Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପୂର୍ବତନ DGP କଟକରୁ ଲଢ଼ି,ନବୀନଙ୍କ ଠାରୁ ବଦଲା ଓ ପୂର୍ବତନ CMଙ୍କ ପୁଅଙ୍କୁ ହରାଇ ପାରିବେ କି?

By admin • March 24, 2019 • ନ୍ୟୁଜ୍, ପଲିଟିକ୍ସ
Prakash-Mishra

ହାଇ ପ୍ରୋଫାଇଲ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରେ ପପୁଲାର ଚେହେରା ପ୍ରକାଶ ମିଶ୍ରଙ୍କୁ ଫିଟ୍ କରିବାକୁ ଯାଉଛି ବିଜେପି।ପୂର୍ବତନ ପୋଲିସ ମହାନିର୍ଦ୍ଦେଶ ପ୍ରକାଶ ମିଶ୍ର ଆଜି(ରବିବାର)ବିଜେପିରେ ଯୋଗ ଦେଇ କଟକର ଦାୟିତ୍ୱ ନେବେ ବୋଲି ଖବର ରହିଛି।୧୯୭୭ବ୍ୟାଚର ଓଡ଼ିଶା କ୍ୟାଡର IPS ଅଫିସର ପ୍ରକାଶ ମିଶ୍ର,୨୦୧୬ ଫେବ୍ରୁଆରି ୨୯ରେ CRPF DG ଭାବେ ଅବସର ନେଇଛନ୍ତି।ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ବିଶ୍ୱସ୍ଥ ପ୍ରକାଶ,ଅବସର ପରେ ପ୍ରଥମେ ଉତ୍ତରାଖଣ୍ଡ ରାଜ୍ୟପାଳଙ୍କ ପରାମର୍ଶଦାତା ପରେ କେନ୍ଦ୍ର ଅଗ୍ନିଶମ ସେବା-ଗୃହରକ୍ଷୀ ଓ ସିଭିଲ ଡିଫେନସ୍ ବିଭାଗର ଡିଜି ଭାବେ କାର୍ଯ୍ୟ କଲେ। ଦକ୍ଷ ଓ ସଚ୍ଚୋଟ ପ୍ରଶାସକ ଭାବେ ପ୍ରକାଶଙ୍କ ସୁନାମ ଥିବାବେଳେ ସେ କଟକରେ ବିଜେପି ପାଇଁ ଉପଯୁକ୍ତ ପ୍ରାର୍ଥୀ ହେବେ।ଏମିତି ବି କଟକ ଲୋକସଭା ଆସନରେ ସଂଘର୍ଷପୂର୍ଣ୍ଣ ମୁକାବିଲା ହେବ ବୋଲି ନବୀନ ପଟ୍ଟନାୟକଙ୍କ ଜାଣନ୍ତି। ସେଥିପାଇଁ ମୋଦି-ଶାହ ଏବଂ ରାଜନାଥ ସିଂହ ପ୍ରକାଶଙ୍କ ଜରିଆରେ ଉପକୂଳ ଓଡ଼ିଶାରେ ମାଷ୍ଟର ଷ୍ଟ୍ରୋକ୍ ଖେଳିବାକୁ ଯାଉଛନ୍ତି।

MODI-&-NAVEEN

ଷଡଯନ୍ତ୍ରର ବଦଲା ନେବେ?
ନବୀନ ପଟ୍ଟନାୟକ ଓ ପ୍ରକାଶ ମିଶ୍ରଙ୍କ ବ୍ୟକ୍ତିଗତ ବିବାଦ ରହିଛି। ୨୦୧୪ ନିର୍ବାଚନ ସମୟରେ ଜଣେ ବିଜେଡି ନେତାଙ୍କ ପୁତୁରା ଏକ ଆମ୍ବୁଲାନସରେ ଟଙ୍କା ନେଇ ଯାଉଥିବା ବେଳେ କଠୋର ମନୋଭାବ ଦେଖାଇଥିଲେ ତତ୍କାଳୀନ ପୋଲିସ ଡିଜି। ଫଳରେ DGP ପଦରୁ ତଡ଼ା ଖାଇଥିଲେ ପ୍ରକାଶ ମିଶ୍ର। ଆଉ ଗୃହ ନିର୍ମାଣ ନିଗମର ପୂର୍ବତନ ଅଧ୍ୟକ୍ଷ ହିସାବରେ ପ୍ରକାଶଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ମାମଲା ରୁଜୁ କରିଥିଲା ଭିଜିଲାନସ ବିଭାଗ। କିନ୍ତୁ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ରାୟ ଗଲା ପ୍ରକାଶଙ୍କ ସପକ୍ଷରେ ଏବଂ ଭତ୍ସିତ ହୋଇଥିଲେ ଓଡ଼ିଶା ସରକାର। ତେବେ ପ୍ରାୟୋଜିତ ଦୁର୍ନୀତି ମାମଲା ଚଳାଇ ପ୍ରକାଶଙ୍କୁ,CBI ନିର୍ଦ୍ଦେଶକ କରାଇ ନଦେବାରେ ସଫଳ ହୋଇଥିଲା ବିଜେଡି ସରକାର। ସେହି ଷଡଯନ୍ତ୍ରର ବଦଲା ନେବାକୁ ପ୍ରକାଶ ମିଶ୍ର ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ କଟକ ଆସୁଛନ୍ତି!

bhartruhari-Mahatab

ରିପିଟ୍ ହେବ ବାଗପତ୍ ଫର୍ମୁଲା
ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜାଟ୍ ରାଜନୀତିକୁ ୟୁପିରେ ଶେଷ କରିବାକୁ ୨୦୧୪ରେ ବିଜେପି ଯେଉଁ ଫର୍ମୁଲା ଆପଣାଇ ଥିଲା। ସେହି ଫର୍ମୁଲାକୁ ଓଡ଼ିଶାରେ ପ୍ରୟୋଗ କରୁଛନ୍ତି ଅମିତ ଶାହ। ବାଗପତ୍ ଲୋକସଭା ଆସନରେ ୧୯୭୭ରୁ ଦବଦବା ଥିଲା ଚୌଧୁରୀ ଚରଣ ସିଂହଙ୍କ ପରିବାରର। କିନ୍ତୁ ୨୦୧୪ରେ ଚରଣ ସିଂହଙ୍କ ପୁଅ ତଥା RLD ନେତା ଅଜିତ ସିଂହଙ୍କୁ ହରାଇଲେ ବିଜେପି ପ୍ରାର୍ଥୀ ତଥା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ସତ୍ୟପାଲ ସିଂହ। ଠିକ୍ ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ ତଥା ବିଜେଡି ସାଂସଦ ଭର୍ତ୍ତୃହରିଙ୍କୁ ଚେକମେଟ୍ ଦେବାକୁ ପୂର୍ବତନ DGP ପ୍ରକାଶ ମିଶ୍ରଙ୍କୁ ବିଜେପି ଫିଟ୍ କରୁଛି। ପ୍ରକାଶ ମିଶ୍ର ବିଜେପି ଟିକେଟରୁ କଟକ ଲୋକସଭା ଆସନ ପ୍ରାର୍ଥୀ ହୋଇ, ଲଗାତର ୫ଥର ଜିତୁଥିବା ଭର୍ତ୍ତୃହରିଙ୍କୁ ଏଥର ଟକ୍କର ଦେବେ ବୋଲି ଖବର ମିଳୁଛି। ମୋଦିଙ୍କ ହାଓ୍ୱାରେ ପ୍ରକାଶ ମିଶ୍ରଙ୍କ ପରି ମେଳାପି ପ୍ରଶାସକ କଟକରୁ ଜନ ପ୍ରତିନିଧି ହେବାର ସ୍ୱପ୍ନ ଦେଖୁଛନ୍ତି।
ପଢ଼ନ୍ତୁ-ବରଗଡ଼ରେ ବ୍ରାହ୍ମଣ ଲଢ଼େଇ-ଏଥର ଆଚାର୍ଯ୍ୟ ନା ପୂଜାରୀ:ଭୋଟରଙ୍କ ପସନ୍ଦ ଅଶ୍ୱିନୀ ନା ଦେବେଶ?

Bhartruhari MahtabCuttack LokasabhaNaveen PatnaikOdisha PoliticsPrakash Mishra
Tweet
0
IPLର ସେଞ୍ଚୁରୀ ମାଷ୍ଟର ଗେଲ୍-ଡିଭିଲିୟର୍ସ: ସିକ୍ସର ବଏ ବିଜୟ-ପନ୍ଥ
ମୋଦିଙ୍କ ଫର୍ମୁଲା ରିପିଟ୍ କଲେ ସମ୍ବିତ:ଜାତୀୟ ରାଜନୀତିରେ ପୁଣି ପୁରୀକୁ ମିଳିବ କି ଗୁରୁତ୍ୱ?

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.