Dhoni-and-Kohli

ଅଷ୍ଟ୍ରେଲିଆ ପରେ ଏବେ ମିଶନ୍ ନ୍ୟୁଜିଲାଣ୍ଡରେ ଟିମ୍ ଇଣ୍ଡିଆ। ଆଗକୁ ବିଶ୍ୱକପ୍ । ତାପୂର୍ବରୁ ବିଦେଶ ଗସ୍ତରେ ଯାଇ ଦମ୍ ଦେଖାଉଛି ମେନ ଇନ୍ ବ୍ଲ୍ୟୁ। ଆଗାମୀ ଛଅ ମାସ ଭିତରେ ଦଳରେ ଏକ ବଡ଼ ପରିବର୍ତ୍ତନ ହେବ। ଏକଥା ଉଣା ଅଧିକେ ସମସ୍ତଙ୍କୁ ଜଣା। କଥା ହେଉଛି, ବିଶ୍ୱକପ୍ ପରେ କ୍ରକେଟକୁ ଅଲବିଦା କହି ପାରନ୍ତି ମହେନ୍ଦ୍ର ସିଂ ଧୋନି। ତାଙ୍କ ଅବସର ଭାରତୀୟ କ୍ରିକେଟରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିବ। ବାକି ଖେଳାଳି ଭଲ ଖେଳିଲେ ବି ଧୋନିଙ୍କର ଗୋଟିଏ ସ୍କିଲ୍ ଅନ୍ୟ କୌଣସି ଖେଳାଳିଙ୍କ ପାଖରେ ଦେଖିବାକୁ ମିଳୁ ନାହିଁ।
ଓ୍ୱିକେଟ ପଛରେ ଗେମ୍ ପ୍ଲାନ୍MS-Dhoniମାହି ଟେଷ୍ଟରୁ ସନ୍ୟାସ ନେଇ ସାରିଛନ୍ତି। ଦିନିକିଆ ଓ ଟି-ଟ୍ୱେଣ୍ଟିରେ କେବଳ ଓ୍ୱିକେଟ କିପର-ବ୍ୟାଟ୍ସମ୍ୟାନ ଭାବରେ ଖେଳୁଛନ୍ତି। କିନ୍ତୁ ଓ୍ୱିକେଟ ପଛରେ ତାଙ୍କର ରହିଛି ଗୋଟିଏ ବଡ଼ ରୋଲ୍। ତାଙ୍କ ଅବସର ପରେ ବିରାଟ କୋହଲିଙ୍କ ପାଇଁ ଗୋଟିଏ ବଡ଼ ସମସ୍ୟା ହୋଇପାରେ। କାରଣ ଓ୍ୱିକେଟ ପଛରେ ରହି ଧୋନି ପ୍ରଥମେ ବୋଲରଙ୍କ ପାଇଁ ଫିଲଡିଂ ସେଟ୍ କରନ୍ତି। ତାପରେ ବୋଲରଙ୍କ ହାତରେ ପ୍ଲାନ୍ ଅନୁସାରେ ବୋଲିଂ କରାନ୍ତି। ଓ୍ୱିକେଟ ଅକ୍ତିଆର କରନ୍ତି ବୋଲର। ଏଇଟା ହେଉଛି ଧୋନିଙ୍କର ସବୁଠୁ ବଡ଼ ରଣନୀତି। ବିରାଟ କୋହିଲ କ୍ୟାପଟେନ୍, କିନ୍ତୁ ବାଉଣ୍ଡ୍ରି ଲାଇନରେ ଫିଲଡିଂ କରନ୍ତି। ଧୋନି ଫିଲଡିଂ ସେଟ୍ କରନ୍ତି।
Dhoni-Stumping
ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରସ୍ ଟେଲରଙ୍କୁ ଧୋନି ଆଶ୍ଚର୍ଯ୍ୟଜନକ ଭାବରେ ଷ୍ଟମ୍ପିଂ କରିଥିଲେ। କୁଳଦୀପ ଯାଦବଙ୍କୁ ଧୋନି ପ୍ରଥମେ କହିଥିଲେ, କେଉଁଠି ବଲକୁ ପିଚ୍ ଅପ୍ କରାଇବେ। ବ୍ୟାସ୍ୟମ୍ୟାନ୍ ସେହି ବଲକୁ କେମିତି ଖେଳିବେ ସେକଥା ଜାଣିଥିଲେ ବୋଧେ ଧୋନି। ରେଜଲ୍ଟ ବି ହେଲା, ଷ୍ଟମ୍ପିଂ ହୋଇ ପାଭିଲନ୍ ଫେରିଥିଲେ ରସ୍ ଟେଲର୍। ଟିମ୍ ସ୍ପିରିଟ୍ ନେଇ ସମସ୍ତେ ଖେଳୁଛନ୍ତି ଓ ସମସ୍ତଙ୍କର ଉତ୍ତରଦାୟିତ୍ୱ ବି ରହୁଛି। କିନ୍ତୁ ଟିମ୍ ଇଣ୍ଡିଆ ପାଇଁ ଧୋନିଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ ନିହାତି।
କୋହଲି କଣ କରିବେ ?Dohni-Stumpingଏବେ ସମସ୍ତଙ୍କୁ ମନରେ ଗୋଟିଏ ପ୍ରଶ୍ନ ଧୋନିଙ୍କ ପରେ ଏହି ରୋଲ୍ କିଏ ନିଭାଇବ? ବିରାଟ କୋହଲି କଣ ଏହି କାମ କରି ପାରିବେ? ପୂର୍ବରୁ କିଛି ମ୍ୟାଚରେ ଦେଖିବାକୁ ମିଳିଛି ଯେ, କୋହଲି ଠିକରେ ରିଭ୍ୟୁ ବି ନେଇ ପାରି ନାହାନ୍ତି। ବିଭିନ୍ନ ସମୟରେ ଭୁଲ୍ ରିଭ୍ୟୁ ନେଇଛନ୍ତି। କିନ୍ତୁ ମୋହି ରିଭ୍ୟୁ ନେବାରେ ମାହିର। ସେହିପରି ଟିମ୍ ଇଣ୍ଡିଆର ସଫଳ ଫିନିସର ଭାବରେ ଫେମସ୍ ଧୋନି। ପରିବର୍ତ୍ତନ ପ୍ରକୃତିର ନିୟମ। ଏକଥା ଯୁଗେ ଯୁଗେ ସତ। ଧୋନି ଦିନେ ନା ଦିନେ କ୍ରିକେଟ ସହ ପ୍ରତ୍ୟକ୍ଷ ସମ୍ପର୍କ ଛିନ୍ନ କରିବେ। ଏବେ ରୁଷଭ ପନ୍ଥଙ୍କୁ ଧୋନିଙ୍କ ଉତ୍ତରାଧିକାରୀ ଭାବରେ ପ୍ରୋଜେକ୍ଟ କରାଯାଉଛି। ତେଣୁ ରୁଷଭ ବେଳ ଥାଉ ଥାଉ ଧୋନିଙ୍କୁ ଗୁରୁ ମାନି ତାଙ୍କ ସ୍କିଲକୁ ଆପଣେଇଲେ ନିଜ ପାଇଁ ଓ ଦଳ ପାଇଁ ବଢ଼ିଆ। ଓ୍ୱିକେଟ ପଛରେ ପ୍ଲାନିଂ ଶିଖିବା ନିହାତି ଜରୁରୀ। ଦେଖିବା କଥା, ଧୋନିଙ୍କ ପରେ ତାଙ୍କ ରୋଲ୍ କିଏ ଓ କେମିତି ନିଭାଇ ପାରୁଛନ୍ତି।