Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଟାଇ..ଟାଇ..ଔର୍ ଚାମ୍ପିଅନ୍:କେହି କେବେ ଦେଖିନଥିଲେ ଏମିତି ବିଶ୍ୱକପ

By admin • July 15, 2019 • ସ୍ପୋର୍ଟସ୍

କ୍ରିକେଟ ମହାକୁମ୍ଭରେ ଯବନିକା ପଡ଼ିଛି।ନୂଆ ବିଶ୍ୱ ବିଜେତା ମିଳିଲା।ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମ ଥର କ୍ରିକେଟର ମକ୍କା ‘ଲର୍ଡସ’ରେ ବିଶ୍ୱକପ୍ ଉଠାଇଛି ଇଂଲଣ୍ଡ। ହୋମଗ୍ରାଉଣ୍ଡରେ ଚାମ୍ପିଅନ୍ ହେବାର ସୌଭାଗ୍ୟ ପାଇଛି।ଏହି ବିଜୟ ପାଇବାକୁ ଇଂଲଣ୍ଡକୁ ୪୪ ବର୍ଷ ଲାଗିଲା।ସେହିପରି ଓ୍ୱାର୍ଲଡ କପ୍ ଇତିହାସରେ ୨୩ବର୍ଷ ପରେ ମିଳିଲା ନୂଆ ଚାମ୍ପିଅନ୍।କ୍ରିକେଟରେ ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ଲଢ଼େଇ ଦେଖିଲା ସାରା ବିଶ୍ୱ।
ବାଉଣ୍ଡ୍ରି ବାଛିଲା ବିଶ୍ୱବିଜେତା
ଶହେ ଓଭରରେ ନିର୍ଣ୍ଣୟ ହୋଇ ପାରିଲା ନାହିଁ ବିଶ୍ୱକପ୍ ଚାମ୍ପିଅନ୍।ପ୍ରଥମ ଥର ବିଶ୍ୱକପରେ ଖେଳାଗଲା ସୁପର ଓଭର।ପୁଣି ମ୍ୟାଚ୍ ଟାଇ ରହିବାରୁ ଅଧିକ ବାଉଣ୍ଡ୍ରି ମାରିଥିବା ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା।କାରଣ ଫାଇନାଲ ମୁକାବିଲାରେ ଇଂଲଣ୍ଡ ୨୨ଟି ଚୌକା ଓ ୨ଟି ସିକ୍ସ ମାରିଥିଲା।ସୁପର ଓଭରରେ ମାରିଥିଲା ୨ଟି ଚୌକା। ନ୍ୟୁଜିଲାଣ୍ଡ ୫୦ ଓଭରରେ ୧୪ଚୌକା ଓ ୨ଟି ଛକା ମାରିଥିବା ବେଳେ ସୁପର ଓଭରରେ କେବଳ ଗୋଟିଏ ସିକ୍ସ ନିଜ ନାଁରେ କରିଥିଲେ।ବିଶ୍ୱକପ ଫାଇନାଲରେ ଏମିତି କାଣ୍ଟେ କା ଟକ୍କର ହେବ ବୋଧେ କେହି କେବେ କଳ୍ପନା କରିନଥିଲେ।

୪୪ବର୍ଷ ପରେ ବିଶ୍ୱ ଚାମ୍ପିଅନ୍
କ୍ରିକେଟ ଗଡଫାଦର ଇଂଲଣ୍ଡ।କିନ୍ତୁ କେବେ ବିଶ୍ୱକପ୍ ଚାମ୍ପିଅନ୍ ହେବାର ସୌଭାଗ୍ୟ ପାଇ ନଥିଲା।ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିଲା ୪୪ ବର୍ଷ।ଶେଷରେ ୨୦୧୯ରେ ସ୍ୱପ୍ନ ସାକାର ହୋଇଛି।କ୍ରିକେଟର ମକ୍କା ‘ଲର୍ଡସ’ରେ ବିଶ୍ୱକପ୍ ଟ୍ରଫି ଉଠାଇ ଚଳିତ ବିଶ୍ୱକପକୁ ନିଜ ନାଁରେ କରିଛି ଇଂଲଣ୍ଡ।ଅନ୍ୟପଟେ ପୁଣି ଥରେ ଫାଇନାଲ୍ ଖେଳିଥିଲେ ବି ନ୍ୟୁଜିଲାଣ୍ଡର ଓ୍ୱାର୍ଲଡ କପ୍ ଆଶା ଧୂଳିସାତ ହୋଇଛି।

କ୍ରିକେଟ ଇତିହାସରେ ଏମିତି କେବେ ବିଶ୍ୱକପ୍ ଫାଇନାଲ୍ ହୋଇ ନଥିଲା। କାଣ୍ଟେ କା ଟକ୍କର।ପ୍ରଥମେ ନିର୍ଦ୍ଧାରିତ ଓଭରରେ ମ୍ୟାଚ୍ ଟାଇ ହୋଇଗଲା।ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୪୧ରନ୍ କରିଥିବା ବେଳେ ଚେଜ୍ କରି ଇଂଲଣ୍ଡ ବି ୨୪୧ରେ ସୀମିତ ରହିଗଲା।ଚାମ୍ପିଅନ୍ ବାଛିବାକୁ ପ୍ରଥମ ଥର ଖେଳାଗଲା ସୁପର ଓଭର୍।ପୁଣି ମ୍ୟାଚ୍ ବରାବର ରହିଲା।ଏହାପରେ ବାଉଣ୍ଡ୍ରି ଲାଇନ୍ ଅର୍ଥାତ୍ ଯିଏ ଅଧିକ ଚୌକା ମାରିଛି ତାକୁ ଆଧାର କରି ଫୈସଲାହେଲା।ଚାମ୍ପିଅନ୍ ହୋଇଗଲା ଇଂଲଣ୍ଡ।୧୯୭୫ରୁ କରିଥିବା ଅପେକ୍ଷାରେ ଅନ୍ତ ହୋଇଗଲା।

ମୋର୍ଗାନ ଦେଲେ ବିଶ୍ୱକପ୍
ଇୟନ ମୋର୍ଗାନଙ୍କ ନେତୃତ୍ୱାଧୀନ ଇଂଲଣ୍ଡକୁ ଓ୍ୱାର୍ଲଡ କପ୍ ଆରମ୍ଭରୁ ଟାଇଟଲ୍ ଦାବିଦାର କୁହାଯାଉଥିଲା। ପୂର୍ବରୁ ୩ଥର ବିଶ୍ୱକପ ଖେଳିଥିଲେ ବି ଇଂଲିଶ ଦଳ କେବେ ଚାମ୍ପିଅନ୍ ହୋଇ ନଥିଲା।ଏଥର ନିଜ ମାଟିରେ ଓ୍ୱାର୍ଲଡ କପ୍ ହେଉଥିବାରୁ କୌଣସି ମୌକା ହାତ ଛଡ଼ା କରିବାକୁ ଚାହିଁ ନଥିଲା। ଗ୍ରୁପ୍ ପର୍ଯ୍ୟାୟରେ ଭଲ ଖେଳିଥିଲା। ନକଆଉଟରେ ପାଞ୍ଚ ଥର ବିଜେତା ଅଷ୍ଟ୍ରେଲିଆକୁ ମାତ ଦେଇ ହାତେଇଥିଲା ବିଶ୍ୱକପ୍ ଫାଇନାଲ ଟିକେଟ୍।ଶେଷରେ ବିଶ୍ୱବିଜେତା ହୋଇଛି।ମ୍ୟାଚର ହିରୋ ସାଜିଥିଲେ ବେନ୍ ଷ୍ଟୋକ୍ସ। ୯୮ବଲରେ ସେ କରିଥିଲେ ୮୪ ରନ୍।

Cricket World Cup 2019EnglandNew Zealand
Tweet
0
ପାଟକୁରା ବିଧାୟକଙ୍କୁ ଉପବାଚସ୍ପତି କରାଇଥିଲେ ବିଜୁ
ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆନ୍ଦୋଳନ କଲେ ବିଜୁ; ଜେଲ ଗଲେ ବିଜୟ

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.