ସାତ ଦଶନ୍ଧି ପରେ ଭାରତରେ ଦୌଡ଼ିବ ଚିତା ବାଘ

ଦୀର୍ଘ ଦିନର ବ୍ୟବଧାନ ପରେ ଭାରତ ଜଙ୍ଗଲରେ ଚିତା ବାଘ ଦେଖିବାକୁ ମିଳିବ। ପ୍ରାୟ ସାତ ଦଶନ୍ଧି ପରେ ଏ ସ୍ୱପ୍ନ ସତ ହେବାକୁ ଯାଉଛି। ଆଫ୍ରିକାର ନାମିବିୟାରୁ ଭାରତକୁ ୮ ଚିତା ବାଘ ଆସୁଛି। କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ଚିତା ପ୍ରକଳ୍ପ ପାଇଁ ଆସନ୍ତା ୧୭ ତାରିଖରେ ଭାରତକୁ ଚିତା ବାଘ ଆଣିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ନାମିବିୟାରେ ଚିତା ବାଘଙ୍କୁ ନେଇ ଆସିବାକୁ ଥିବା ବିମାନକୁ ମଧ୍ୟ ସ୍ୱତନ୍ତ୍ର ରୂପେ ଡିଜାଇନ୍ କରାଯାଇଛି। ଏହି ବିମାନରେ ଚିତା ବାଘର ମୁହଁକୁ ଚିତ୍ରିତ କରାଯାଇଛି। ଭାରତୀୟ ହାଇ କମିସନ ଏହାର ଫଟ ମଧ୍ୟ ଶେଆର କରିଛନ୍ତି।
A special bird touches down in the Land of the Brave to carry goodwill ambassadors to the Land of the Tiger.#AmritMahotsav #IndiaNamibia pic.twitter.com/vmV0ffBncO
— India In Namibia (@IndiainNamibia) September 14, 2022
ଭାରତ ଜଙ୍ଗଲରେ ଦୌଡ଼ିବ ନାମିବିୟାର ବାଘ
ଭାରତରେ ଚିତାବାଘ ସମସ୍ୟାକୁ ଦୂର କରିବାକୁ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ନାମିବିୟାର ରାଜଧାନୀ ୱିଣ୍ଡହକରୁ ଏକ ଚାଟାର୍ଡ ବିମାନରେ ୮ଟି ଚିତା ବାଘକୁ ଭାରତ ଅଣାଯିବ। ଏଥିରେ ୩ଟି ବାଘ ଓ ୫ଟି ବାଘୁଣୀ ଅଛନ୍ତି। ଚିତା ବାଘଙ୍କ ବୟସ ୨ରୁ ୫ ବର୍ଷ ବୟସ ହୋଇଥିବା ବେଳେ ବାଘୁଣୀଙ୍କ ବୟସ ସାଢେ ୪ ବର୍ଷରୁ ସାଢେ ୫ ବର୍ଷ ଭିତରେ ରହିଛି।ଆସନ୍ତା ୧୭ ତାରିଖରେ ସକାଳ ୬ଟାରୁ ୭ଟା ଭିତରେ ଚିତା ବାଘକୁ ନେଇ ଆସୁଥିବା ବିମାନ ରାଜସ୍ଥାନ ବିମାନ ବନ୍ଦରରେ ପହଞ୍ଚିବ। ନାମିବିୟାରୁ ଆସିବାକୁ ଏହି ବିମାନଟିକୁ ୧୧ ଘଣ୍ଟା ସମୟ ଲାଗିବ। ଏହାପରେ ଚାଟାର୍ଡ ହେଲିକପ୍ଟର ଯୋଗେ ୮ଟି ଚିତାକୁ ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କକୁ ଅଣାଯିବ। ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମ ଦିନରେ କୁନୋ ପାଲପୁର ଅଭୟାରଣୟରେ ଚିତା ପ୍ରକଳ୍ପର ଶୁଭାରମ୍ଭ କରିବେ।
Connect With Us