Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବୀରମିତ୍ରପୁରରେ ସୀମିତ ହୋଇଗଲା ସମତାକ୍ରାନ୍ତି; ଆଉ ବିଜୁ ସମତାକ୍ରାନ୍ତି……

By admin • November 11, 2018 • ନ୍ୟୁଜ୍, ପଲିଟିକ୍ସ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସବୁବେଳେ ନୂଆ ରାଜନୈତିକ ଦଳର ଜନ୍ମ ହୋଇଥାଏ। ୨୦୧୯ ନିର୍ବାଚନ ଆଗରୁ ସେମିତି, ଓଡ଼ିଶାରେ ଆଉ ଏକ ଆଞ୍ଚଳିକ ଦଳ ଗଠନ ହେବାକୁ ଯାଉଛି। ବିଜୁ ସମତାକ୍ରାନ୍ତି ଦଳ ନାଁରେ ପଞ୍ଜିକୃତ ହେବାକୁ ଯାଉଥିବା ପାର୍ଟିର ନେତୃତ୍ୱ ନେବେ ବିଜେଡିର ବହିଷ୍କୃତ ବିଧାୟକ ଦାମଦୋର ରାଉତ। ନିଜ ଦଳ ସହ ବିଜୁଙ୍କ ନାଁ ଯୋଡ଼ି ବିଜୁ ଜନତା ଦଳକୁ ଟକ୍କର ଦେବାକୁ ଅଣ୍ଟା ଭିଡିଛନ୍ତି ଦାମଦୋର ରାଉତ। ଦଳର ଆପତତଃ ନାଁ ବିଜୁ ସମତାକ୍ରାନ୍ତି ଦଳ ହେବ ବୋଲି ନିଜ ନିର୍ବାଚନ ମଣ୍ଡଳୀ ପାରାଦୀପରେ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି ଦାମ ବାବୁ। ତେବେ ବିଜୁ ସମତାକ୍ରାନ୍ତି ଦଳର ପ୍ରଭାବ୨୦୧୯ରେ ଦେଖିବାକୁ ମିଳିବ ତ?
ଦାମଙ୍କ ନାହିଁ ପାନ୍ ଓଡ଼ିଶା ଇମେଜ୍
ଇତିହାସ କହୁଛି, ଆଞ୍ଚଳିକ ଦଳର ପ୍ରଭାବ ରହିଛି, କିନ୍ତୁ ନେତୃତ୍ୱ ନେଉଥିବା ବ୍ୟକ୍ତି ରାଜ୍ୟସ୍ତରୀୟ ବ୍ୟକ୍ତିତ୍ୱ ହେବା ଜରୁରୀ। ନଚେତ ସୌମ୍ୟରଞ୍ଜନ ପଟ୍ଟନାୟକ, ଖାରବେଳ ସ୍ୱାଇଁ ବା ପ୍ୟାରୀମୋହନ ମହାପାତ୍ରଙ୍କ ପରି ଅବସ୍ଥା ହେବ। ଯେମିତି ୨୦୧୪ନିର୍ବାଚନରେ ସୌମ୍ୟଙ୍କ ଆମ ଓଡ଼ିଶା ପାର୍ଟି ନୟାଗଡ଼ର ଖଣ୍ଡପଡ଼ାରେ ସୀମିତ ହୋଇଗଲା, ପ୍ୟାରୀଙ୍କ ଜନମୋର୍ଚ୍ଚା ରାଜଧାନୀର ସହିଦ ନଗର ଏବଂ ଖାରବେଳଙ୍କ ଉତ୍କଳ ଭାରତ ଖାରବେଳେ ନଗର ବାହାରକୁ ବାହାରି ପାରିଲା ନାହିଁ। ଅବଶ୍ୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ସମତାକ୍ରାନ୍ତି ଦଳ ପୁରୀରୁ ଯାଇ ବୀରମିତ୍ରପୁରରେ ଖାତା ଖୋଲିପାରିଲା। ସୁନ୍ଦରଗଡ଼ର ସଂରକ୍ଷିତ ଆସନ ବୀରମିତ୍ରପୁରରେ ସମତାକ୍ରାନ୍ତି ଦଳର ଜର୍ଜ ତିର୍କୀଙ୍କ ବିଜୟ, ବ୍ରଜ ତ୍ରିପାଠୀଙ୍କ ଇଜ୍ଜତ ବଞ୍ଚାଇ ଦେଲା। ଏଥିରୁ ବୁଝା ପଡୁଛି ଯେ ଓଡ଼ିଶାରେ ଆଞ୍ଚଳିକ ଦଳର ନେତୃତ୍ୱ ନେବା ବ୍ୟକ୍ତି ରାଜେନ୍ଦ୍ର ନାରାୟଣ ସିଂହଦେଓ, ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିବା ଲୋକ ହେବା ଜରୁରୀ। ଏପରିକି ପାନ୍ ଓଡ଼ିଶା ଇମେଜ୍ ନଥିବା ନନ୍ଦିନୀ ଶତପଥୀଙ୍କ ପରି ମୁଖ୍ୟମନ୍ତ୍ରୀ, ଆଞ୍ଚଳିକ ଦଳ ଗଢ଼ି ଢେଙ୍କାନାଳରେ ସୀମିତ ହୋଇଗଲେ।
ବିଜେଡିରେ ନାହାଁନ୍ତି ଜିଲ୍ଲାସ୍ତରୀୟ ନେତା
ସାତ ସାତ ଥରର ବିଧାୟକ ଦାମଦୋର ରାଉତ ମଧ୍ୟ ରାଜ୍ୟସ୍ତରୀୟ ନେତା ନୁହଁନ୍ତି । ନିଜ ଜନ୍ମମାଟି ଏରସମା ଆସନରୁ ୫ଥର ବିଜୟୀ ହୋଇଛନ୍ତି, ଏବଂ ପଡୋଶୀ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦୁଇ ଥର ପ୍ରତିନିଧିତ୍ୱ କଲେଣି ଦାମ ରାଉତ। ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ନାଁରେ ଜିତି କ୍ୟାବିନେଟ୍ ମନ୍ତ୍ରୀ ହୋଇପାରିଛନ୍ତି ଦାମଦୋର ରାଉତ ସତ; କିନ୍ତୁ ୧୯୯୫ରେ ଜଗତସିଂହପୁର ଜିଲ୍ଲାର ଦୁଇଟି ଆସନ ଏରସମା ଏବଂ ତିର୍ତ୍ତୋଲ ଭୋଟରଙ୍କ ଦ୍ୱାରା ଦାମଦୋର ରାଉତ ପ୍ରତ୍ୟାଖାତ ହୋଇଥିଲେ। ସେଥିପାଇଁ ସାଙ୍ଗଠନିକ କ୍ଷେତ୍ରରେ ଦୁର୍ବଳ ଦାମଦୋର ରାଉତଙ୍କ ପରି ବରିଷ୍ଠଙ୍କୁ ସାଇଡ୍ କରି ବିଜୟ ମହାପାତ୍ରଙ୍କ ପରି ଜୁନିଅରଙ୍କୁ ଭରସା କରୁଥିଲେ ବିଜୁ ପଟ୍ଟନାୟକ। ତେବେ ବସନ୍ତ ବିଶ୍ୱାଳଙ୍କ ଦେହାନ୍ତ ପରେ ଯଦିଓ ଦାମ ରାଉତ ନିଜକୁ ଜଗତସିଂହପୁର ଜିଲ୍ଲାର ଅପ୍ରତିଦ୍ୱନ୍ଦ୍ୱୀ ନେତା ବୋଲି ଭାବୁଛନ୍ତି, କିନ୍ତୁ ବାସ୍ତବତା ହେଉଛି ବିଜେଡିରେ କୌଣସି ଜିଲ୍ଲାସ୍ତରୀୟ ନେତା ହିଁ ନାହାଁନ୍ତି। ନବୀନ ପଟ୍ଟନାୟକଙ୍କ ୧୮ବର୍ଷ ଶାସନରେ ପ୍ରଫୁଲ ଘଡ଼ାଇଙ୍କ ପରି ନେତା ଯାଜପୁରରୁ ଯାଇ ସୁକିନ୍ଦାରେ ସୀମିତ ହୋଇଗଲେ,ସୁର ନାୟକ କାକଟପୁରରେ, ସୂର୍ଗତ କାଳିନ୍ଦୀ ବେହେରା ସାଲେପୁରରେ, ପ୍ରଦୀପ ମହାରଥୀ ପିପିଲି ନେତା,ରାଜା ସ୍ୱାଇଁ ଆଠଗଡ଼ରେ ଏବଂ ଦେବୀ ମିଶ୍ରଙ୍କ ପରି ଟାଣୁଆ ନେତା ନରସିଂହପୁର ନେତା ହୋଇ ରହିଯାଇଛନ୍ତି।Braja-KishoreTripathy(ବ୍ରଜକିଶୋର ତ୍ରିପାଠୀ)
ଅଡୁଆ କରିବ ପୁଅ-ଝିଅଙ୍କ ବିଜେଡି ଲିଙ୍କ୍
ଏଭଳି ସ୍ଥିତିରେ ନବୀନ ପଟ୍ଟନାୟକ ବିରୋଧରେ ଦାମ ରାଉତ  ଲଢ଼େଇ କରିବାକୁ ବାହାରିଛନ୍ତି। ତେବେ ଖବର ରହିଛି ଯେ ଓଡ଼ିଶା କଂଗ୍ରେସ ଉପରେ ଯଥେଷ୍ଟ ପ୍ରଭାବ ରଖିଥିବା ଏକ ଶିଳ୍ପପତି ପରିବାର ୨୦୧୮ଏପ୍ରିଲ ଯାଏଁ ଏକ ଆଞ୍ଚଳିକ ଦଳ ଗଠନ କରିବା ଯୋଜନାରେ ଥିଲେ। ହେଲେ ଦିଲ୍ଲୀର ଦୁଇଟି ସର୍ଭେ ସଂସ୍ଥାର ରିପୋର୍ଟରୁ ଜାଣିଥିଲେ ଯେ ଓଡ଼ିଶାବାସୀ ବିଜେଡି, ବିଜେପି ଏବଂ କଂଗ୍ରେସ ବ୍ୟତୀତ ଅନ୍ୟ ଏକ ଆଞ୍ଚଳିକ ଦଳକୁ ଗ୍ରହଣ କରିବା ମୁଡରେ ନାହାଁନ୍ତି। ସର୍ଭେ ରିପୋର୍ଟ ପାଇବା ପରେ, କଂଗ୍ରେସର ତତ୍କାଳୀନ ଅସନ୍ତୁଷ୍ଟ ନେତା ନିଜ ଦଳରେ ସ୍ଥିତି ସୁଦୃଢ଼ କରିଦେଲେ। ସେ ସମୟରେ ଦାମ ରାଉତଙ୍କ ବିଜୁ ସମତାକ୍ରାନ୍ତି ଦଳର ଭବିଷ୍ୟତ କଣ ହେବ? ଅନ୍ୟପଟେ ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଗଠନ ବେଳକୁ ତାଙ୍କ ପରିବାରର କେହି ବିଜେଡିରେ ନଥିଲେ। ଅଥଚ ଦାମ ରାଉତଙ୍କ ପୁଅ ଏବେବି ବିଜେଡିର ସମ୍ପାଦକ ଏବଂ ତାଙ୍କ ଝିଅ ଭୁବନେଶ୍ୱର ମହାନଗର ନିଗମରେ ବିଜେଡିରୁ କର୍ପୋରେଟର ଅଛନ୍ତି। ଏଭଳି ସ୍ଥିତିରେ ବ୍ରଜଙ୍କ ବୀରମିତ୍ରପୁର ଦଖଲ ଠାରୁ ଦାମଙ୍କ ଏରସମା-ପାରାଦୀପ ଗଡ଼ ଦୁର୍ବଳ ହୋଇଯିବ ନାହିଁ ତ !
ଏଥିସହ ପଢ଼ନ୍ତୁ-ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ କରାଇଲେ; କିନ୍ତୁ କହିପାରିଲେନି ଯେ ‘ସେମାନେ ଆମ ମାଟିର ପୁଅ’

Biju Samata Kranti DalBJDBraja Kishore TripathyDamador RoutParadeep-Erasama
Tweet
0
ବିଜେଡିରେ ଘମାସନ: ମନ୍ତ୍ରୀ ବଦ୍ରିଙ୍କ କଟ୍ଟାକ୍ଷ ‘ସାଂସଦ ସୌମ୍ୟ ହେଉଛନ୍ତି ମହାପୁରୁଷ’
ଢାଲି ଫେରିବେ ଜୟଦେବ! ନିଆଳିରୁ ଲଢ଼ିବେ ଅର୍ଥମନ୍ତ୍ରୀ!

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.