ହକି ଇଣ୍ଡିଆର ସଭାପତି ଦାୟିତ୍ୱରେ,ପ୍ରଥମ ଓଡ଼ିଆ ଦିଲ୍ଲୀପ!

ଓଡ଼ିଶା ପାଇଁ ଆଉ ଏକ ଗର୍ବର ଅଧ୍ୟାୟ ସୃଷ୍ଟି ହୋଇଛି। ଓଡ଼ିଆ ପୁଅ ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ଦ୍ୱନ୍ଦ୍ୱରେ ସେ ହକି ଇଣ୍ଡିଆର ସଭାପତି ପଦ ଜିତିଛନ୍ତି। ହକି ଇଣ୍ଡିଆର ସଭାପତି ପଦ ପାଇଁ ଉତ୍ତରପ୍ରଦେଶର ହକି ଚିଫ୍ ରାକେଶ କାତ୍ୟାଲ ଓ ଝାଡ଼ଖଣ୍ଡର ହକି ଚିଫ୍ ବୋଲନାଥ ସିଂ ନାମାଙ୍କନ ପତ୍ର ଦାଖଲ କରିଥିଲେ।ମାତ୍ର ଦିଲ୍ଲୀପଙ୍କ ନାମାଙ୍କନ ପରେ ସେମାନେ ଦିଲ୍ଲୀପଙ୍କୁ ସମର୍ଥନ କରି ଉଭୟ ରାକେଶ ଓ ଭୋଳାନାଥ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ଦିଲ୍ଲୀପ ନିର୍ଦ୍ୱନ୍ଦରେ ହକି ଇଣ୍ଡିଆର ସଭାପତି ପଦରେ ନିର୍ବାଚିତ ହୋଇଛନ୍ତି।
Thanks @DrSYQuraishi & @FIH_Hockey for conducting smooth elections of @TheHockeyIndia. I will ensure that Indian hockey reaches to new heights.@CMO_Odisha @Media_SAI @IndiaSports pic.twitter.com/romj3xJQwR
— Dilip Kumar Tirkey (@DilipTirkey) September 23, 2022
ଓଡ଼ିଆଙ୍କ ହାତରେ ଜାତୀୟ କ୍ରୀଡାର ଭବିଷ୍ୟତ
ଦୀଲ୍ଲିପ ତୀର୍କି ଆଗରୁ ଇଣ୍ଡିଆନ୍ ହକି ଟିମର ଅଧିନାୟକ ପଦ ସମ୍ଭାଳିଛନ୍ତି। ହକି ଇଣ୍ଡିଆର ସଭାପତି ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ।। ଦିଲ୍ଲୀପ ତିର୍କୀ ଦେଶ ପାଇଁ ୪୧୨ଟି ମ୍ୟାଚ୍ ଖେଳିଛନ୍ତି। ସେ ୧୯୯୫ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି। ସେ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଦିଲ୍ଲୀପ ତିନିଟି ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି। ସେ ୧୯୯୬ର ଆଣ୍ଟଲାଣ୍ଟା ଅଲିମ୍ପିକ୍ସ ସହିତ ୨୦୦୦ର ସିଡ୍ନୀ ଓ ୨୦୦୪ର ଏଥେନ୍ସ ଅଲିମ୍ପିକ୍ସ ଖେଳିଛନ୍ତି। ସେ ୨୦୧୦ରେ ଅନ୍ତଜାର୍ତୀୟ ହକିରୁ ଅବସର ନେଇଛନ୍ତି। ତେବେ ଅବସର ପରେ ହକି ଇଣ୍ଡିଆର ସଭାପତି ହେବା ପରେ ସେ ଭାରତୀୟ ହକିକୁ ଏକ ନୂଆ ଉଚ୍ଚତାକୁ ନେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମତ ରଖିଛନ୍ତି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us