Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବ୍ରୋକରରୁ ବଲିଉଡ୍, ଓ୍ୱାଚମ୍ୟାନରୁ ସୁପରଷ୍ଟାର: ସେଲିବ୍ରିଟି ପୂର୍ବରୁ କ’ଣ ଏଭଳି କାମ କରୁଥିଲେ ଷ୍ଟାର ?

By admin • October 21, 2018 • ଫିଲ୍ମ
Bollywood Superstar

ଗ୍ଲାମର ଦୁନିଆର ସେଲିବ୍ରିଟି। ରଙ୍ଗୀନ ରଙ୍ଗମଞ୍ଚର ନାୟକ-ନାୟିକା କୁହନ୍ତୁ କି ଖଳନାୟକ କିମ୍ବା କମେଡି କିଙ୍ଗ କେହି କଳାକାର ହୋଇ ଜନ୍ମ ହୋଇ ନଥାଏ। ବହୁ ସଂଘର୍ଷ ଓ କଠିନ ପରିଶ୍ରମ ବଳରେ ସେମାନେ ସଫଳତା ପାଇଛନ୍ତି। ଘରେ ଘରେ ପରିଚିତ। ଷ୍ଟାର ଷ୍ଟାମ୍ପ ବାଜିବା ଆଗରୁ ସେମାନେ ଅଲଗା କିଛି କାମ କରୁଥିଲେ। ନିଜର ପରିଶ୍ରମ ସହ ଭାଗ୍ୟ ସାଥ୍ ଦେବାରୁ ଆଜି ସେମାନେ ସୁପରଷ୍ଟାର।
ଅମିତାଭ ବଚ୍ଚନAmitabh-Bachanବିଗ୍ ବିଙ୍କୁ କିଏ କହେ ମହାନାୟକ। ସେ ବଲିଉଡ ସେହନଶା, ଅଲ୍ ଟାଇମ୍ ଆଙ୍ଗ୍ରୀ ୟଙ୍ଗମ୍ୟାନ୍। ସତୁରୀ ଦଶକରୁ ଆଜିଯାଏଁ ଅପାସୋରା ଅଭିନୟରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି। ଏବେ ତାଙ୍କ ପାଖରେ ଅଚଳାଚଳ ସମ୍ପତ୍ତି। କିନ୍ତୁ ଆକ୍ଟିଂ କରିବା ପୂର୍ବରୁ ଜାଣନ୍ତି କି କ’ଣ ଥିଲେ ବିଗ୍ ବି ? କୋଲକାତାରେ ଏକ ସିପିଂ କମ୍ପାନୀର ବ୍ରୋକର କାମ କରୁଥିଲେ। କେହି ସ୍ୱପ୍ନରେ ବି ଭାବି ନଥିବେ ଯେ, ଦିନେ ଅମିତାଭ ବଚ୍ଚନ ହିନ୍ଦି ସିନେମାର ମହାନାୟକ ହେବେ।
ଶାହାରୁଖ ଖାନ୍Shah-Rukh-Khanବି-ଟାଉନ୍ କିଙ୍ଗ ଖାନ୍। ରୋମାଣ୍ଟିକ ହିରୋ ଭାବରେ କ୍ୟାରିଅର ଆରମ୍ଭ କରିଥିଲେ । ମାୟାନଗରୀରେ ପାଦ ଥାପିବା ପରଠୁ ମାଡି ଚାଲିଛନ୍ତି ଆଗକୁ ଆଗକୁ। ଦର୍ଶକଙ୍କ ଭେଟି ଦେଇଥିଲେ ମାଳ ମାଳ ସୁପରହିଟ୍ ଫିଲ୍ମ। ଆଜି କୋଟି କୋଟି ଟଙ୍କାର ମାଲିକ ଶାହାରୁଖ ଦିନ ଥିଲା ଫିଲ୍ମ ହଲ୍ ବାହାରେ ସେଲ୍ସମ୍ୟାନ୍ କାମ କରୁଥିଲେ। ସେତେବେଳେ ଦରମା ମିଳୁଥିଲା ମାତ୍ର ୫୦ ଟଙ୍କା ପ୍ରଥମ ଦରମାରେ ବୁଲି ଯାଇଥିଲେ ତାଜମହଲ। ପରେ ଭାଗ୍ୟ ଖୋଲିଥିଲା ଓ ଶାହାରୁଖ ବଲିଉଡରେ ରାଜ କରୁଛନ୍ତି।
ଅକ୍ଷୟ କୁମାରAkshay-Kumarଖିଲାଡ଼ି ମାଷ୍ଟର। ଆକ୍ସନ ଓ କମେଡିରେ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଛନ୍ତି। ଏବେ ଦେଶଭକ୍ତି ଭଳି ଫିଲ୍ମରେ ଅକ୍ଷୟ କୁମାରଙ୍କ ଅଭିନୟ ଦର୍ଶକଙ୍କ ଦିଲ୍ ଜିତୁଛି। ଜାଣିଛନ୍ତି, ଅଭିନୟକୁ ପେଶା କରିବା ଆଗରୁ ହୋଟେଲରେ ଓ୍ୱେଟର୍ ଥିଲେ ଅକ୍ଷୟ। ବ୍ୟାଙ୍କକରେ କାମ କରୁଥିଲେ। ତାସହିତ ମାର୍ସଲ ଆର୍ଟସ୍ ବି ଶିଖୁଥିଲେ। ରଙ୍ଗୀନ ରଙ୍ଗମଞ୍ଚ ଦେଲା ନୂଆ ପରିଚୟ। ଅକ୍ଷୟ କୁମାର ଦର୍ଶକଙ୍କ ଫେଭରିଟ୍ ଷ୍ଟାର୍।
ନଓ୍ୱାଜୁଦ୍ଦିନ ସିଦ୍ଦିକ୍Nawazuddin-Siddiquiଅଭିନୟ ଯାହାର ଜୀବନ୍ତ। ଦମଦାର ଆକ୍ଟିଂରେ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି। ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନଓ୍ୱାଜୁଦ୍ଦିନ ସିଦ୍ଦିକଙ୍କ ବଲିଉଡଏଣ୍ଟ୍ରି ବି ବେଶ ରୋମାଞ୍ଚକର। ଭାରି ସଂଘର୍ଷ କରିଛନ୍ତି। ବଡ଼ ପରଦାରେ ଅଭିନୟ କରିବା ଆଗରୁ ଓ୍ୱାଚମ୍ୟାନ୍ ଥିଲେ। ଆଜି ବି-ଟାଉନର ନାମୀଦାମୀ ସେଲିବ୍ରିଟିଙ୍କ ଭିତରେ ଗଣା ହେଉଛନ୍ତି ନଓ୍ୱାଜୁଦ୍ଦିନ ସିଦ୍ଦିକ।
ରଣବୀର ସିଂହRanveer-Singhଲୁଟେରା ଫେମ୍ ଅଭିନୟରେ ଦର୍ଶକଙ୍କ ଦିଲ୍ ଲୁଟି ନେଲେ। ରଣବୀରଙ୍କ ଆକ୍ଟିଂରେ ଦିଓ୍ୱାନା ଯୁବପୀଢ଼ୀ। କିଛି ବର୍ଷର ଅଭିନୟ ଭିତରେ ଅନେକ ସଫଳତା ସାଉଁଟିଛନ୍ତି। ଫିଲ୍ମ ଲାଇନକୁ ଆସିବା ଆଗରୁ ବିଜ୍ଞାପନ ଏଜେନ୍ସୀରେ କାମ କରୁଥିଲେ ରଣବୀର ସିଂହ। ବ୍ୟାଣ୍ଡ ବାଜା ବାରାତରୁ ମିଳିଥିଲା ବଲିଉଡ ଏଣ୍ଟ୍ରି ଟିକେଟ୍। ରାମଲୀଳା, ବାଜିରାଓ ମସ୍ତାନୀ, ପଦ୍ମାବତ୍ ଭଳି ସୁପରହିଟ୍ ଫିଲ୍ମ ଭେଟି ଦେଇ ସମସ୍ତଙ୍କ ଫେଭରିଟ୍ ହୋଇଗଲେ ରଣବୀର ସିଂହ।
ରଜନୀକାନ୍ତRajanikantସାଉଥ୍ ସୁପରଷ୍ଟାର। ଭଗବାନ ଭଳି ଲୋକ ମାନନ୍ତି ତାଙ୍କୁ। ଅଭିନୟ ଆଗରେ ହାର୍ ମାନିଛି ବୟସ। ସୁପରଷ୍ଟାର ରଜନୀକାନ୍ତଙ୍କ ବିଷୟରେ ସମସ୍ତେ ଜାଣନ୍ତି। ଅଭିନୟରେ ପାଦ ରଖିବା ଆଗରୁ ବସ୍ କଣ୍ଡକ୍ଟର ଥିଲେ। ଏବେ ବି ତାଙ୍କ ଫିଲ୍ମ ହଲକୁ ଆସିଲେ, ଲୋକ ପାଗଳ ହୋଇ ଯାଉଛନ୍ତି। ମାସ ମାସ ଆଗରୁ ବିକ୍ରି ହୋଇଯାଏ ଟିକେଟ୍। ହାଉସଫୁଲ୍ ଚାଲେ ରଜନୀକାନ୍ତଙ୍କ ଫିଲ୍ମ।
ଦିଲ୍ଲୀପ କୁମାରDillip-Kumarଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାରଙ୍କ ପ୍ରକୃତ ନାଁ ହେଉଛି ୟୁସୁଫ ଖାନ। ଫିଲ୍ମ ଲାଇନରେ ଭାଗ୍ୟ ପରୀକ୍ଷା କରିବା ପୂର୍ବରୁ ଫଳ ବିକୁଥିଲେ। ଜୀବନ୍ତ ଅଭିନୟ ବଳରେ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲେ ଦିଲ୍ଲୀପ। ରାମ ଔର ଶ୍ୟାମ୍, ଦେବଦାସ ଓ ସଲିମରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।

Akshay KumarAmitabh BachanBollywwod SuperstarsRanveer SinghSaharukh Khan
Tweet
0
ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ଦିନିକିଆ ଦଳରେ ରୁଷଭ ପନ୍ଥ, ମିଶନ୍ ବିଶ୍ୱକପ୍ ଅଭିଯାନରେ ଟିମ୍ ଇଣ୍ଡିଆ
ସଭା ଭଣ୍ଡୁର ଯୋଜନାର ଆଭାସ ପାଇ ଅଧାରୁ ଫେରିଗଲେ କି ବୈଜୟନ୍ତ?

About the Author

admin

You Might Also Like

  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

  • ନୂଆ ବର୍ଷରେ ଭୂତ ଆସିବ! ଟ୍ୱିଣ୍ଟି-20ର ପ୍ରଥମ ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ’

  • ରାନୁଙ୍କ ସହ ଧୋକା !

  • ବଙ୍ଗାଳୀ ତଡ଼କା ସହ ଫେରିଲା ରଙ୍ଗବତୀ,ସୋସିଆଲ ମିଡିଆରେ ଧମାକା

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.