Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ସୁପ୍ରିମକୋର୍ଟଙ୍କୁ ସମ୍ମାନ ଦେଇ, ଅଭିଜିତଙ୍କୁ ସୁରକ୍ଷିତ ସ୍ଥାନ ଜେଲକୁ ପଠାଇଲେ ଓଡ଼ିଶା ପୋଲିସ

By admin • October 23, 2018 • ନ୍ୟୁଜ୍

ଭୁବନେଶ୍ୱର: କୋଣାର୍କ ମନ୍ଦିର ସମ୍ପର୍କରେ ଦେଇଥିବା ଅବାନ୍ତର ଟିପ୍ପଣୀ, ଅଭିଜିତ ଆୟର ମିତ୍ରଙ୍କୁ ମହଙ୍ଗା ପଡ଼ିଲା। ତଥାକଥିତ ପ୍ରତିରକ୍ଷା ବିଶେଷଜ୍ଞ ଅଭିଜିତଙ୍କୁ ଆଜି(ମଙ୍ଗଳବାର) ଓଡ଼ିଶା ପୋଲିସ ଗିରଫ କରିଛି। ଅଭିଜିତଙ୍କୁ ଗିରଫ କରିବା ଆଗରୁ କମିଶନରେଟ୍ ପୋଲିସର ସହିଦ ନଗର ଥାନାର ଅଧିକାରୀ ଜେରା କରିଥିଲେ। ଏହାସହ ପୁରୀ ଜିଲ୍ଲାର କୋଣାର୍କ ଏବଂ ଅରଖକୁଦା ପୋଲିସ ମଧ୍ୟ ଏକ ଗୋପନ ସ୍ଥାନରେ ପଚରା ଉଚରା କରିଥିବାର ସୂଚନା ରହିଛି। ଜେରା ପରେ ଅଭିଜିତଙ୍କ କାର୍ଯ୍ୟକଳାପକୁ ଭୁଲ ଭାବେ ଗ୍ରହଣ କରି ସହିଦ ନଗର ଥାନା ପୋଲିସ ତାଙ୍କୁ ଗିରଫ କରିଛି। ପରେ ଅଭିଜିତଙ୍କୁ ଭୁବନେଶ୍ୱର ଏସଡିଜେମଙ୍କ କୋର୍ଟରେ ହାଜର କରାଯାଇଥିଲା। ଅଭିଜିତଙ୍କ ଜାମିନ ନାମଞ୍ଜୁର ହେବା ଯୋଗୁ ତାଙ୍କୁ ୧୪ଦିନ ପାଇଁ ଝାରପଡ଼ା ଜେଲକୁ ପଠାଯାଇଛି। ସେପେଟେ ଅଭିଜିତଙ୍କୁ ରିମାଣ୍ଡରେ ନେବାକୁ କୋଣାର୍କ ଥାନା ପୋଲିସ ଆବେଦନ କରିଛନ୍ତି।
ଦିଲ୍ଲୀରେ ଗିରଫ ହୋଇଥିଲେ
ତେବେ ଏହା ପୂର୍ବରୁ ଗତ ସେପ୍ଟମ୍ବର୨୦ରେ ମଧ୍ୟ ଓଡ଼ିଶା ପୋଲିସ ଅଭିଜିତଙ୍କୁ ଦିଲ୍ଲୀରେ ଗିରଫ କରିଥିଲା। ହେଲେ ମାତ୍ର କେଇ ଘଣ୍ଟାରେ ଅଭିଜିତ ଆୟରଙ୍କୁ ମିଳି ଯାଇଥିଲା ଜାମିନ। କିନ୍ତୁ ତଦନ୍ତ ପ୍ରକ୍ରିୟାରେ ଓଡ଼ିଶା ପୋଲିସକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ତେବେ ଗତ ସେପ୍ଟମ୍ବର ୧୬ରେ ସୋସିଆଲ ମିଡିଆରେ କୋଣାର୍କ ମନ୍ଦିର ବାବଦରେ ଅରୁଚିକର ଟିପ୍ପଣୀର ଏକ ଭିଡିଓ ଫୁଟେଜ ଭାଇରାଲ କରିଥିଲେ ଅଭିଜିତ। ସେହି ମାମଲାରେ ଓଡ଼ିଶା ପୋଲିସ ଅଭିଜିତଙ୍କୁ ଗିରଫ କରିଥିଲା।Supreme-Courtବିରକ୍ତ ହୋଇଥିଲେ ସୁପ୍ରିମକୋର୍ଟ
ଅପରପକ୍ଷରେ ଜାମିନରେ ଆସିବା ପରେ ଗତ ସେପ୍ଟମ୍ବର ୨୮ରେ କୋଣାର୍କ ପୋଲିସ ନିକଟରେ ହାଜର ହୋଇନଥିଲେ ଅଭିଜିତ। ବରଂ ପୋଲିସ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଗତ ଅକ୍ଟୋବର ୪ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କୋର୍ଟଙ୍କୁ ଜଣାଇଥିଲେ ଅଭିଜିତ। ହେଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କୁ ନେଇ ଗଠିତ ବେଞ୍ଜ, ଗିରଫରୁ ବର୍ତ୍ତିବା ପାଇଁ ଆଗୁଆ ଜାମିନ ଆବେଦନ କରିଥିବା ଅଭିଜିତଙ୍କୁ ସୁରକ୍ଷା ପ୍ରଦାନ କରିନଥିଲେ। ବରଂ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇ ଥିବା ଅଭିଜିତଙ୍କ ପାଇଁ ଜେଲ ସୁରକ୍ଷିତ ସ୍ଥାନ ବୋଲି କହିଥିଲେ। ସୁପ୍ରିମକୋର୍ଟ ଅଭିଜିତଙ୍କୁ କହିଥିଲେ“ଯଦି ତୁମ ଜୀବନ ପ୍ରତି ବିପଦ ଅଛି ତେବେ ଜେଲ ଠାରୁ ଆଉ କେଉଁଟା ସୁରକ୍ଷିତ ସ୍ଥାନ ହେବ? ସେଠାରେ ତୁମେ ସୁରକ୍ଷିତ ରହିବ”। ଫଳରେ ବାଧ୍ୟ ହୋଇ ଅଭିଜିତ ଆୟର ଆଜି ଓଡ଼ିଶା ଆସିଥିଲେ।AVIJIT IN ASSEMBLYଗୃକମିଟିକୁ ସତ୍ୟପାଠ ଦେବେ
ତେବେ ଗିରଫ ପୂର୍ବରୁ ଅଭିଜିତ ଆୟର ବିଧାନସଭାର ଗୃହ କମିଟି ଆଗରେ ହାଜର ହୋଇ ନିଜର ଦୋଷ ସ୍ୱୀକାର କରିଥିଲେ। ଓଡ଼ିଶାର ବିଧାୟକଙ୍କ ପ୍ରତି ଦେଇଥିବା ଅରୁଚିକର ମନ୍ତବ୍ୟକୁ ନେଇ ଗୃହ କମିଟି ଆଗରେ ଭୁଲ ସ୍ୱୀକାର କରିଥିଲେ। ବିରୋଧିଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୬ଜଣିଆ ଗୃହ କମିଟି ନିକଟରେ ଅଭିଜିତ ନିଜର କାର୍ଯ୍ୟ ପାଇଁ ଭୁଲ ମାଗିଥିଲେ। ଦୁଇଟି ପର୍ଯ୍ୟାୟରେ ଅଭିଜିତ ଆୟର ମିତ୍ର ଆଜି ନିଜର ପକ୍ଷ ରଖିଥିଲେ। ଯାହା କହିଲେ ଏବଂ ଯାହା କହିବାକୁ ଚାହୁଁଛନ୍ତି ସେ ସବୁକୁ ସତ୍ୟପାଠ ଜରିଆରେ ଜଣାଇବାକୁ ଅଭିଜିତଙ୍କୁ କୁହାଯାଇଛି ବୋଲି ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ମିଡିଆକୁ ସୂଚନା ଦେଇଛନ୍ତି। ଏହାସହ ଆସନ୍ତା ନଭେମ୍ବର ୨ରେ ପୁଣି ଥରେ ହାଜର ହେବାକୁ ଗୃହ କମିଟି ଅଭିଜିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ପଢ଼ନ୍ତୁ– ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା ବିଜେଡିରେ ମିଶିବେ?

Abhijit Iyer MitraAssembly House CommitteeKonark TempleOdisha Police
Tweet
0
କଣ ଗୁରୁ ଲୁଲୁ ମହାପାତ୍ରଙ୍କ ପରିବାର ପରି, ରମେଶଙ୍କର ମଧ୍ୟ ହେଲାଣି କଂଗ୍ରେସ ଠାରୁ ମୋହଭଙ୍ଗ?
୧୯୮୩ ଓ୍ୱାର୍ଲଡ କପ୍ ଟିମ୍ ଅଲରାଉଣ୍ଡର କୀର୍ତ୍ତିଙ୍କୁ କାଉଣ୍ଟର୍ କରିବେ ଧୋନି-ଗମ୍ଭୀର !

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.