକ ମାୟାଧର ଯେନାଙ୍କ ଆନନ୍ଦପୁରରେ ସ୍ଥିତି ଭଲ ନାହିଁ । ପ୍ରତି ୩ମାସରେ ଡିଆଇବି(ଡିଷ୍ଟ୍ରିକ୍ଟ ଇଣ୍ଟଲିଜେନ୍ସ ବ୍ୟୁରୋ) ବାରମ୍ବାର ଏପରି ରିପୋର୍ଟ ଦେଉଛି । ତେଣୁ ଦ୍ୱିତୀୟ ଥର ବିଧାୟକ ହୋଇଥିବା ମାୟାଧରଙ୍କୁ ପୁଣି ଥରେ ଟିକେଟ୍ ଦେଇ ରିସ୍କ ନେବାକୁ ଚାହୁଁନାହାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ବିଜେଡିରୁ ଅଫର ମିଳିଛି ପୂର୍ବତନ ବିଧାୟକ ଭାଗିରଥୀ ସେଠୀଙ୍କୁ ।  ୨୦୦୯ରେ ପ୍ରଥମ ଥର ବିଧାୟକ ହୋଇଥିବା ଭାଗିରଥୀ ସେଠୀ ହେଉଛନ୍ତି ସେହି ଲୋକ, ଯିଏକି ଖଣି ଦୁର୍ନୀତିକୁ ରୋକିବା ନିମନ୍ତେ ଏମଏମଡିଆର୍ ଆକ୍ଟର ୩୭ ଧାରାକୁ କଡାକଡି ପାଳନ କରିବାକୁ ବିଧାନସଭାରେ ଦାବି କରୁଥିଲେ । ମାତ୍ର କେନ୍ଦୁଝର ଜିଲ୍ଲା ରାଜନୀତିକୁ କଣ୍ଟ୍ରୋଲ କରୁଥିବା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଆନନ୍ଦପୁରରେ ହସ୍ତକ୍ଷେପକୁ  ପସନ୍ଦ କରିନଥିଲେ ଭାଗି। ବଦ୍ରି ପାତ୍ରଙ୍କ ବିରୋଧ ଯୋଗୁ ୨୦୧୪ ନିର୍ବାଚନରେ ଭାଗିଙ୍କୁ ବିଜେଡି ଟିକେଟ୍ ମିଳିଲା ନାହିଁ । ବିଜେପିର ପୂର୍ବତନ ବିଧାୟକ ମାୟଧର ଯେନାଙ୍କୁ ବିଜେଡି ପ୍ରାର୍ଥୀ କରି ସଫଳ ହେଲା। ସେପେଟେ ବିଜେପିରେ ମିଶିଗଲେ ଭାଗିରଥୀ ସେଠୀ । ଆଉ ଏବେ ପୋଲିସକୁ ମାଡ ମାରି ଗିରଫ ହୋଇଥିବା ପୁଅକୁ ନେଇ ଅଡୁଆରେ ଥିବା ବଦ୍ରି ପାତ୍ରଙ୍କୁ ସାଇଡ୍ କରି ଭାଗି ସେଠୀଙ୍କୁ ମନେ ପକାଇଲାଣି ବିଜେଡି MAYADHAR-JENAମାୟାଧରଙ୍କ ସ୍ଥିତି ଖରାପ
ଏବେ କିନ୍ତୁ ମାୟାଧରଙ୍କ ରିପୋର୍ଟ କାର୍ଡକୁ ଦେଖି ଭାଗିଙ୍କୁ ମନେ ପକାଇଛି ବିଜେଡି । ଭାଗିଙ୍କୁ ମନାଇବାକୁ ଦାୟିତ୍ୱ ନେଇଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାଶ ଓ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଦୁହେଁ ୪ ମାସ ତଳେ ଭାଗିଙ୍କ ସହ ଗୁପ୍ତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ଦ୍ୱତୀୟ ପର୍ଯ୍ୟାୟରେ ଭାଗିଙ୍କ ସହ କଥା ହୋଇଥିବା ଖବର ରହିଛି । ଏପରିକି ତାଙ୍କ ଜନସମର୍ଥନ ଦେଖି ବିଜେଡିକୁ ଫେରିଆସିବା ଲାଗି ମୁଖ୍ୟମନ୍ତ୍ରୀ ମଧ୍ୟ ଭାଗିଙ୍କ ସହ ଯୋଗାଯୋଗରେ ରହିଛନ୍ତି।ପଡୋଶୀ ନିର୍ବାଚନ ମଣ୍ଡଳୀ ଘସିପୁରା ବିଧାୟକ ବଦ୍ରି ପାତ୍ରଙ୍କ ସହ ମିଶି ବିଜେଡି ସଂଗଠନକୁ ମଜଭୁତ କରିବା ଲାଗି ଭାଗିଙ୍କୁ, ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ଖବର ରହିଛି । ଘସିପୁରା ବିଧାୟକ ବଦ୍ରି ପାତ୍ରଙ୍କ ଆନନ୍ଦପୁରରେ ଅନଧିକାର ପ୍ରବେଶ ସପକ୍ଷରେ ନାହାଁନ୍ତି ଭାଗି । ବରଂ ଆନନ୍ଦପୁରରେ ସ୍ୱାଧୀନ ଭାବେ ବିଜେଡି ପାଇଁ କାମ କରିବାକୁ ପ୍ରସ୍ତୁତ ଥିବା ନବୀନଙ୍କୁ କହିଛନ୍ତି ଭାଗି। ଏହି ଘଟଣାକୁ ପ୍ରାୟ ୪ ମାସ ବିତିଲାଣି । ଭାଗି ତାଙ୍କ ଆଡୁ କୌଣସି ଗ୍ରୀନ ସିଗନାଲ୍ ଏଯାଏଁ ଦେଉ ନାହାଁନ୍ତି । ବିଜେଡି ବି ମୌକା ଅପେକ୍ଷାରେ ଚୁପ୍ ରହିଛି ।JAYDEV-JENAଜୟଦେବଙ୍କ ଭୋଟ ବ୍ୟାଙ୍କ
ଏତିକିବେଳେ ଆନନ୍ଦପୁର ଉପରେ ଆଖି ପକାଇଛନ୍ତି ସଂଗ୍ରାମ ଓରଫ ବାପି ଯେନା। ୨୦୧୪ରେ ଭଦ୍ରକ ଲୋକସଭା ଆସନରୁ ଲଢିଥିବା ବାପିଙ୍କ ପାଇଁ ବରିଷ୍ଠ ଅନନ୍ତ ସେଠୀ କଣ୍ଟା ହେଲେଣି । ଫଳରେ ବାପି କଂଗ୍ରେସ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି । ବାପା ଜୟଦେବ ଯେନାଙ୍କ କର୍ମଭୂମି ଆନନ୍ଦପୁରରେ ୨୦୧୯ରେ ବିଜେଡି ଟିକେଟରେ ଲଢିବାକୁ ପ୍ଲାନ କରୁଛନ୍ତି । ୧୯୮୦ରୁ ଜୟଦେବ ଯେନା ଆନନ୍ଦପୁରରୁ ୪ଥର କଂଗ୍ରେସ ଟିକେଟରେ ବିଜୟୀ ହୋଇଛନ୍ତି । ବିଶେଷ କରି ହାଟଡିହ ବ୍ଲକରେ ଜୟଦେବ ଯେନାଙ୍କ ନିଜସ୍ୱ ଭୋଟ ବ୍ୟାଙ୍କ ରହିଛି । ବାପାଙ୍କ ସମର୍ଥକଙ୍କୁ ନେଇ ବିଜେଡି ଟିକେଟରେ ଲଢିଲେ ବିଜୟ ସୁନିଶ୍ଚିତ ଭାବି ବାପି ମଧ୍ୟ କଂଗ୍ରେସ ଛାଡିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଛନ୍ତି । ଆଉ ତାଙ୍କ ପରିବାର ଘରୋ ବିରୋଧି ତଥା କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଚେକମେଟ୍ ଦେବାକୁ ଚାହୁଁଛନ୍ତି । ଆନନ୍ଦପୁରରେ ବିଜେଡି ଟିକେଟ ମିଳିଲେ, ନିରଞ୍ଜନଙ୍କ ବିରୋଧି ବଦ୍ରି ପାତ୍ରଙ୍କ ସମର୍ଥନ ନିଶ୍ଚିତ ମିଳିବ ବୋଲି ବାପିଙ୍କ କୋର ଟିମ୍ ହିସାବ କରିଛି । ଏଥିପାଇଁ ବିଜେଡିର ଟପ୍ ଲିଡରଙ୍କ ସହ ଆନନ୍ଦପୁର ଟିକେଟ୍ ପାଇଁ କଥା ହୋଇ ସାରିଲେଣି ବାପି। ଖୁବ୍ ଶୀଘ୍ର ବାପି ଯେନା,  ନବୀନ ନିବାସରେ ବିଜେଡିର ମିଶିବେ ବୋଲି ଚର୍ଚ୍ଚା ହେଉଛି ।

ଅବଶ୍ୟ ୨୦୦୯ ନିର୍ବାଚନ ପୂର୍ବରୁ ବାପିଙ୍କ ପରି ଯୁବ କଂଗ୍ରେସ ସଭାପତି ରୋହିତ ପୂଜାରୀ ବିଜେଡିରେ ମିଶିଥିଲେ । ୨୦୧୪ ନିର୍ବାଚନ ଆଗରୁ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହଙ୍କୁ ବିଜେଡିରେ ସାମିଲ କରି କଂଗ୍ରେସର ମନୋବଳକୁ ଭାଙ୍ଗି ଦେଇଥିଲେ ନବୀନ । ଠିକ୍ ସେହିପରି ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ ଦାସ ଓ ବାପି ଜେନାଙ୍କ ମୁହଁରେ ଶଙ୍ଖ ଫୁଙ୍କାଇ ପୁଣି ଥରେ କଂଗ୍ରେସକୁ ରସାତଳକୁ ଠେଲି ଦେବା ଷ୍ଟ୍ରାଟେଜୀରେ ବିଜେଡି ।BAGIRATHI-SETHIଭାଗି ପପୁଲାର
ବାସ୍ତବରେ ଦେଖିବାକୁ ଗଲେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବାପିଙ୍କ ଅପେକ୍ଷା ଭାଗି ଅଧିକ ଲୋକପ୍ରିୟ। ଭାଗିରଥୀ, ଫକିରପୁର ଅଞ୍ଚଳର ହୋଇଥିବାରୁ ଆନନ୍ଦପୁର ପୌରାଞ୍ଚଳରେ ଅଧିକ ଭୋଟ ପାଇବେ। ଗତ ପଞ୍ଚାୟତ ନିର୍ବାଚନରେ ୭ଟି ଜିଲ୍ଲା ପରିଷଦ ଜୋନରୁ ୫ଟିରେ ବିଜେଡି ବିଜୟୀ ହୋଇଛି । କିନ୍ତୁ କଂଗ୍ରେସ ଖାତା ଖୋଲି ପାରିନଥିଲା । ଭାଗି ସେଠୀଙ୍କ ପାଇଁ ହିଁ ହାଟଡିହ ବ୍ଲକର ୩୪ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେପି ବିଜୟ ବାନା ଉଡାଇ ପାରିଛି । ତେଣୁ ବିଜେଡି କର୍ମୀ ଭାଗିରଥୀଙ୍କୁ ଫେରାଇ ଆଣିବା ସପକ୍ଷରେ । ସେପଟେ ବାପା ଜୟଦେବ ଜେନାଙ୍କର ୩୮ ବର୍ଷର ସଂଗଠନ ଓ ବିଜେଡି ମଜଭୁତ ନେଟଓ୍ୱାର୍କକୁ ମିଶାଇ ବାପି ମଧ୍ୟ ଆନନ୍ଦପୁରରେ ବିଜୟ ବାନା ଉଡାଇବାକୁ ଏବେଠୁଁ ପ୍ରସ୍ତୁତ ହେଲେଣି । ତେଣୁ ଆନନ୍ଦପୁର କାହା କବଜାକୁ ଯିବ ଭାଗି ନା ବାପି, ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ।

ଏଥିସହ ପଢ଼ନ୍ତୁ-ବିଜେପିର ପାଇକ ବିଦ୍ରୋହ କାର୍ଡକୁ କାଉଣ୍ଟର କରିବ ବିଜେଡିର ଭାଗବତ ଟୁଙ୍ଗ

Bhagirathi SethiBJDJaydev JenaOdisha CongressSangram Jena
Tweet
0
ପୁଅ ଲାଗି କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ ଦାସ ଦଳ ଛାଡିବେ!
ରାକ୍ଷୀ ଖୋଲିଦେଲେ ତନୁଶ୍ରୀଙ୍କ ପୋଲ୍ !

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.