ପାକିସ୍ତାନରେ କ୍ରିକେଟ ଖେଳାଳୀଙ୍କ ଦୁରାବସ୍ଥାକୁ ନେଇ ଏକ ବଡ ସତ ସାମ୍ନାକୁ ଆସିଛି। ଖେଳାଳୀଙ୍କ ସୁରକ୍ଷା କ୍ରିକେଟ ବୋର୍ଡର ଦାୟୀତ୍ୱ ହୋଇଥିଲାବେଳେ ଏଥିରେ ପାକିସ୍ତାନ ଦେଶ ଅବହେଳା କରୁଥିବା ଅଭିଯୋଗ ଆସିଛି। ଆଉ କେହି ନୁହେଁ ବରଂ ପାକିସ୍ତାନର ପୂର୍ବତନ କ୍ୟାପ୍ଟେନ୍ ଶାହିଦ୍ ଆଫ୍ରିଦି ଏ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି। ପାକିସ୍ତାନ କ୍ରିକେଟରଙ୍କ ଅବସ୍ଥା ଶୋଚନୀୟ କହିବା ସହ ସେମାନଙ୍କୁ କିପରି ଦୟନୀୟ ଭାବେ ଜୀବନ କାଟିବାକୁ ପଡୁଛି ସେ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି।

ପିସିବିର ଅବହେଳା:କ୍ରିକେଟରଙ୍କୁ ମିଳିନୁ ସ୍ୱାସ୍ଥ୍ୟ ସହାୟତା
ପାକିସ୍ତାନ କ୍ରିକେଟ ବୋର୍ଡର ଅପାରଗତା ପଦାକୁ ଆସିଛି। ଏପରିକି କ୍ରିକେଟରଙ୍କ ସ୍ୱାସ୍ଥ୍ୟପ୍ରତି ମଧ୍ୟ ପ୍ରଯତ୍ନଶୀଳତାର ଅଭାବ ହେଉଥିବା ଅଭିଯୋଗ ହୋଇଛଇ। ପାକିସ୍ତାନ ଟିମର ପୁର୍ବତନ ଅଧିନାୟକ ଶାହିଦ୍ ଆଫ୍ରିଦି ପାକିସ୍ତାନ କ୍ରିକେଟ ବୋର୍ଡର ଖୁଲାସା କରିଛନ୍ତି। କ୍ରିକେଟରଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ବି ତାକୁ ଖାତିର କରୁନି ପିସିବି। ଏହି କ୍ରମରେ ବୋଲର୍ ଶାହିନ୍ ଶାହା ଆଫ୍ରିଦି ଅତୀତ ନିକଟରେ ଆହତ ହୋଇଥିବାବେଳେ ଚିକିତ୍ସା ପାଇଁ ନିଜ ଖର୍ଚ୍ଚରେ ଇଂଲଣ୍ଡ ଯିବା ସହ ସେଠାରେ ନିଜ ଖର୍ଚ୍ଚରେ ହିଁ ରହିବା ସହ ଚିକିତ୍ସା କରିବା କଥା କହିଛନ୍ତି। ପିସିବିର କ୍ରିକେଟରଙ୍କ ପ୍ରତି ଏଭଳି ମନୋଭାବ  ଦେଶର କ୍ରିକେଟରଙ୍କ ପାଇଁ କ୍ଷୋଭର ବିଷୟ ବୋଲି ଆଫ୍ରିଦି ମତ ରଖିଛନ୍ତି। ଯେଉଁ ଦେଶରେ ଖେଳାଳିଙ୍କ ପାଇଁ କାହାରି ପରବାୟ ନାହିଁ ସେଠି ଖେଳର ଭବିଷ୍ୟତ କ’ଣ ବୋଲି କହିବା ଆଫ୍ରିଦି ପ୍ରଶ୍ନ କରିଛନ୍ତି।