emar-matha.stone-sculpture

ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ବେଳେ ମାଟି ତଳୁ ମିଳିଲାଣି ପ୍ରାଚୀନ କୀର୍ତ୍ତିରାଜି। ଶ୍ରୀମନ୍ଦିର ସହ ଅଙ୍ଗାଙ୍ଗି ଭାବେ ଜଡ଼ିତ ଏମାର ମଠର ଖନନ ସମୟରେ ପ୍ରାୟ ୪ ଫୁଟ ଲମ୍ବା ଓ ୫ ଫୁଟ ଗୋଲେଇର ଭଗ୍ନ ସିଂହମୂର୍ତ୍ତିର ସନ୍ଧାନ ମିଳିଛି। ପୂର୍ବରୁ ମଧ୍ୟ ଅର୍ଥାତ ଗତ ଏପ୍ରିଲ ୨୯’ରେ ଏମାର ମଠ ପରିସରରୁ ଭଗ୍ନ ସିଂହ ମୂର୍ତ୍ତି ମିଳିଥିଲା।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା

ବେପରୁଆ  ଜିଲ୍ଲାପାଳ
ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଖନନ ସମୟରେ ପ୍ରାଚୀନ କୀର୍ତ୍ତିରାଜି ମାଟିରେ ମିଶିବା ଏବେ ଲୁପ୍ତ କୀର୍ତ୍ତିରାଜିର ସନ୍ଧାନ ମାଟିତଳୁ ମିଳିବାକୁ ପ୍ରଶାସନ ଅତି ହାଲୁକା ଭାବେ ଗ୍ରହଣ କରୁଛି। ପ୍ରାଚୀନ କୀର୍ତ୍ତିରାଜି ଉଦ୍ଧାର ହେବା ପରେ ସେହି ଭଗ୍ନ ସିଂହମୂର୍ତ୍ତିକୁ ଦେଖିବାକୁ ଉଚିତ ମଣି ନାହାଁନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ଯଦିଓ ବିବାଦୀୟ ଐତିହ୍ୟ କରିଡର ନିର୍ମାଣ କାମର ଅନୁଧ୍ୟାନ କରିବାକୁ ମଙ୍ଗଳବାର ଶ୍ରୀମନ୍ଦିର ନିକଟକୁ ଆସିଥିଲେ ଜିଲ୍ଲାପାଳ। କିନ୍ତୁ ସେହି ଐତିହ୍ୟ କରିଡର ପରିସରରେ ସିଂହମୂର୍ତ୍ତିକୁ ଦେଖିବାକୁ ସମର୍ଥ ବର୍ମାଙ୍କ ନିକଟରେ ସମୟ ନଥିଲା। ଯୁକ୍ତି ଛଳରେ କୁହାଯାଇ ପାରେ ଯେ ଉଦ୍ଧାର ହୋଇଥିବା ଭଗ୍ନ ସିଂହମୂର୍ତ୍ତି ସଂପର୍କରେ ଜାଣିବା ସଂପର୍କରେ ଜିଲ୍ଲାପାଳଙ୍କ ASI କର୍ତ୍ତୁପକ୍ଷଙ୍କ ପରି ବିଶେଷ ଜ୍ଞାନ ନାହିଁ, ତେବେ ନିର୍ମାଣ କାମ ତଦାରଖ କରୁଥିବା ସମର୍ଥ ବର୍ମାଙ୍କ ଇଞ୍ଜିନିୟରିଂ ବିଶେଷ ଜ୍ଞାନ ରହିଛି କି?
 ASIର ନିଘା ନାହିଁ
ଖନନ କାର୍ଯ୍ୟ ସମୟରେ ଐତୀହ୍ୟ କୀର୍ତ୍ତିରାଜି ମାଟିରେ ମିଶିବା ପରେ ପ୍ରତ୍ନତତ୍ତ୍ୱବିତ ଅସନ୍ତୋଷ ପ୍ରକଟ କରିଛନ୍ତି। ଖନନ ପୂର୍ବରୁ କାହିଁକି ମାଟି ତଳେ କଣ ରହିଛି ସେ ସଂପର୍କରେ ପ୍ରକୃତ ତଥ୍ୟ ଜାଣିବା ପାଇଁ GPR(ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର)ସର୍ଭେ କାହିଁକି କରାଗଲାନି ବୋଲି ପ୍ରଶ୍ନ ଉଠିଛି। ଅନ୍ୟପାର୍ଶ୍ୱରେ ଏ ଘଟଣାକୁ ୨୪
 ଘଣ୍ଟା ବିତିଥିଲେ ସୁଦ୍ଧା ASI କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନାହାଁନ୍ତି।