Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପୁଅ ଲାଗି କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ ଦାସ ଦଳ ଛାଡିବେ!

By admin • September 29, 2018 • ପଲିଟିକ୍ସ
NABA-KISHORE-DAS

ଝାରସୁଗୁଡା: ପ୍ରତି ଥର ଭଲି ଏଥର ମଧ୍ୟ ନିର୍ବାଚନ ଆଗରୁ ଅବିଭକ୍ତ ସମ୍ବଲପୁର ଜିଲ୍ଲା ପୁଣି ଦେଇପାରେ କଂଗ୍ରେସକୁ ଝଟକା! ୨୦୧୯ ନିର୍ବାଚନ  ଆଗରୁ ବିଜେଡିରେ ମିଶି ପାରନ୍ତି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ। ଝାରସୁଗୁଡାର କଂଗ୍ରେସ ବିଧାୟକ ଅକ୍ଟୋବର ପ୍ରଥମ ସପ୍ତାହରେ ବିଜେଡିରେ ମିଶୁଛନ୍ତି ବୋଲି ଶୁଣିବାକୁ ମିଳୁଛି। ତେବେ ଝାରସୁଗୁଡାରେ ଅପରାଜୟ ନବ ଦାସ ନିଜ ଜିତିବା ଲାଗି ଶାସକ ଦଳରେ ସାମିଲ ହେବାକୁ ଚାହୁଁ ନାହାଁନ୍ତି । ବରଂ ପୁଅ ବିଶାଲଙ୍କୁ ରାଜନୀତିରେ ଥଇଥାନ କରିବା ଲାଗି ନବ ଦାସ କୁଆଡେ ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ସେଫ୍ ସିଟ୍ ଝାରସୁଗୁଡାରେ ପୁଅ ବିଶାଲଙ୍କୁ ଲଢ଼ାଇ ନିଜେ ବ୍ରଜରାଜ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଯୋଜନାରେ ଅଛନ୍ତି ନବ। ଝାରସୁଗୁଡାରୁ ଲଗାତର ୨ଥର ବଡ ବ୍ୟବଧାନରେ ଜିତୁଥିବା ନବ ଦାସ, ପୁଅ ପାଇଁ ରିସ୍କ ନେବା ପାଇଁ ଚାହୁଁନାହାନ୍ତି। ସେଥିପାଇଁ ନିଜ ଗଡ଼ ଝାରସୁଗୁଡାରୁ ପୁଅକୁ ଲଢ଼ାଇ ନିଜେ ପଡୋଶୀ ନିର୍ବାଚନ ମଣ୍ଡଳୀ ବ୍ରଜରାଜ ନଗରରୁ ଲଢିବା ଲାଗି ପ୍ଲାନ କରୁଛନ୍ତି । ଶାସକ ଦଳ ସହ ଉତ୍ତମ ସମ୍ପର୍କ ରଖିଥିବା ନବ ଦାସଙ୍କୁ କୁଆଡେ ବିଜେଡି ତରଫରୁ ଗ୍ରିନ୍ ସିଗନାଲ୍ ମିଳିଛି । ବିଚକ୍ଷଣ ନବ ଦାସ ମଧ୍ୟ ପୁଅ ବିଶାଲଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥିତ କରାଇ ଦେଇଛନ୍ତି। ଗତ ୨୨ତାରିଖରେ ବିମାନ ବନ୍ଦର ଉଦଘାଟନ କରିବାକୁ ଝାରସୁଗୁଡା ଯାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ନବଙ୍କ ପରିବାର ଭେଟିଥିଲେ। କେବଳ ଅପେକ୍ଷା ଶୁଭ ମୁହୂର୍ତ୍ତକୁ। ଜାତକ ବିଚାର ଅନୁସାରେ ଅକ୍ଟୋବର ୫ କିମ୍ବା ୭ରେ ନବ ଦାସ ବିଜେଡିରେ ମିଶିବାକୁ ଯାଉଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ନବଙ୍କ ପରିବାର   NABA-DAS-WITH-CMମନ୍ତ୍ରୀ ହେବାର ନିଶା
ଗତ ପଞ୍ଚାୟତ ନିର୍ବାଚନର ଫଳାଫଳ ମଧ୍ୟ ବିଜେଡିକୁ ବାଧ୍ୟ କରୁଛି ନବ ଦାସଙ୍କ ପରି କଂଗ୍ରେସ ବିଧାୟକଙ୍କୁ ହାଇଜାକ୍ କରିବାକୁ। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ବୌଦ୍ଧ ଓ ନୂଆପଡାକୁ ବାଦ୍ ଦେଲେ ବାକି ଜିଲ୍ଲାରେ ବିଜେଡି ବ୍ୟାକଫୁଟରେ ରହିଥିଲା। ସୁନ୍ଦରଗଡ଼ରେ କଂଗ୍ରେସର ସହାୟତାରେ ଜିଲ୍ଲା ପରିଷଦ ଗଠନ କଲା ବିଜେଡି। ଝାରସୁଗୁଡାରେ କଂଗ୍ରେସ ଏବଂ ବାକି ୬ଟି ଜିଲ୍ଲାରେ ବିଜେପି ଜିଲ୍ଲା ପରିଷଦ ଗଠନ କଲା। ତେଣୁ ନବ ଦାସଙ୍କ ପରି ଟାଣୁଆ ବିଧାୟକଙ୍କୁ ଦଳରେ ମିଶାଇ ସମ୍ବଲପୁର, ଝାରସୁଗୁଡା ଓ ଦେବଗଡ଼ ଜିଲ୍ଲାରେ ବିଜେପିକୁ ଚେକ୍ ଦେବାକୁ ଚାହୁଁଛି ବିଜେଡି। ଏମିତି ବି ପଞ୍ଚାୟତ ନିର୍ବାଚନରେ ଝାରସୁଗୁଡା ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନରୁ ନବଙ୍କ ନେତୃତ୍ୱାଧିନ କଂଗ୍ରେସ ୮ଟିରେ ବିଜୟୀ ହୋଇଥିଲା। ବିଜେଡି ଖାତା ଖୋଲି ପାରିନଥିଲା ବେଳେ ବିଜେପି ଗୋଟିଏ ଜୋନରେ ବିଜୟୀ ହୋଇଥିଲା। ତେଣୁ ନବ ଦାସ ଓ ତାଙ୍କ ପୁଅଙ୍କ ଲାଗି ଝାରସୁଗୁଡା ଓ ବ୍ରଜରାଜ ନଗର ଆସନ ଛାଡି ଦେବାକୁ ବିଜେଡି ପ୍ରସ୍ତୁତ ଥିବାର ଖବର ରହିଛି। ବଦଳରେ ସମ୍ବଲପୁର ଓ ଦେବଗଡ଼ର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନବଙ୍କୁ ବ୍ୟବହାର କରିବ ବିଜେଡି। ତେବେ ମୂଲଚାଲରେ ମାହିର ନବ ଦାସ ମଧ୍ୟ ୨୦୧୯ରେ ବିଜେଡି ସରକାର ଆସିଲେ ମନ୍ତ୍ରୀ ହେବୋର ଆଶା ରଖିଛନ୍ତି ବୋଲି ଖବର ରହିଛି।ROHIT-PUJARIରୋହିତ-ଅନୁପ ହାରିଛନ୍ତି
ନବ ଦାସ ଯଦି ବିଜେଡିରେ ମିଶନ୍ତି ତେବେ ଇତିହାସର ପୁନରାବୃତ୍ତି ହେବ। ୨୦୦୯ ନିର୍ବାଚନ ବେଳେ ରାଜ୍ୟ ଯୁବ କଂଗ୍ରେସ ସଭାପତି ରୋହିତ ପୂଜାରୀ ବିଜେଡିରେ ମିଶି ସମ୍ବଲପୁର ଲୋକସଭା ଆସନରୁ ଲଢିଲେ।୨୦୧୪ନିର୍ବାଚନ ଆଗରୁ ବିରୋଧି ଦଳ ନେତା ଭୂପିନ୍ଦର ସିଂ ଏବଂ କଂଗ୍ରେସ ବିଧାୟକ ଅନୁପ ସାଏ ବିଜେଡିରେ ମିଶିଲେ। ଭୂପିନ୍ଦରଙ୍କୁ ନବୀନ ପଟ୍ଟନାୟକ ରାଜ୍ୟସଭା ପଠାଇଲେ, ଆଉ ଅନୁପ ସାଏଙ୍କୁ ବ୍ରଜରାଜ ନଗରରୁ ଲଢାଇଲେ। ତେବେ କଂଗ୍ରେସ ଛାଡି ବିଜେଡି ଟିକେଟରେ ଲଢିଥିବା ରୋହିତ ପୂଜାରୀ ଏବଂ ଅନୁପ ସାଏ ପରାଜିତ ହୋଇଥିଲେ। ସେହି ଦଶା ନବ ଦାସଙ୍କ ହେବ ନାହିଁ ତ ?KISHORE-MOHANTYକିଶୋରଙ୍କୁ ବୁଝାଇବେ ଋଷି
ନବ ଦାସଙ୍କ ବିଜେଡିରେ ମିଶିବାକୁ ଝାରସୁଗୁଡାର ପୂର୍ବତନ ବିଧାୟକ ତଥା ବିଜେଡି ନେତା କିଶୋର ମହାନ୍ତି ବିରୋଧ କରୁଛନ୍ତି। ନବ ବିଜେଡିରେ ମିଶିଲେ ତାଙ୍କର ରାଜନୈତିକ କ୍ୟାରିଅର କଣ ହେବ ବୋଲି କିଶୋର ମହାନ୍ତି ପ୍ରଶ୍ନ କରୁଛନ୍ତି। ତେବେ ରୋହିତ ପୂଜାରୀ ଏବଂ ଅନୁପ ସାଏ ବିଜେଡିରେ ମିଶିଲା ବେଳେ ସଂଗଠନ ମଜଭୁତ ହେବ ବୋଲି ଅସନ୍ତୁଷ୍ଟ ନେତାଙ୍କୁ କିଶୋର ମହାନ୍ତି ବୁଝାଉଥିଲେ। ଏବେ ଅସନ୍ତୁଷ୍ଟ କିଶୋର ମହାନ୍ତିଙ୍କୁ ନବଙ୍କ ଘନିଷ୍ଟ ବିଜେଡି ବିଧାୟକ ଦେବାଶିଷ(ଋଷି) ସାମନ୍ତରାୟ ବୁଝାଇବେ ବୋଲି ଶୁଣାଯାଉଛି।

BJDKishore MohantyNaba DasNaveen PatnaikOdisha Congress
Tweet
0
କଂଗ୍ରେସ ସହ ବିଜେଡିର ଡିଲ୍ ! ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ର ବିଦା ହେବେ କି?
ପୂର୍ବତନ କଂଗ୍ରେସ ସଭାପତି ଜୟଦେବଙ୍କ ପୁଅ ଉପରେ ବିଜେଡିର ଆଖି

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.